Home ଓଡ଼ିଶା ମୁଖ୍ୟଶାସନ ସଚିବଙ୍କ ଦ୍ଵାରା-ଗୋଷ୍ଠୀ ଦେଶୀ ବିହନ ବ୍ୟାଙ୍କ କେନ୍ଦ୍ର ଉଦ୍ଘାଟିତ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ନିଆଳି (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଭୁବନେଶ୍ଵର ଉପକଣ୍ଠ ନିଆଳି, ଓ ବାଲିପାଟଣା ବ୍ଲକ ନରିଶୋ ସ୍ଥିତ ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ର ଠାରେ ଗୋଷ୍ଠୀ ଦେଶୀ ବିହନ ବ୍ୟାଙ୍କ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଛି । ଏହି କେନ୍ଦ୍ରରେ ସଂରକ୍ଷିତ ଥିବା ୭ ଶହରୁ ଉର୍ଦ୍ଧ୍ବ ଦେଶୀ ଧାନ ବିହନ ପରିଦର୍ଶନ କରି ଶାସନ ସଚିବ ମନୋଜ ଆହୁଜା ଖୁସି ବ୍ୟକ୍ତ କରିବା ସହ ଜୈବିକ ପଦ୍ଧତରେ ଦେଶୀ ଧାନ ଚାଷ କରିବା ପାଇଁ ଚାଷୀଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରରେ ଦେଶୀ ଧାନ ଚାଷର କୃଷି କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଏହି କେନ୍ଦ୍ରର ମୁଖ୍ୟ ଅଧ୍ୟକ୍ଷ ତଥା କୃଷିବିତ୍ ନଟବର ଷଡଙ୍ଗୀକୁ ଭୂୟସୀ ପ୍ରଶଂସା କରିଥିଲେ । ପୁରୀ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରର ମହାପ୍ରସାଦ ପ୍ରସ୍ତୁତି ନିମନ୍ତେ ଅମୃତ ଅନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଧାନ ଚାଷ କରୁଥିବା ଚାଷୀଙ୍କ ସହ ଦେଶୀୟ ପ୍ରଣାଳୀରେ ଯୌବ ଚାଷ ସମ୍ପର୍କରେ ଶ୍ରୀ ଆହୁଜା ଆଲୋଚନା କରିଥିଲେ । ଚାଷୀଙ୍କ ଉତ୍ପାଦିତ ଜୈବିକ ଫସଲକୁ ଓରମାସ ଦ୍ବାରା କିପରି ବ୍ରାଣ୍ଡିଂ ଓ ବିପଣ ହୋଇପାରିବ ସେ ସଂପର୍କରେ ପଦକ୍ଷେପ ନେବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ନିଆଳି ବ୍ଳକର କୃଷି ଅଧିକାରୀ ନିହାର ରଞ୍ଜନ ମହାପାତ୍ର, ସହକାରୀ କୃଷି ଅଧିକାରୀ ଦିବ୍ୟରଞ୍ଜନ ମାଝୀଙ୍କ ସମେତ ବହୁ କୃଷି ଅଧିକାରୀ, କରଂଚାରି ଉପସ୍ଥିତ ଥିଲେ । ଉଦ୍ଘାଟନ ଉତ୍ସଵରେ ଚାଷୀ ଧର୍ମରାଜ ସ୍ଵାଇଁ, ପୂର୍ଣ୍ଣ ଚନ୍ଦ୍ର ନାୟକ, ଲିଟୁ ନାୟକ, ନିଆଳି ବ୍ଳକର ପୂର୍ବତନ ଅଧ୍ୟକ୍ଷ ନ୍ୟାୟବ୍ରତ ରାଉତ, ବାଲିପାଟଣା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସ୍ଵାଇଁ, ନାରୀନେତ୍ରୀ ଦୀପ୍ତି ପ୍ରତିହାରୀ, ଜିଲ୍ଲାପରିଷଦ ସଭ୍ୟ ପବିତ୍ର ମୋହନ ପଟେଲ, ଆଇନଜୀବି ମହାପାତ୍ର ଧରଣୀଧର ପଣ୍ଡା, ସମାଜସେବା ପିତାମ୍ବର ରାଉତ, ପ୍ରମୁଖଙ୍କ ସମେତ ବହୁ ଚାଷୀ, ମନ୍ୟଗଣ ବ୍ୟକ୍ତି, ଉପସ୍ଥିତ ରହିଥିଲେ । ରାଜେନ୍ଦ୍ର ଦେଶୀ ଧାନ ଚାଷ ଗବେଷଣା କେନ୍ଦ୍ରର ପରିଚାଳକ ଶ୍ରୀ ଯୁବରାଜ ସ୍ଵାଇଁ ଉକ୍ତ କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିବା ସହ ଧନ୍ୟବାଦ୍ ଦେଇଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ୫୯ତମ କୁମାର ଉତ୍ସବ ୨୦୨୬ : ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଉଦଯାପିତ by Proprietor Abhimanyu Maharana August 24, 2026 ୧୪୫ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ନୀରବ ସତ୍ୟାଗ୍ରହ ସଚେତନତା ପଦଯାତ୍ରା by Proprietor Abhimanyu Maharana August 24, 2026 ପିଚୁକୁଳିମଣ୍ଡଳ ବିଜେପି ପକ୍ଷରୁ ସମ୍ପର୍କ ପଦଯାତ୍ରା by Proprietor Abhimanyu Maharana August 24, 2026 ୧୪ ନମ୍ବର ଜୋନ କଂଗ୍ରେସ ସାଙ୍ଗଠନିକ ବୈଠକ by Proprietor Abhimanyu Maharana August 24, 2026 ୧୪ ନମ୍ବର ଜୋନ କଂଗ୍ରେସ ସାଙ୍ଗଠନିକ ବୈଠକ by Proprietor Abhimanyu Maharana August 24, 2026 ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର : ଓଡ଼ିଆ ବିଭାଗ ପକ୍ଷରୁ ନବାଗତା ଛାତ୍ରୀଙ୍କୁ ସ୍ୱାଗତ ଓ ପୁରାତନ ଛାତ୍ରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା by Proprietor Abhimanyu Maharana August 24, 2026