ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆଳୁ ବିହନ ବଣ୍ଟନ

ଭାପୁର  (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ନୟାଗଡ ଜିଲ୍ଲା ଭାପୁର ବ୍ଲକ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ରାଜ୍ୟ ସରକାରଙ୍କ ଆଳୁ ମିଶନ ଜରିଆରେ ଆଳୁ ବିହନ ବଣ୍ଟନ କରାଯାଉଛି। ବର୍ତ୍ତମାନ ସୁଧା ରାଜ୍ୟ ସରକାରଙ୍କ ପକ୍ଷରୁ ଭାପୁର ବ୍ଲକ ଉଦ୍ୟାନ କୃଷି ବିଭାଗକୁ ପ୍ରଥମ ପର୍ଯ୍ୟାୟରେ ମୋଟ ୨ଶହ କ୍ଵିଣ୍ଟାଲ ଆଳୁ ବିହନ ଚାଷୀମାନଙ୍କୁ ବଣ୍ଟନ ପାଇଁ ଆସିଛି। ପ୍ରତ୍ୟେକ ଚାଷୀମାନଙ୍କୁ ସର୍ବନିମ୍ନ ୨୫ ଡିସିମିଲି ଥିବା ଚାଷ ଜମି ପାଇଁ ୩ ପ୍ୟାକେଟ ଆଳୁ ବିହନ ଅର୍ଥାତ୍ ୧୫୦ କେଜି ଆଳୁ ବିହନ ଦିଆଯିବ ।

ସେହିପରି ସର୍ବାଧିକ ୧୨୫ ଡିସିମିଲି ଚାଷ ଜମି ପାଇଁ ୧୫ ପ୍ୟାକେଟ ଆଳୁ ବିହନ ଅର୍ଥାତ୍ ୭୫୦ କେଜି ଆଳୁ ବିହନ ପ୍ରଦାନ କରାଯିବ। ଚାଷୀମାନଙ୍କୁ ୩ ପ୍ୟାକେଟ ଆଳୁ ବିହନ ପାଇଁ ୩ ହଜାର ଟଙ୍କା ଏବଂ ୧୫ ପ୍ୟାକେଟ ଆଳୁ ବିହନ ପାଇଁ ୧୫ ହଜାର ଟଙ୍କା ପୈଠ କରିବାକୁ ପଡିବ ।

ଚାଷୀମାନେ ଚାଷ ଜମିରେ ବିହନ ଲଗାଇବା ପରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କର ଆଳୁ ଚାଷ ଜମିକୁ ସର୍ବେକ୍ଷଣ କରାଯାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ପୈଠ କରିଥିବା ପ୍ରାପ୍ୟର ଶତକଡ଼ା ୫୦ ଭାଗ ରିହତି ଯୋଗାଇ ଦିଆଯିବ ବୋଲି ଭାପୁର ବ୍ଲକ ଉଦ୍ୟାନ କୃଷି ବିଭାଗ ଅଧିକାରୀ ଶୁଭେନ୍ଦୁ ପାଣଗ୍ରାହୀଙ୍କଠାରୁ ପ୍ରକାଶ ।

Exit mobile version