ବିଭିନ୍ନ ଯୁବ ଅନୁଷ୍ଠାନକୁ ସ୍ମୋର୍ଟ କିଟ୍ ବଣ୍ଟନ କଲେ କଣ୍ଟାବାଞ୍ଜି ବିଧାୟକ

ବଲାଙ୍ଗୀର ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) ବେଲପଡ଼ା  :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ମାଇଁ ଭାରତ, ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ବିଭାଗ ଦ୍ବାରା ବଙ୍ଗୋମୁଣ୍ଡା ବ୍ଲକ୍ ର ବିଭିନ୍ନ ଯୁବ ଅନୁଷ୍ଠାନ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବାରୁ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କପିଳେଶ୍ବର ଯୁବକ ସଂଘ ଯୁରାବନ୍ଧ, ମାଁ ସାହାଜୀ ଯୁବକ ସଂଘ କପିଲାଭଟା, ଜଗାକାଳିଆ ଯୁବକ ସଂଘ ଭୁଷଲାଡ,

ପଲ୍ଲୀ ପ୍ରଗତି ପାଠାଗାର ଝଳପ କୁ ସ୍ପୋର୍ଟ କିଟ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ,ସମ୍ମାନୀୟ ଅତିଥି ସିନ୍ଧେକେଲା ଜୋନ ର ଜିଲ୍ଲା ପରିଷଦ ସଦସ୍ୟ ଦାମ ସୁନା, ବଙ୍ଗୋମୁଣ୍ଡା ବିଜେପି ମଣ୍ଡଳ ସଭାପତି ପବିତ୍ର ପୋଢ଼, ବରିଷ୍ଠ ନେତା କ୍ଷୀରସିନ୍ଧୁ ବଚ୍ଛା ପ୍ରମୁଖ ଯୋଗ ଦେଇଥିଲେ ।

ଏଥିରେ ଜୁରାବନ୍ଧ କପିଳେଶ୍ବର ଯୁବକ ସଂଘ ସଭାପତି ଲିଙ୍ଗରାଜ ପୋଡ଼, କପିଲାଭଟା ମାଁ ସାହାଜି ଯୁବକ ସଂଘ ର ସଂପାଦକ ହୁଲେଶ୍ବର ହଂସ, ଭୁସଲାଡ଼ ଜଗାକାଳିଆ ଯୁବକ ସଂଘ ଭୁସଲାଡ଼ ସଭାପତି ଲାଳଠୁ ବେହେରା,ପଲ୍ଲୀ ପ୍ରଗତି ପାଠାଗାର ର ସଭାପତି ଯୋଗେସ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି କିଟ୍ ଗ୍ରହଣ କରିଥିଲେ । କପିଳେଶ୍ବର ଯୁବକ ସଂଘ ର ସଂପାଦକ ତୁଲାଚନ୍ଦ୍ର ପୋଡ଼ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Exit mobile version