ଜନ ଅଭିଯୋଗ ଶୁଣାଣିରେ ବ୍ଲକ ଅଧ୍ୟକ୍ଷାଙ୍କୁ ଉପେକ୍ଷା

ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) ହିଞ୍ଜିଳିକାଟୁ :- ଜିଲ୍ଲା ପ୍ରଶାସନ, ଗଞ୍ଜାମ ଆନୁକୁଲ୍ୟରେ ସୋମବାର ହିଞ୍ଜିଳିକାଟୁ ବ୍ଲକ ନନ୍ଦିକ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଢ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସରପଞ୍ଚ କୃଷ୍ଣ ଭଉଳ , ସମିତି ସଭ୍ୟ ଶୈଳେନ୍ଦ୍ରୀ ପରିଡା, ଜିଲ୍ଲା ପରିଷଦ ସଭ୍ୟ , ଅତିରିକ୍ତ ତହସିଲଦାର ସୁରଜ କୁମାର ନାୟକ ବେହେରା , ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠୀ, ଏବିଡିଓ ଅରୁଣ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

ସଂପୃକ୍ତ ପଞ୍ଚାୟତରେ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନାରୁ ବଞ୍ଚିତ ଓ ସରକାରୀ ସୁବିଧାରୁ ଉପେକ୍ଷିତ ହୋଇଥିବା ହିତାଧିକାରୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ରାସନ୍ କାର୍ଡ ୧୧, ଗ୍ରାମୀଣ ଆବାସ ୩୧ , ସାମାଜିକ ସୁରକ୍ଷା ୩୩,ସୁଭଦ୍ରା ୩,ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ ଆଦି ଆଦି ଭିନ୍ନ ଯୋଜନା ପାଇଁ ସମୁଦାୟ ୮୭ ଟି ଅଭିଯୋଗ ଦାଖଲ ହୋଇଥିଲା ।

ଶିବିରରେ ବ୍ଳକ ସାମାଜିକ ନିରାପତ୍ତା ଅଧିକାରୀ ଶୁଭଶ୍ରୀ ବେହେରା,ଯୋଗାଣ ନିରୀକ୍ଷକ ସ୍ନେହାଞ୍ଜଳି ସ୍ବାଇଁ, କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ଅନିଲ କୁମାର ପ୍ରଧାନ,ବିପିଏମ କଳ୍ପୋତ୍ତର ବେହେରା , କ୍ଷୁଦ୍ର ଜଳସେଚନ ବିଭାଗୀୟ ସହକାରୀ ଯନ୍ତ୍ରୀ ବିନ୍ଦୁସାଗର ପଣ୍ଡା, ଗ୍ରାମ ଉନ୍ନୟନ ସହକାରୀ ଯନ୍ତ୍ରୀ ଗିରିଶ ନାୟକ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଅଶୋକ କୁମାର ପାଇକରାୟ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ମାନସ ରଞ୍ଜନ ପ୍ରଧାନ, ବ୍ଳକ ପ୍ରକଳ୍ପ ସଂଯୋଜକ ଲୋକନାଥ ମଣ୍ଡଳ,

ଏପିଇଓ ଅନିଲ ପାଣିଙ୍କ ସମେତ ସାମାଜିକ ଓ ଭିନ୍ନକ୍ଷମ ସଶକ୍ତି କରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ସ୍ବାସ୍ଥ୍ୟ, ବିଦ୍ୟୁତ, ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, କ୍ଷୁଦ୍ର ଜଳସେଚନ ଓ ରାଜସ୍ବ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ପଞ୍ଚାୟତ ନିର୍ବାହୀ ଅଧିକାରୀ ଶିବ ଶଙ୍କର ମଲ୍ଲିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉଲ୍ଲେଖନୀୟ ବିଷୟ ହେଲା ଯେ ଏ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଗୁଡିକରେ କେଉଁ ଅଘୋଷିତ କଟକଣା ଯୋଗୁଁ ବ୍ଳକ୍ ଅଧ୍ୟକ୍ଷାଙ୍କୁ ହିଞ୍ଜିଳିକାଟୁ ବ୍ଲକ ପ୍ରଶାସନ ଅବହେଳା ଓ ଉପେକ୍ଷା କରୁଥିବା ଜାଣିବା ଶୁଣିବା ମହଲରେ ଆଲୋଚନା ହେଉଛି ।

Exit mobile version