ନିରାପଦ ଟ୍ରେନ ପରିଚାଳନାରେ ଅସାଧାରଣ ସତର୍କତା ଏବଂ ଅବଦାନ ପାଇଁ ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକଙ୍କ ଦ୍ୱାରା ଚାରି ଜଣ ରେଳ କର୍ମଚାରୀ ସମ୍ମାନିତ

ଖୋର୍ଦ୍ଧା ରୋଡ୍ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :-  ରିଚାଳନାଗତ ଉତ୍କର୍ଷତାକୁ ସ୍ୱୀକୃତି ଦେବା ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ ସ୍ୱରୂପ, ପୂର୍ବ ତଟ ରେଳପଥ ଖୋର୍ଦ୍ଧା ରୋଡ୍ ଡିଭିଜନର ରେଳମଣ୍ଡଳର ଅତିରିକ୍ତ ଡିଭିଜନାଲ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ଶ୍ରୀ ପି.କେ. ବେହେରା ଏବଂ ଅତିରିକ୍ତ ଡିଭିଜନାଲ ମଣ୍ଡଳ ରେଳ ପ୍ରବନ୍ଧକ (ଭିତ୍ତିଭୂମି) ଶ୍ରୀ ସୁଭ୍ରଜ୍ୟୋତି ମଣ୍ଡଳ ଚାରି ଜଣ ରେଳ କର୍ମଚାରୀ – ବ୍ରହ୍ମପୁରର ଟ୍ରାକ୍ ରକ୍ଷଣାବେକ୍ଷଣକାରୀ/III ଶ୍ରୀ ଏସ. ଶିବା ଏବଂ ଶ୍ରୀ ବିନୋଦ ଘଡେଇ; ନୀଳକଣ୍ଠେଶ୍ୱର ଷ୍ଟେସନର ଟ୍ରେନ ପଏଣ୍ଟସମ୍ୟାନ୍ ଶ୍ରୀ ଲକ୍ଷ୍ମୀକାନ୍ତ ବେହେରା ଏବଂ ମେମୁ ସେଡ୍/ଖୋର୍ଦ୍ଧା ରୋଡ଼ ର ଟେକ୍ନିସିଆନ୍ I

ଶ୍ରୀ ହିରେନ କୁମାର ସିଂ ଙ୍କୁ ସେମାନଙ୍କର ଅସାଧାରଣ ସତର୍କତା ଏବଂ ସମୟୋଚିତ କାର୍ଯ୍ୟ ଦକ୍ଷତା ପାଇଁ ସମ୍ମାନିତ କରିଛନ୍ତି ଯାହା ସୁରକ୍ଷିତ ଏବଂ ଦକ୍ଷ ଟ୍ରେନ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଉଭୟ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ବେହେରା ଏବଂ ଶ୍ରୀ ମଣ୍ଡଳ ରେଳ ସୁରକ୍ଷା ସୁନିଶ୍ଚିତ କରିବାରେ ଟ୍ରାକ୍ ରକ୍ଷଣାବେକ୍ଷଣକାରୀ, ଲୋକୋ ପାଇଲଟ୍,

ଟେକ୍ନିସିଆନ୍ ଏବଂ ଷ୍ଟେସନ ଅପରେଟରଙ୍କ ସମେତ ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ସହିତ ସେମାନଙ୍କର ପ୍ରତିବଦ୍ଧତାର ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିବା ବେଳେ ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ ଶ୍ରୀ ନମୋନାରାୟଣ ମୀନା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Exit mobile version