ଶିଶୁ ଅଧିକାର ସପ୍ତାହ ଉଦଯାପିତ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ପ୍ରିମିୟର ଇନଷ୍ଟିଚ୍ୟୁଟ ଅଫ କମ୍ପ୍ୟୁଟର ଷ୍ଟଡିସ୍ ଠାରେ ଶିଶୁ ଶ୍ରମିକ ବିରୋଧରେ ଅଭିଯାନ, ଓଡ଼ିଶା ର ପୁରୀ ଫୋରମ୍ ଦ୍ଵାରା ଶିଶୁ ଅଧିକାର ସପ୍ତାହ ର ଉଦଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ପୁରୀ ଜିଲ୍ଲା ର ଶିଶୁ ମଙ୍ଗଳ କମିଟି ର ଅଜିତ୍ କୁମାର ମହାପାତ୍ର, ସ୍ଵାଦ ଅନୁଷ୍ଠାନ ର ବୀଣାପାଣି ମିଶ୍ର ଅତିଥିଭାବେ ଯୋଗଦେଇ ଶିଶୁ ଅଧିକାର, ସେମାନଙ୍କ ପାଇଁ ହୋଇଥିବା ଆଇନ ସମ୍ପର୍କ ରେ ଆଲୋକପାତ କରିଥିଲେ। ବିଭିନ୍ନ ବିଦ୍ୟାଳୟ ର ଶିଶୁ ମାନଙ୍କ ସହ ସ୍ଥାନୀୟ ସାମାଜିକ କର୍ମୀ ମାନେ ଏଥିରେ ଯୋଗଦେଇଥିଲେ। ସୁଶ୍ରୀ ଶୁଭସ୍ମିତା ପ୍ରଥମେ ଅତିଥି ମାନଙ୍କୁ ସ୍ବାଗତ କରିଥିଲେ l

ଅନୁଷ୍ଠାନ ର ଆଞ୍ଚଳିକ ଏବଂ ଜିଲ୍ଲା ସଂଯୋଜକ ନକୁଳ ଚନ୍ଦ୍ର ସ୍ୱାଇଁ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରି ଏହାର. ମୁଖ୍ୟ ଉଦ୍ଧେଶ୍ୟ ସଂପର୍କରେ ଅବଗତ କରାଇଥିଲେ । ଶିଶୁ ସୁରକ୍ଷା ଅଧିକାରୀ କହିଲେ ପିଲା ମାନଙ୍କ ପାଇଁ ଉଦ୍ଧିଷ୍ଟ ଅଧିକାର ସମ୍ପର୍କରେ ଅବଗତ କରାଇବା ସହ ଏହାର ଉଲଙ୍ଘନ ହେଲେ ଥିବା ଆଇନ ଓ ଆବଶ୍ୟକ ସ୍ଥଳେ ସହାୟତା ପାଇଁ ଥିବା ଟୋଲଫ୍ରୀ ନମ୍ୱର୍ ବିଷୟରେ ଜଣାଇ ଥିଲେ ।

ପରେ ଶ୍ରୀ ମହାପାତ୍ର ଶିଶୁ ମାନଙ୍କ ସୁରକ୍ଷା କିପରି କରାଯାଇପାରିବ ଓ ନାଗରିକ ହିସାବରେ ଏଥି ସହ ଜଡ଼ିତ କର୍ତ୍ତବ୍ୟ ବିଷୟରେ ସଜାଗ କରିଥିଲେ ଓ ଶିଶୁ ଶ୍ରମିକ କିପରି ରୋକା ଯାଇ ପାରିବ ସେ ସଂପର୍କିତ ତଥ୍ୟ ପ୍ରଦାନ କରିଥିଲେ। ପରେ ଶ୍ରୀମତୀ ମିଶ୍ର ନିଜ ଅଭିଭାଷଣ ରେ ବାଲ୍ୟ ବିବାହ କୁ କିପରି ରୋକାଯାଇ ପାରିବ ଓ ଚରିତ୍ର ଗଠନ ସହ ସାମୁହିକ ବିକାଶ ବିଷୟ ରେ ଆଲୋଚନା କରିଥିଲେ। ଆଲୋଚନା ଚକ୍ର ରେ ଉପସ୍ଥିତ ଅଂଶଗ୍ରହଣକାରୀ ମାନେ ନିଜ ନିଜର ପ୍ରଶ୍ନ ପଚାରିଥିଲେ। ପରେ କାର୍ଯ୍ୟକ୍ରମ ର ଶେଷ ରେ ଗୋପବନ୍ଧୁ ସେବା ପରିଷଦ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version