କେ.ସି କ୍ଲବର ସଡ଼କ ସଚେତନତା ବାଇକ ରାଲି ଅନୁଷ୍ଠିତ

ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ସମଗ୍ର ଦେଶରେ ଚାଲିଥିବା ଶୂନ ମୃତାହତ ପକ୍ଷ ଅବସରରେ ଜିଲ୍ଲାର ସର୍ବପୁରାତନ କେ.ସି କ୍ଲବ ଏବଂ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ସଡ଼କ ସୁରକ୍ଷା ଜୀବନ ରକ୍ଷା ସମ୍ପର୍କିତ ଏକ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି l

ଏହି ରାଲିକୁ ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ମହାନ୍ତି ଉଦଘାଟନ କରିଥିବାବେଳେ ଟ୍ରାଫିକ ଇନ୍ସପେକ୍ଟର ସ୍ୱୟଂପ୍ରଭା ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ଏହି ରାଲି ସମଗ୍ର ସହର ପରିକ୍ରମା କରି ମହୀପୁର ଠାରେ ସମାପ୍ତ ହୋଇଥିଲା l

ଏହି ଅବସରରେ କ୍ଲବର ସଭାପତି ଭାଗିରଥି ଦାସଙ୍କ ସଭାପତିତ୍ୱରେ ବିଭିନ୍ନ ଜାଗାରେ ଅନୁଷ୍ଠିତ ପଥପ୍ରାନ୍ତ ସଚେତନତା ସଭାକୁ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ କ୍ଲବର ବହୁ ସଭ୍ୟ ଯୋଗଦେଇ ଏହି ବାଇକ ଶୋଭାଯାତ୍ରା ଜନିତ ସଚେତନତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l

Exit mobile version