ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) ଭୁବୁନି :- ନିଜ ଦେଶୀ ବନ୍ଧୁକରେ ବାରୂଦ ଭର୍ତ୍ତି କରିଥିବା ବେଳେ ଅସାବଧାନତା ଯୋଗୁଁ ହଟାତ ନିଜ ବନ୍ଧୁକରୁ ଗୁଳି ଫୁଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଘଟଣାଟି ଘଟିଛି ଗଜପତି ଜିଲ୍ଲାର ସେରଙ୍ଗ ଥାନା ଭୁବନୀ ପଞ୍ଚାୟତ ଅନ୍ତର୍ଗତ ସିତ୍ରୀଗୁଡା ଗ୍ରାମରେ. ମୃତକ ଜଣକ ହେଲେ ୩୫ ବର୍ଷୀୟ ବିରସାନ ଗମାଙ୍ଗ । ସୂଚନାଅନୁଯାୟୀ, ମୃତ ବ୍ୟକ୍ତି ଜଣକ ଗୋଟିଏ ଘରେ ଏକଲା ଥିଲେ , ପରିବାରର ବୃଦ୍ଧ ବାପା ମା ଓ ସ୍ତ୍ରୀ ଛୁଆ ନିକଟସ୍ଥ ଅନ୍ୟ ଏକ ଘରେ ରହିଥିଲେ ।
ମୃତ ବ୍ୟକ୍ତି ଜଣକ ଦେଶୀ ବନ୍ଧୁକରେ ବାରୁଦ ଭର୍ତ୍ତି କରୁଥିବା ସମୟରେ ଅସାବଧାନତା ଯୋଗୁଁ ହଠାତ୍ ଗୁଳି ଫୁଟି ଯୁବକର ଛାତିରେ ବାଜିଥିଲା, ବଡ଼ ଧରଣର ଶବ୍ଦ ଶୁଣି ପରିବାର ଲୋକେ ଉକ୍ତ ଘରକୁ ଯାଇ ଦେଖିଲା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ପଡ଼ିଥିଲା । ଘଟଣା ସମ୍ପର୍କରେ ସେରଙ୍ଗ ଥାନାରେ ଅବଗତ କରିଥିଲେ ପରିବାର ଲୋକେ । ପୋଲିସ ଏସଡିପିଓ ମାଧବ ଚନ୍ଦ୍ର ନାୟକଙ୍କ ନେତୃତ୍ବରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି।
