
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲା ର ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ ପରିସରର ଗଛ କଟାଯିବାକୁ ନେଇ ଜନସାଧାରଣ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ଗୁମ୍ମା ବ୍ଲକ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଆଳରେ କଟା ଯାଉଛି ବହୁ ସଂଖ୍ୟାରେ ଗଛ। କାର୍ଯ୍ୟାଳୟ ପରିସରରେ ଯଥେଷ୍ଟ ଖୋଲା ସ୍ଥାନ ରହିଛି, ଯେଉଁଠି ଅନେକ ଆବଶ୍ୟକ କୋଠା ନିର୍ମାଣ କାରିବାକୁ ସୁଯୋଗ ରହିଛି, ବ୍ଲକ ପ୍ରଶାସନ ଇଚ୍ଛାଶକ୍ତି ଓ ଆନ୍ତରିକତାର ସହ କାମ କଲେ ସବୁକିଛି ପରିଚାଳନା ହୋଇପାରିବ, ଗଛ କାଟିବାକୁ ପଡିବ ନାହିଁ, ଗଛ କାଟିବା ଫଳରେ ପରିବେଶ ସନ୍ତୁଳନ ହରାଉଛି । ପୂର୍ବରୁ ବ୍ଲକ ପରିସରରେ ସୌନ୍ଦର୍ଯ୍ୟ ବୃଦ୍ଧି କରୁ ଥିଲା ଏହିସବୁ ଗଛ ।

