ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପୁଲିସ୍ ଦ୍ୱାରା ସମୁଦ୍ରତଟୀୟ ସୁରକ୍ଷାକୁ ସୁଦୃଢ଼ କରିବା, ଲୋକମାନଙ୍କ ସହ ପୁଲିସ୍ ସମ୍ପର୍କକୁ ବୃଦ୍ଧି କରିବା ଓ ସଚେତନତା ବୃଦ୍ଧିକୁ ଲକ୍ଷ୍ୟ କରି କୋଷ୍ଟାଲ୍ ସେକ୍ୟୁରିଟି କମ୍ୟୁନିଟି ପୋଲିସିଙ୍ଗ୍ କାର୍ଯ୍ୟକ୍ରମ. ଶନିବାର ଚନ୍ଦ୍ରଭାଗା ମେରାଇନ ପୋଲିସ୍ ଷ୍ଟେସନ୍ରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା, ସମୁଦ୍ରତଟୀୟ ଅଞ୍ଚଳର ଲୋକଙ୍କୁ ସଚେତନ କରିବା, ବିପଦ ସମୟରେ ସ୍ଥାନୀୟଙ୍କ ସହଯୋଗ ବୃଦ୍ଧି କରିବା, ଯୁବ ସମାଜରେ ସ୍ପୋର୍ଟସ୍ ଓ ସାଂସ୍କୃତିକ ମନୋଭାବ ଗଢ଼ି ତୋଳିବା,
ପୁଲିସ୍ ଓ ପବ୍ଲିକ୍ ସମ୍ପର୍କକୁ ଦୃଢ କରିବା ପ୍ରତିଯୋଗିତାମାନେ ଆୟୋଜିତ ଖେଳ ରେ ଯଥା ଭଲିବଲ୍ ମ୍ୟାଚ୍ – ସ୍ଥାନୀୟ ଯୁବମାନଙ୍କ ମଧ୍ୟରେ ଉତ୍ସାହଜନକ ଖେଳ, ଚିତ୍ରକଳା ପ୍ରତିଯୋଗିତା, ପିଲାମାନେ ସମୁଦ୍ର, ପରିବେଶ, ପୁଲିସିଙ୍ଗ୍ ଆଦି ବିଷୟରେ ଅଦ୍ଭୁତ ଚିତ୍ର ପ୍ରସ୍ତୁତ କରିଥିଲେ। ଗୀତ ଓ ନୃତ୍ୟ ପ୍ରତିଯୋଗିତା ସ୍ଥାନୀୟ ସଂସ୍କୃତିକୁ ଅନୁଭବ କରାଇଥିବା ଅନେକ ପ୍ରଦର୍ଶନ କରିଥିଲେ, କଳା ଓ ସାହିତ୍ୟ ମଞ୍ଚ ପିଲାମାନେ ତାଙ୍କ ସ୍ୱରଚିତ କବିତା ଓ ଭାଷଣ ରଖିଥିଲେ ସମସ୍ତ ପ୍ରତିଯୋଗିମାନେ ଉତ୍ସାହର ସହିତ ଯୋଗଦେଲେ,
