Home ଓଡ଼ିଶା ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଦେବଦୀପାବଳି ଦର୍ଶନ କଲେ ବିଦେଶୀ ପର୍ଯ୍ୟଟକ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଶ୍ରୀମନ୍ଦିରରେ ଦେବ ଦୀପାବଳି ଉତ୍ସବ ୩ ଦିନ ଧରି ଶ୍ରୀକ୍ଷେତ୍ରରେ ଧୁମ୍ ଧାମରେ ପାଳନ ହେଉଛି । ଦୀପମାଳାରେ ଶ୍ରୀମନ୍ଦିରକୁ ସୁସଜ୍ଜିତ କରାଯାଇଛି । ଏହି ଅବସରରେ ପରମ୍ପରା ଅନୁଯାୟୀ ପୁରୀରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସିଂହଦ୍ବାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପଯ୍ୟନ୍ତ ବଡ଼ଦାଣ୍ଡ ଦୀପ ଆଲୋକରେ ଝଲସି ଉଠିଥିଲା । ଏହି ଅବସରରେ ଇଣ୍ଡିଆ – ଜାପାନ ଫ୍ରେଣ୍ଡଶିପ ସେଣ୍ଟରର ତରଫରୁ ବିଦେଶୀ ପର୍ଯ୍ୟଟକମାନଙ୍କୁ ନେଇ ସିଂହଦ୍ବାର ସମ୍ମୁଖ ଓ ବଡ଼ଦାଣ୍ଡରେ ସୁସ ଜ୍ଜିତ ଦୀପର ଆଲୋକମାଳାକୁ ବୁଲି ଦେଖି ଥିଲେ । ଦେବ ଦୀପାବଳି ଉତ୍ସବ ସଂପର୍କରେ ଇଣ୍ଡିଆ – ଜାପାନ ଫ୍ରେଣ୍ଡଶିପ ସେଣ୍ଟରର ସଭାପତି ଶ୍ରୀମନ୍ତ କୁମାର ଦାଶ ଜାପାନ ଭାଷାରେ ବିସ୍ତୃତ ଭାବେ ଅବଗତ କରିବା ପରେ ସେମାନଙ୍କ ମନରେ ଭକ୍ତି ଭାବ ଆସିଥିଲା । ସେମାନେ ଏକ ସମୟରେ ଲକ୍ଷାଧିକ ଦୀପ ଜଳୁଥିବା ଦେଖି ଅତ୍ୟନ୍ତ ଖୁସି ପ୍ରକଟ କରିଥିଲେ । ଅନ୍ୟପକ୍ଷରେ ବିଦେଶୀ ପର୍ଯ୍ୟଟକମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ବାରଣ ରହିଥିବାରୁ ପୂର୍ବରୁ ସିଂହଦ୍ଵାର ସମ୍ମୁଖରେ ଥିବା ରଘୁନନ୍ଦନ ଲାଇ ବ୍ରେରୀ କୋଠା ଉପରେ ଚଢି ଶ୍ରୀମନ୍ଦିର ଦୃଶ୍ୟକୁ ଉପଭୋଗ କରୁଥିଲେ l ବିଦେଶୀ ନାଗରିକ ଲାଗି ଶ୍ରୀମନ୍ଦିର ନିକଟର ଏକ ୱାଚ ଟାୱ୍ୟାର ସ୍ଥାପନ ପାଇଁ ଶ୍ରୀ ଦାଶ ଦାବୀ କରିଛନ୍ତି । Categories: ଓଡ଼ିଶା, ପୁରୀ, ହୋମ୍ Related Content ମାଆକୁ ମାରି ରୋଷେଇ ଘରେ ପୋତି ପ୍ଲାଷ୍ଟର କରି ପୁଅ ଫେରାର by Proprietor Abhimanyu Maharana August 25, 2026 ମହାପ୍ରଭୁଙ୍କ ଦର୍ଶନ ଦାବିରେ ୧୪୬ ଦିନରେ ପୁରୀବାସୀଙ୍କ ନୀରବ ସତ୍ୟାଗ୍ରହ ପଦଯାତ୍ରା by Proprietor Abhimanyu Maharana August 25, 2026 ଶ୍ରାବଣ ମାସର ଶେଷ ସୋମବାରରେ ପୁରୀରେ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି ଜଳାଲାଗି ନୀତି by Proprietor Abhimanyu Maharana August 25, 2026 ଓଡ଼ିଶାର ଖଣିଜ ସମ୍ପଦ ଓ ଏକ ଲକ୍ଷ କୋଟିର ପ୍ରଶ୍ନ by Proprietor Abhimanyu Maharana August 25, 2026 ମହାବାହୁଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ନାଲି, ନେଳି, ହଳଦିଆ ଓ ବାଇଗଣି ରଙ୍ଗର ରାକ୍ଷୀ by Proprietor Abhimanyu Maharana August 25, 2026 ଅସଦାଚରଣ କରି ଲହୁଲୁହାଣ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ by Proprietor Abhimanyu Maharana August 24, 2026