Home ଓଡ଼ିଶା ରନିଙ୍ଗ ରୁମରେ ଟ୍ରେନ ଚାଳକ ଶ୍ରୀ କେ ଜୟରାମେୟା ଙ୍କ ମୃତ୍ୟୁ, ଶ୍ରମିକ କଂଗ୍ରେସର ଶୋକ ପାଳନ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଖୋର୍ଦ୍ଧାରୋଡ ରେଳ ମଣ୍ଡଳରେ କାର୍ଯ୍ୟରତ ଲୋକୋ ପାଇଲଟ ଶ୍ରୀ କେ ଜୟ ରାମେୟା ୫୧ ବର୍ଷ ପ୍ରତ୍ୟେକ ଦିନ ଭଳି ଗତକାଲି ଗାଡି ସଂଖ୍ୟା ୧୨୫୦୭ ବାଙ୍ଗାଲୋର ଗୌହାଟି ସୁପରଫାଷ୍ଟ ଏକ୍ସପ୍ରେସରେ ଭୋର ୫ ଟାରେ ଟ୍ରେନ ଚାଳନା କରି ଦିନ ସାଡେ ବାରଟାରେ ଖଡ଼ଗପୁର ପହଞ୍ଚିଥିଲେ । ରନିଙ୍ଗ ରୁମରେ ଖାଇ,ପିଇ ସାରି ଦିନ ଦୁଇଟା ସୁଧା ଶୋଇପଡ଼ିଥିଲେ । ସଂଧ୍ୟା ପାଞ୍ଚଟା ବେଳେ ସହକର୍ମୀ ମାନେ ଚାହା ପିଇବାକୁ ଡାକିବାରୁ ସେ ଆଉ ଉଠିନଥିଲେ । ତୁରନ୍ତ ତାଙ୍କୁ ଖଡ଼ଗପୁର ରେଳ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ ହେଁ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତରେ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ଏହି ଖବର ଖୋର୍ଦ୍ଧାରୋଡ ରେ ପ୍ରଚାରିତ ହେବାପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଛି ଶ୍ରୀ ରାମେୟା ଅତ୍ୟନ୍ତ ମେଳାପୀ ସ୍ୱଭାବର ଏବଂ ଶାରୀରିକ ଭାବେ ଢେର ମଜବୁତ, ତାଙ୍କର ହୃଦଘାତ ରେ ମୁର୍ତ୍ୟୁ କେବଳ ଅତ୍ୟଧିକ ମାନସିକ ଓ଼ ଶାରୀରିକ ଚାପ ବୋଲି ଖୋର୍ଦ୍ଧାରୋଡ଼ ମଣ୍ଡଳ ସାରା ଆଲୋଚନା ଚାଲିଛି । ଆଗାମୀ ଦିନରେ ରନିଙ୍ଗ ଷ୍ଟାଫ ମାନଙ୍କ ଉପରୁ ମାନସିକ ଚାପ ହ୍ରାସ କରିବାକୁ ରେଳ ପ୍ରଶାସନ ସଜାଗ ହେବା ଉଚିତ ବୋଲି ରନିଙ୍ଗ ଷ୍ଟାଫ ମାନଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି । ଆଜି ଶବ ବ୍ୟବଛେଦ ପରେ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମର’ଶରୀରକୁ ଖୋର୍ଦ୍ଧାରୋଡ ଅଣାଯାଉଛି, ବିଳମ୍ବିତ ରାତିରେ ଶବ ପହଂଚିବ ବୋଲି ପରିବାର ସୂତ୍ରରୁ ପ୍ରକାଶ । କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ଘୋଷଣା କରିବାକୁ ରନିଙ୍ଗ ବ୍ରାଞ୍ଚର ଶାଖା ସମ୍ପାଦକ ଜୟନ୍ତ ସାମଲ, ଶାଖା ସମ୍ପାଦକ ଏଲ ଡି ମହାନ୍ତି ଦାବି କରିଛନ୍ତି। ତାଙ୍କ ମୃତ୍ୟୁରେ ଶ୍ରମିକ କଂଗ୍ରେସ ଗଭୀର ଶୋକ ପ୍ରକାଶ କରିବା ସହିତ ପ୍ରେମ ଅଫିସରେ ମଣ୍ଡଳ ସଂଯୋଜକ ଶ୍ରୀ ସୁନୀଲ ଭଞ୍ଜଙ୍କ ଆବାହକତ୍ଵରେ ଦୁଇ ମିନିଟ ନିରବ ପାର୍ଥନା କରାଯାଇଥିଲା । ରନିଙ୍ଗ ବ୍ରାଞ୍ଚର ସଞ୍ଜୟ ମହାରଣା ସମେତ ବହୁ ରନିଙ୍ଗ ଷ୍ଟାଫ ଓ଼ ଶ୍ରମିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026 Utkal Hospital Observes World Heart Day by Proprietor Abhimanyu Maharana October 1, 2026