ଶିଶୁ ସମେତ ୨୦ ଦାଦନ ଶ୍ରମିକ ଉଦ୍ଧାର : ସର୍ଦାର ଗିରଫ

ବେଲପଡ଼ା  (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା ବେଆଇନ ଭାବେ ବାହାର ରାଜ୍ୟ କୁ ଚାଲାଣ ହେଉଥିବା ବେଳେ ୪ଶିଶୁ ସହ ୧୬ ଜଣ ଦାଦନ ଶ୍ରମିକ କୁ ଉଦ୍ଧାର କରିଛି ବେଲପଡା ପୁଲିସ,ଉଦ୍ଧାର ମଧ୍ୟ୍ୟରେ ୪ ଶିଶୁ ଥିବାବେଳେ ୮ଜଣ ପୁରୁଷ ଏବଂ ୮ଜଣ ମହିଳା ଅଛନ୍ତି,ଏମାନଙ୍କୁ ଭୁଟୁଙ୍ଗପଡା ଛକ ରୁ ପୁଲିସ ଉଦ୍ଧାର କରିଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଦାଦନ ସର୍ଦାର କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଛି,ପୁଲିସ,

ମିଳିଥିବା ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ତୁଷୁରା ଏବଂ ତରଭା ଥାନା ଅଂଚଳ ର ସେମାନଙ୍କୁ ବେଲପଡାଥାନା ଭରୁଆପାଳି ଗାଁ ର ଦାଦନ ସର୍ଦାର ଦିଲୀପ କେତକୀ ମୁଣ୍ଡପିଛା ୪୦ ରୁ ୫୦ ହଜାର ଟଙ୍କା ବଇନା ଦେଇ ହାଇଦ୍ରାବାଦ କୁ ଚାଲାଣ କରୁଥିଲା,

ଏହି ସମୟ ରେ ପୁଲିସ ଭୁଟୁଙ୍ଗପଡା ଛକ ରେ ଚଢ଼ାଉ କରି ଶ୍ରମିକ ମାନଙ୍କୁ ଉଦ୍ଧାର କରିଛି ପୁଲିସ, ଗାଁରେ କାମ ଧନ୍ଦା ମିଳୁନଥିବା ଅଭିଯୋଗ ରେ ଶ୍ରମିକ ମାନେ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଉଥିବା କହିଛନ୍ତି ଉଦ୍ଧାର ଶ୍ରମିକ ଭିତରେ ମିଳୁ ତମଲିଆ,ମଣ୍ଟୁ ତମଳିଆ,ତାପସ୍ୱନୀ ତମଳିଆ,ଫକୀର ବାରିକ, ମମତା ବାରିକ,ଙ୍କ ସହ ଅନ୍ୟମାନେ ଥିଲେ I

Exit mobile version