ଉଦ୍ୟାନ ବିଭାଗ ପକ୍ଷରୁ ଆଳୁ ଚାଷ ନିମନ୍ତେ ଚାରା ବଣ୍ଟନ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଓଡ଼ିଶା ସରକାର ପକ୍ଷରୁ ଓଡ଼ିଶା ରେ ଆଳୁ ଚାଷ କୁ ପ୍ରୋତ୍ସାହିତ କରିବା ପାଇଁ ବଡ଼ ଧରଣରେ ଆଳୁ ଚାରା ବଣ୍ଟନ ପ୍ରକ୍ରିୟା ଆରମ୍ଭକରାଯାଇଛି। ସେହିପରି ବଲାଙ୍ଗୀର ଜିଲ୍ଲାରେ ମୋଟ ହଜାର ହେକ୍ଟର ଜମି ରେ ଆଳୁ ଚାଷ ନିମନ୍ତେ ଚାରା ବଣ୍ଟନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ପତ୍ର ମାଧ୍ୟମରେ ଉଦ୍ୟାନ ବିଭାଗ, ବ୍ଲକ ଅଧିକାରୀ ଠୁ ନେଇ ସମସ୍ତ ପ୍ରଶାସନିକ ଅଧିକାରୀ ତଥା ସରପଞ୍ଚଙ୍କୁ ମଧ୍ୟ ଚିଠି ପଠା ଯାଇଛି ।

ତୁରେକେଲା ବ୍ଲକ କଣ୍ଟାବାଞ୍ଜି କୁର୍ଲି ଗ୍ରାମ ସ୍ଥିତ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ରେ ବିଗତ କାଲି ଗୁରୁବାର ଦିନ ଆଳୁ ଚାଷ ନିମନ୍ତେ ଚାରା ବଣ୍ଟନ କରାଯାଇଥିଲା। ସୂଚନା ଅନୁସାରେ ତୁରେକେଲା ବ୍ଲକ ରେ ମୋଟ ୭୫ ହେକ୍ଟର ଜମିରେ ଆଳୁ ଚାଷ ପାଇଁ ନିଷ୍ପତି ନିଆଯାଇଛି। ଯାହାର ଶୁଭାରମ୍ଭ ବିଗତ କାଲି ଚାଷୀଙ୍କୁ ସୁଲଭ ମୂଲ୍ୟ ରେ ଆଳୁ ଚାରା ବଣ୍ଟନ କରାଯାଇଥିଲା।

ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁସାରେ ଏହି ଆଳୁ ଚାରା କୁ କୁଫି ପୋଧ୍ରାଜ୍ ଚାରା କୁହାଯାଏ ଓ ଏହି ଚାରା କୁ ପଞ୍ଚାବ ଠାରୁ ମଙ୍ଗା ଯାଉଛି। ଏହି କାର୍ଯ୍ୟକ୍ରମ ରେ ଟିଟିଲାଗଡ଼ ଉଦ୍ୟାନ ବିଭାଗ ଏଡିଏଚ ରାକେଶ କୁମାର ମିଶ୍ର, ତୁରେକେଲା ଏଏଚଓ ଟ୍ରିଯକ ଦାସ, ସମିତି ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ମାଝୀ, ଗାଡେନର ଗୀତାଞ୍ଜଳି ବେହେରା,ସାମ୍ବାଦିକ କୈଳାଶ ଶଗ୍ରିଆ ସହ ଅନେକ ଚାଷୀ ଉପସ୍ଥିତ ଥୂଲେ।

Exit mobile version