Home ଓଡ଼ିଶା ମୁରିବାହାଲ ପୋଲିସ ଦ୍ବାରା ୧୨ ଦାଦନ ଉଦ୍ଧାର, ସର୍ଦ୍ଦାର ଫେରାର୍ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ପୋଲିସ୍ ନାଇଟ୍ ପେଟ୍ରୋଲିଂ କରୁଥିବା ବେଳେ କୁର୍ଲ୍ଲବାହାଲ ଛକ ଠାରେ ବେଆଇନ୍ ଦାଦନ ଚାଲାଣ ହେଉଥିବା ୧୨ ଦାଦନକୁ ଉଦ୍ଧାର କରିଛି । ଏଥୂସହ ଦାଦନ ଚାଲାଣରେ ବ୍ୟବହୃତ ଏକ ଅଟୋକୁ ଜବତ୍ କରିବା ସହ ଅଟୋ ଡ୍ରାଇଭର ଚଣାବାହାଲ ଗାଁର ବିନୋଦ ଛନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେହିପରି ଉଦ୍ଧାର ହୋଇଥିବା ଉକ୍ତ ଦାଦନ ଶ୍ରମିକ ମାନଙ୍କୁ ସଂପୂକୁ ପୋଲିସ୍ ଥାନାକୁ ଆଣି ପଚରା ଉଚରା କରିଛି । ଉଦ୍ଧାର ଦାଦନ ଶ୍ରମିକ ମାନଙ୍କ ମଧ୍ୟରେ ୧ ଜଣ ଶିଶୁ ସମେତ ୪ ମହିଳା ଏବଂ ୮ ଜଣ ପୁରୁଷ ରହିଛନ୍ତି । ଏମାନଙ୍କୁ ଧାତୁକଜୁରୀ ଗାଁର ସର୍ଦ୍ଦାର ତେଜରାଜ୍ ନାଗ ବେଆଇନ୍ ଭାବେ ଚାଲାଣ କରୁଥିବା ବେଳେ ଘଟଣାସ୍ଥଳରୁ ସେ ଫେରାର୍ ମାରିଥିବା ପୋଲିସ୍ କହିଛି । ଉଦ୍ଧାର ହୋଇଥିବା ଦାଦନ ଶ୍ରମିକ ମାନେ ମୁରିବାହାଲ ଥାନା ଚଣାବାହାଲ ଗାଁର ବୋଲି ଜଣାପଡିଛି । ପୋଲିସ୍ ଏନେଇ ଏକ ମାମଲା ୨୩୭/୨୦୨୫ ରୁଜୁ କରି ଅଧୂକ ତଦନ୍ତ କରୁଛନ୍ତି ତଦନ୍ତି ଅଧୂକାରୀ ପଙ୍କଜନୀ ବାଗ ବୋଲି ମୁରିବାହାଲ ଥାନା ଅଧିକାରୀ ସନାତନ ସାହୁ ସୂଚନା ଦେଇଛନ୍ତି । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ବେଣ୍ଟରେ ନରକଙ୍କାଳ ଚିହ୍ନଟକୁ ନେଇ ବଢ଼ିଲା ଦ୍ୱନ୍ଦ : ସାମ୍ୱାଦିକଙ୍କୁ ବାଟବଣା କରୁଛି ପୋଲିସ ପ୍ରଶାସନ by Proprietor Abhimanyu Maharana August 25, 2026 ପୂର୍ବତନ ବିଧାୟକ କରେନ୍ଦ୍ର ମାଝିଙ୍କ ପ୍ରଥମ ଶ୍ରଦ୍ଧାବର୍ଷିକ ପାଳିତ : ଅଞ୍ଚଳର ବିକାଶ ପୁରୁଷ ଥିଲେ : ସାଂସଦ by Proprietor Abhimanyu Maharana August 25, 2026 ଲଗାଣ ବର୍ଷାରେ ଗ୍ରାମାଞ୍ଚଳ ର ବିଭିନ୍ନ ରାସ୍ତା କେନାଲ ଧୋଇଗଲା : ମାତି ଅତଡ଼ା ଖସି ରାସ୍ତାରେ ବିରାଟ ଗର୍ତ୍ତ by Proprietor Abhimanyu Maharana August 25, 2026 ଶ୍ରାବଣ ଶେଷ ସୋମବାରରେ ଜଳାଭିଷେକ ପାଇଁ ଜାଲେଶପଟ୍ଟାର ଜଳେଶ୍ୱରରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ by Proprietor Abhimanyu Maharana August 25, 2026 ଶ୍ରୀମନ୍ଦିର ଶୃଙ୍ଖଳିତ ଧାଡ଼ି ଦର୍ଶନ ନେଇ ଉଚ୍ଚ ସ୍ତରୀୟ ବୈଠକ by Proprietor Abhimanyu Maharana August 25, 2026 ମାଆକୁ ମାରି ରୋଷେଇ ଘରେ ପୋତି ପ୍ଲାଷ୍ଟର କରି ପୁଅ ଫେରାର by Proprietor Abhimanyu Maharana August 25, 2026