ବ୍ଳକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅପିସ ପରିସରରେ ବ୍ଳକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଏବିଡ଼ିଓ ସୁଶାନ୍ତ ପାଣିଙ୍କ ସଭାପ ଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥ୍ ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ,ସମ୍ମାନିତ ଅତିଥୂ ସାଂସଦ ପ୍ରତିନିଧୂ ଅନୀଲ ନାୟକ, ବଙ୍ଗୋମୁଣ୍ଡା ବ୍ଲକ ବ୍ଲକ ବିଜେପି ସଭାପତି ପବିତ୍ର ପୋଡ଼ ପ୍ରମୁଖ ଉପସ୍ଥିତ ଥିଲେ ।

ଏଥିରେ ୨୨୦ ଜଣ ଭିନ୍ନକ୍ଷମ ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୪ ଜଣଙ୍କୁ ଟ୍ରାଇ ସାଇକଲ ପ୍ରଦାନ କରାଯାଇଥିଲା। ସେହିପରି ଭିନ୍ନକ୍ଷମ ଭତ୍ତା, ଆଶ ଆଶାବାଡି, ଶ୍ରବଣ ଯନ୍ତ୍ର,ଦୃଷ୍ଟି ବାଧୂତ ଛାତ୍ରଛାତ୍ରୀଙ୍କ ପାଇଁ ଲାପଟପ, ଶିକ୍ଷା ବୃତ୍ତା ଆଦି ପ୍ରଦାନ କରାଯାଇଥିଲା । ଏହି ଶିବିରରେ ରେ ବ୍ଲକର ବିଏସଏସଓ ସଂଜୀତ ସୁନା, ସତ୍ୟ ବେହେରା ତଥା ସମସ୍ତ କର୍ମଚାରୀ ଓ ସିଆରପି ମାନେ ସହଯୋଗ କରିଥିଲେ ।

Exit mobile version