ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହେବା ପରେ ଶନିବାର ଉଦଯାପିତ ହୋଇଯାଇଛି l ବିଦ୍ୟାଳୟ ପରିସର କ୍ରୀଡା ପଡିଆରେ ଆୟୋଜିତ ପ୍ରଥମ ତଥା ଉଦଘାଟନୀ ଉତ୍ସବରେ ବିଦ୍ୟାଳୟ ର ସମ୍ପାଦକ ସେକ ସାଦିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର କ୍ରୀଡା ପତାକା ଉତ୍ତୋଳନ କରି ଜୟ ବୀର ହନୁମାନଙ୍କ ନିକଟରୁ ଆସିଥିବା ମଶାଲ ସ୍ୱରୂପ ଜ୍ୟୋତି କୁ ଗ୍ରହଣ କରି ଆନୁଷ୍ଠାନିକ ଭାବେ କ୍ରୀଡା ଶୁଭାରମ୍ଭ କରିଥିଲେ l

