ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଅଗ୍ରଣୀ ଆବାସିକ ବିଦ୍ୟାଳୟ ସମୂହ ଟିଏସ୍ଜି ଗୁରୁକୂଳ ଦ୍ୱାରା ଆୟୋଜିତ ଟାଇମ୍ସ ପ୍ରୋ ଇଣ୍ଟର ସ୍କୁଲ କବାଡ଼ି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଗୋଠପାଟଣାସ୍ଥିତ ବିଦ୍ୟାଳୟ ପରିସରରେ ଆୟୋଜିତ ହେଉଛି । ଏହି ଟୁର୍ଣ୍ଣାମେଣ୍ଟକୁ ବିଜେପି ରାଜ୍ୟ ଉପାଧ୍ୟକ୍ଷ ଗୋଲକ ବିହାରୀ ମହାପାତ୍ର ଉଦଘାଟନ କରିଥିଲେ ।
ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୫ଟି ସ୍କୁଲର ପ୍ରାୟ ୭୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ୨୩ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ୨୩ ତାରିଖ ଦିନ ହେବାକୁ ଥିବା ଉଦଯାପନୀ ଉତ୍ସବରେ ବିଜେତା ଦଳଗୁଡ଼ିକୁ ପୁରସ୍କୃତ କରାଯିବ । ଏହି ଅବସରରେ ସ୍କୁଲର ଚେୟାରମ୍ୟାନ ଡ.ସାରଦା ମିଶ୍ର କହିଥିଲେ ଯେ,
