ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକୁ ପ୍ରୋତ୍ସାହିତ କରୁଥିବା ଆଗଧାଡ଼ିର ସଙ୍ଗଠନ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ଆୟୋଜିତ ହେବାକୁ ଥିବା ବାର୍ଷିକ ସଙ୍ଗୀତ ମହୋତ୍ସବ-ରାଗୋତ୍ସବ- ୨୦୨୫ ଚଳିତ ମାସ ୨୬,୨୭ଏବଂ ୨୮ ତାରିଖରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ସନ୍ଧ୍ୟା ୬.୩୦ ଟାରେ ଆରମ୍ଭ ହେବ।
