Home ଓଡ଼ିଶା ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରାଜକିଶୋର ସେନାପତି – ସାକ୍ଷୀଗୋପାଳ ସ୍ଥିତ କୃଷିବିଜ୍ଞାନ କେନ୍ଦ୍ର , ପୁରୀ, ପରିସରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା,୨୦୨୫ ଅନୁଷ୍ଠିତ କରାଯାଇଥିଲା । ଏହି ମେଳା ରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ସାଂସଦ ପୁରୀ ଡ଼ା ସମ୍ବିତ ପାତ୍ର , ମୁଖ୍ୟ ବକ୍ତା ଭାବେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଓମ୍ ପ୍ରକାଶ ମିଶ୍ର ଯୋଗ ଦେଇ ମେଳାର ଶୁଭ ଉଦଘାଟନ କରିଥିଲେ । ଏହି ସଭାରେ ଯୋଗଦେଇଥିଲେ ସତ୍ୟବାଦୀ ବ୍ଲକ ଅଧକ୍ଷ ସୁନୀଲ କୁମାର ପଣ୍ଡା, ଉପାଧ୍ୟକ୍ଷ ନିବେଦିତା ପାତ୍ର, ଜିଲ୍ଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର,ସଭ୍ୟା ବିଷ୍ନୁପ୍ରିୟା ବରାଳ, ବିଡ଼ିଓ ଦେବାଶିଷ ନାୟକ, ତହସିଲଦାର ସନ୍ତୋଷ ପାଣିଗ୍ରାହୀ ଓ ଆତ୍ମା ଅଧକ୍ଷ ସୁରେନ୍ଦ୍ର ପ୍ରଧାନ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଆନୁଷ୍ଠାନିକ ଭାବେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଡାକ୍ତର ବନଜ କାନ୍ତ ପତି, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ, ସ୍ବାଗତ ଅଭିଭାଷଣ ଦେଇଥିଲେ । ଏଥିରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ପୁରୀ , ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ, ପୁରୀ ପ୍ରମୁଖ ସେମାନଙ୍କର ମତାମତ ରଖିଥିଲେ । ପ୍ରାଣୀ ପାଳକ ଓ ମତ୍ସ୍ୟ ଚାଷୀ ମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କ ରେ ଅବଗତ କରାଯାଇଥିଲା ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ କୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ଚାଷୀ ମାନଙ୍କୁ ଠାରୁ ସେମାନଙ୍କର ମତାମତ ମଧ୍ୟ ସଂଗ୍ରହ କରାଯାଇଥିଲା । ପୁନଶ୍ଚ ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ପ୍ରତିନିଧିତ୍ବ କରୁଥିବା କୁମାରୀ ସୋନାଲି ପଣ୍ଡା ବିଭାଗର ସମସ୍ତ ଯୋଜନା ଗୁଡିକ ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ । ମତ୍ସ୍ୟ ବିଭାଗ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗର ୪ ଜଣ ଲେଖାଏଁ ସଫଳ ଚାଷୀ ମାନଙ୍କୁ ନଗଦ ରାଶି, ମାନପତ୍ର , ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଗୋପାଳନ , ଛେଳି ପାଳନ, କୁକୁଡ଼ା ପାଳନ, ମତ୍ସ୍ୟ ଚାଷ ରେ ରିହାତି ପାଇଥିବା ଅଗ୍ରଣୀ ଚାଷୀ ଙ୍କୁ ଚେକ ପ୍ରଦାନ କରାଯାଇଥିଲା ଏବଂ ବିଭିନ୍ନ ପଂଚାୟତରୁ ୨୮ ଜଣ ଚାଷୀ ଙ୍କୁ କାର୍ଯ୍ୟାଦେଶ ପତ୍ର ଆବଣ୍ଟନ କରାଯାଇଥିଲାଏଥିରେ ମୁଖ୍ୟ ବକ୍ତା ଓ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ନିଜ ନିଜର ଅଭିବ୍ୟକ୍ତି ରଖିଥିଲେ।ସତ୍ୟବାଦୀର ୨୪ ପଂଚାୟତରୁ ଆସିଥିବା ୭௦௦ ରୁ ଉର୍ଧ ଚାଷୀ ମାନଙ୍କୁ ମତ୍ସ୍ୟ ଚାଷ ଓ ପ୍ରାଣୀ ପାଳନ ପାଇଁ ପ୍ରୋତ୍ସାହିତ କରିଥିଲେ । ଏହି ଅବସର ରେ ଚାଷୀ ଓ ବୈଜ୍ଞାନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ର ସମସ୍ତ ପ୍ରଦଶର୍ନୀ ବୁଲି ଦେଖିଥିଲେ । ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ.ସୂର୍ଯ୍ୟ ନାରାୟଣ ମିଶ୍ର, କୃଷି ବିଜ୍ଞାନ କେନ୍ଦ୍ର, ପୁରୀ,ଧନ୍ୟବାଦ୍ ଅର୍ପଣ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ୩୧୧ କୋଟି ଟଙ୍କାର ବଜେଟ୍ ଏବଂ ବ୍ୟାପକ ସ୍କ୍ରିନିଂ ସହିତ କର୍କଟ ଚିକିତ୍ସାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ : ସ୍ୱାସ୍ଥ୍ୟ ମନ୍ତ୍ରୀ by Proprietor Abhimanyu Maharana August 25, 2026 ବେଣ୍ଟରେ ନରକଙ୍କାଳ ଚିହ୍ନଟକୁ ନେଇ ବଢ଼ିଲା ଦ୍ୱନ୍ଦ : ସାମ୍ୱାଦିକଙ୍କୁ ବାଟବଣା କରୁଛି ପୋଲିସ ପ୍ରଶାସନ by Proprietor Abhimanyu Maharana August 25, 2026 ପୂର୍ବତନ ବିଧାୟକ କରେନ୍ଦ୍ର ମାଝିଙ୍କ ପ୍ରଥମ ଶ୍ରଦ୍ଧାବର୍ଷିକ ପାଳିତ : ଅଞ୍ଚଳର ବିକାଶ ପୁରୁଷ ଥିଲେ : ସାଂସଦ by Proprietor Abhimanyu Maharana August 25, 2026 ଲଗାଣ ବର୍ଷାରେ ଗ୍ରାମାଞ୍ଚଳ ର ବିଭିନ୍ନ ରାସ୍ତା କେନାଲ ଧୋଇଗଲା : ମାତି ଅତଡ଼ା ଖସି ରାସ୍ତାରେ ବିରାଟ ଗର୍ତ୍ତ by Proprietor Abhimanyu Maharana August 25, 2026 ଶ୍ରାବଣ ଶେଷ ସୋମବାରରେ ଜଳାଭିଷେକ ପାଇଁ ଜାଲେଶପଟ୍ଟାର ଜଳେଶ୍ୱରରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ by Proprietor Abhimanyu Maharana August 25, 2026 ଶ୍ରୀମନ୍ଦିର ଶୃଙ୍ଖଳିତ ଧାଡ଼ି ଦର୍ଶନ ନେଇ ଉଚ୍ଚ ସ୍ତରୀୟ ବୈଠକ by Proprietor Abhimanyu Maharana August 25, 2026