ସିନ୍ଧେକେଲା ମୁଖ୍ୟ ରାସ୍ତା ପାଣି ପାଣି, ପାଣି କହୁଛି ବାଲି ଚୋରାଚାଲାଣ ର କାହାଣୀ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିନ୍ଧେକେଲା ଅଞ୍ଚଳ ଏବେ ଲଘୁ ଖଣିଜ ଚୋରାଚାଲାଣ ର ପେଣ୍ଠସ୍ଥଳୀ କହିଲେ ଅତ୍ୟୁକ୍ତି ହେବ ନାହିଁ।ସିନ୍ଧେକେଲା ମୁଖ୍ୟ ରାସ୍ତା ସଂକୀର୍ଣ୍ଣ ହୋଇ ପଡ଼ିଥିବାରୁ ସିନ୍ଧେକେଲା ବଣିକ ସଂଘ ବଲାଙ୍ଗୀର ଜିଲ୍ଲାପାଳ ଙ୍କୁ ଦିନବେଳେ ସିନ୍ଧେକେଲା କୁ ନୋଏଣ୍ଟ୍ରୀ ଆଦେଶ ଦେବାପାଇଁ ଲିଖିତ ଜଣାଇଥିଲେ।ଏହାକୁ ନେଇ ଜିଲ୍ଲାପାଳଙ୍କ ଆଦେଶ ଅନୁଯାୟୀ ଦିନବେଳେ ନୋଏଣ୍ଟ୍ରୀ ହେବାରୁ ସିନ୍ଧେକେଲା ଅଞ୍ଚଳର କିଛି ଲଘୁ ଖଣିଜ ବଞ୍ଚିଗଲା ବୋଲି ଚର୍ଚ୍ଚା ହୁଏ ।

କିନ୍ତୁ ଲଘୁ ଖଣିଜ ମାଫିଆ ବି ବେଶ୍ ଚାଲାକ୍। ଦିନ ବେଳେ ଯେତେ ପରିମାଣର ଲଘୁ ଖଣିଜ ଚାଲାଣ ହୋଇପାରିଲାନି ତାକୁ ରାତିରେ ଟାର୍ଗେଟ ପୂରା କରିବାପାଇଁ ଅଣ୍ଟା ଭିଡ଼ି ପଡିଲେ। ଫଳରେ ରାତିତମାମ ଉନ୍ଦେର ନଦୀର ବିଭିନ୍ନ ଘାଟରୁ ବାଲି ଚାଲାଣ ବୃଦ୍ଧି ପାଇଛି। ସରକାରୀ ଆକଳନ ଅନୁଯାଇ ଉନ୍ଦେର ନଦୀର ବିଭିନ୍ନ ଘାଟର ଲିଜ ଅବଧି ପ୍ରାୟତଃ ସରିଗଲାଣି ଅଥବା ଏଇ ଅଳ୍ପ କିଛି ଦିନରେ କିଛି ଲିଜର ଙ୍କ ଅବଧି ଶେଷ ହୋଇଯିବ।

ଏପରି ସ୍ଥଳରେ ଚୋରାଚାଲାଣ ବୃଦ୍ଧି ପାଇବା ଏକ ସ୍ବାଭାବିକ କଥା। କିଛି ଘାଟରୁ କିଛି ନୂଆ ଲିଜ ନେବାକୁ କାଗଜ ପତ୍ର ଦାଖଲ ପ୍ରକ୍ରିୟା ଚାଲିଥିଲେ ହେଁ ବାଲି ଉଠାଣ ଆରମ୍ଭ କରି ଦେଇଥିବା ଚର୍ଚ୍ଚା ହେଉଛି । ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଜଦି ଏମିତି ଚୋରାଚାଲାଣ ଚାଳିଛି ତେବେ ବିଭାଗୀୟ ମାଇନିଙ୍ଗ ଅଧିକାରୀ, ରାଜସ୍ବ ବିଭାଗ , ପୋଲିସ ପ୍ରଶାସନ ଏବଂ ପ୍ରଶାସନିକ ଅଧିକାରୀ କାହିଁକି ପଦକ୍ଷେପ ନେଉନାହାନ୍ତି। ଏହାର ସାଧାରଣ ଉତ୍ତର ହେଉଛି କିଛି ବର୍ଷ ହେଲା ଲଘୁ ଖଣିଜ ସମ୍ପଦ ମାଇନିଙ୍ଗ ବିଭାଗ ହାତରେ।

ଏବଂ ମାଇନିଙ୍ଗ ଅଫିସର ଙ୍କ କାର୍ଯ୍ୟାଳୟ ବଲାଙ୍ଗୀର ମୁଖ୍ୟାଳୟରେ। ଆଉ ଜିଲ୍ଲା ସଦର ମହକୁମାରୁ ସିନ୍ଧେକେଲା ର ଦୁରତା ପ୍ରାୟ ୧୦୦ କିଲୋମିଟର। ତଥା ମାଇନିଙ୍ଗ ବିଭାଗ ପାଖରେ କର୍ମଚାରୀ ଅଭାବ। ଏପରି ସ୍ଥଳରେ ପାହାଡ,ଡୁଙ୍ଗରୀ, ନଦୀ,ନାଳ,ମୁରୁମ ସୈରାତ, ମାଟି ସୈରାତ ଯାହା ହେଇ ଯାଉନା କାହିଁକି କିଏ ଧରପଗଡ କରିବ। ସେଥିପାଇଁ ତ ସିନ୍ଧେକେଲା ମୁଖ୍ୟ ରାସ୍ତା କଂକ୍ରିଟ ରାସ୍ତା ହୋଇଥିଲେ ହେଁ ଶୀତୁଆ ସକାଳ ରେ ବର୍ଷା ଦିନିଆ ଅନୁଭବ ଦେଉଛି ।

ତେଣୁ ୧୮ ତାରିଖ ଓ ୧୯ ତାରିଖ ରାଜ୍ୟ ରାଜଧାନୀ ଲୋକସେବା ଭବନ କନଭେନସନ ସେଣ୍ଟରରେ ହୋଇଥିବା ଦୁଇଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀକୁ ଉଦଘାଟନ କରିବା ଅବସରରେ ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତୁମ ଅଞ୍ଚଳରେ ଯଦି ବାଲି ଲଘୁ ଖଣିଜ ଚୋରାଚାଲାଣ ହେଉଛି ତେବେ ଏହାକୁ ତୁରନ୍ତ ବନ୍ଦକର ଚଢ଼ାଉ ଯାଞ୍ଚ ଜୋରଦାର କରିବା ପାଇଁ ପରାମର୍ଶ ଦେଇଥିଲେ । ତେବେ ସାଧାରଣ ଜନତା ଏହା ଜାଣିବାପରେ ଏବେ ବାଲି ଲଘୁ ଖଣିଜ ବିପଦମୁକ୍ତ ହୋଇଯିବ ବୋଲି ଆଶା ରଖିଛନ୍ତି ।

Exit mobile version