ଠିକାଦାରଙ୍କ କବଜାରେ ସରକାରୀ ଖଳା : ଧାନ ରଖିବାକୁ ଜାଗା ନାହିଁ

ବାଲିପାଟଣା  (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଖୋର୍ଦ୍ଧା ଜିଲ୍ଲା,ବାଲିପାଟଣା ବ୍ଲକ ଅନ୍ତର୍ଗତ ଆମଣାକୁଦ ଧାନମଣ୍ଡି ନିକଟରେ ଥିବା ସରକାରୀ ଧାନ ଖଳାକୁ ଜୈନିକ ଠିକାଦାରଙ୍କ କବଜାରେ ରହିଛି । ଉକ୍ତ ଠିକାଦାର ଚାଷୀଙ୍କ ଧାନରହିବା ନିମନ୍ତେ ଉଦ୍ଦିଷ୍ଟ ଖଳାରେ ସଂପୃକ୍ତ ଠିକାଦାର ଯାନବାହାନ, ଗୋଡି,ସିମେଣ୍ଟ ବାଲି, ରଖିଥିବାରୁ ଚାଷୀମାନେ ଧାନ ରଖିବାକୁ ଚିନ୍ତାରେ ପଡ଼ିଛନ୍ତି ।

ଆମଣାକୁଦ ଗ୍ରାମର ବିଭୂତି ଭୂଷଣ ମହାପାତ୍ର ନାମକ ଜଣେ ଚାଷୀ ଅଭିଯୋଗ କରି କହିଛନ୍ତି ଯେ ଆଗକୁ ବର୍ଷା ସମ୍ଭାବନା ଥିବାରୁ ସେ ତରବର ହୋଇ ଧାନ କାଟି ଅମଳ କରିଥିବା ଧାନ ରଖିବାକୁ ସ୍ଥାନ ପାଉନାହାନ୍ତି । ସରକାରୀ ଖଳା ଜବରଦଖଲ ଥିବାରୁ ତାଙ୍କର ନୂଆ କରି କଟାଯାଇଥିବା ଧାନ ଖୋଲା ଆକାଶ ତଳେ ଅତି ଦୟନୀୟ ଭାବେ ପଡିରହିଛି ।

ଅସରାଏ ବର୍ଷା ହେଲେ ତାହା ସମ୍ପୂର୍ଣ ଉଜୁଡ଼ିଯିବା ଆଶଙ୍କା ରହିଛି ବୋଲି ସୂଚନା ଦେଇ ସେ ଅସହାୟତା ପ୍ରକାଶ କରିଛନ୍ତି । ତୁରନ୍ତ ଅମଣାକୁଦସ୍ଥିତ ବାରଭୂଜା ସେବାସମବାୟ ସମିତି ନିୟନ୍ତ୍ରିତ ଧାନଖଳାକୁ ଠିକାଦାରଙ୍କ ଠାରୁ ମୁକ୍ତ କରିବାକୁ ଦାବୀ କରାଯାଇଅଛି ।

Exit mobile version