
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ସାମାଜିକ ଓ ସାଂସ୍କୃତିକ ସଂସ୍ଥା ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ୟୁନିଟ-3 ରାମ ମନ୍ଦିର ଠାରେ ଏକ ଦିବସୀୟ ବିଶ୍ବ ଶାନ୍ତି ମହା ଯଜ୍ଞ ଓ 20,000 ଘୃତ ଦୀପ ପ୍ରଜ୍ବଳିତ କାଯ୍ୟକ୍ରମ ଗତକାଲି ଗୁରୁବାରଦିନ ଅନୁଷ୍ଠିତ କରାଯାଇଥିଲା । ଦେବ ଦିପାବଳୀରେ ପ୍ରଭୁ ଶ୍ରୀ ଜଗନ୍ନାଥ ମାଘ କୃଷ୍ଣପକ୍ଷ ଚତୁର୍ଦଶୀ, ଅମାବାସ୍ୟା ଓ ଶୁକ୍ଳପକ୍ଷ ପ୍ରତିପ୍ରଦା ଦିନ ତାଙ୍କ ଦ୍ଵାରା ଅବତାରିତ ଚାରି ଯୁଗର ପିତାମାତା ଯଥା – ଅଦିତି- କଶ୍ୟପ, କୌଶଲ୍ୟା -ଦଶରଥ, ନନ୍ଦ – ଯଶୋଦା, ଦେବକୀ -ବାସୁଦେବ, ଇନ୍ଦ୍ରଦ୍ରୁମ -ଗୁଣ୍ଡିଚାଙ୍କୁ ଶ୍ରାଦ୍ଧ ପ୍ରଦାନ କରିବା ସହିତ ଭକ୍ତଙ୍କୁ ଶ୍ରାଦ୍ଧ ବେଶରେ ଦର୍ଶନ ଦେଇଥାଆନ୍ତି । ଏହି ପରମ୍ପରାକୁ ବ୍ୟାପକ କରିବା ନିମିତ୍ତ ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରର, unit-3, ଶ୍ରୀରାମମନ୍ଦିର ଠାରେ ବିଗତ 9 ବର୍ଷ ଧରି ଦୀପ ଉତ୍ସବ ପାଳନ କରାଯାଇଆସୁଅଛି । ଏଥିରେ ଓଡିଶା ସରକାରଙ୍କର ମାନ୍ୟବର ସ୍ୱାସ୍ଥ୍ୟ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ ମୁକେଶ ମହାଲିଙ୍ଗ ଓ ଧର୍ମପତ୍ନୀ ଡ଼. ଅନିତା ମହାଲିଙ୍ଗ ବିଶ୍ୱ ଶାନ୍ତି ମହା ଯଜ୍ଞରେ କର୍ତ୍ତକର୍ତ୍ତୀ ଭାବେ ଯୋଗ ଦେବା ସହିତ ଆହୁତି ପ୍ରଦାନ କରିଥିଲେ । ଏହି ଭକ୍ତି ପୃତ କାଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟ ବଂଶୀ ସୁରଜ, ରାଜନେତା ଶ୍ରୀଯୁକ୍ତ ଗୋଲକ ମହାପାତ୍ର, ମାନ୍ୟବର ବିଧାୟକ ଆକାଶ ଦାସନାୟକ, ମାନ୍ୟବର ବିଧାୟକ ବାବୁସିଂହ, ଆଦିଙ୍କ ସହିତ ଓଡ଼ିଶାର ବହୁ ସାଧୁ ସନ୍ଥ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ । ହାପି ଲିଭିଙ୍ଗ ଫାଉଣ୍ଡେସନର ପ୍ରତିଷ୍ଠାତା ଡ଼. ମନୋଜ ଲେଙ୍କା, ତମାମ କାଯ୍ୟକ୍ରମକୁ ପରିଚାଳନା କରିବା ସହିତ ଦେବ ଦିପାବଳୀର ମହତ୍ୱ ବିଷୟରେ ଅବଗତ କରାଇଥିଲେ ।

