ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକ ଅନ୍ତର୍ଗତ ଛେଳାଗଡ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଏହି ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ ନଆସି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ମୁନିନ୍ଦ୍ର ହୋନ୍ନାଗା , ବିଡିଓ , ପଞ୍ଚାୟତ ସମିତି ଅଧ୍ୟକ୍ଷ, 
ଜିଲ୍ଲାପରିଷଦ ସଭ୍ୟା ଯମୁନା ଦଳବେହେରା, ସଭ୍ୟ ଦଣ୍ଡପାଣି ବଡମୁଣ୍ଡି ପ୍ରମୁଖ ମଞ୍ଚାସୀନ ଥିଲେ । ୪ ଗୋଟି ପଞ୍ଚାୟତ ତଥା ଛେଳାଗଡ, ଛେଳିଗଡ, ମହେନ୍ଦ୍ରଗଡ ଓ ତାବରାଗୁଡା ଗ୍ରାମପଞ୍ଚାୟତରୁ ଆସିଥିବା ୧୧୦ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥିରୁ ୭୦ଟି ବ୍ୟକ୍ତିଗତ ଏବଂ ୪୦ଟି ଗୋଷ୍ଠୀଗତ ଅଭିଯୋଗ ମଧ୍ୟରୁ ୫ଟି ବ୍ୟକ୍ତିଗତ ସମସ୍ୟାର ତ୍ବରିତ ସମାଧାନ ହୋଇଥିଲା । ସମସ୍ୟା ମଧ୍ୟରେ ରାସ୍ତା, ନେଟଓ୍ବାର୍କ ସେବା, ବିଦ୍ୟୁତ ଯୋଗାଣ ଓ ବାତ୍ୟା ମନ୍ଥାର କ୍ଷତିପୂରଣ ଦାବି ପରି ଅଭିଯୋଗ ଆସୁଥିବା ଜଣାପଡିଛି ।

