ପାରଳା ନଗର କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ୧୦୮ତ୍ତମ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି ଦିନ ୧୧.୦୦ ଘଣ୍ଟା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ୧୦୮ତ୍ତମ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି କଂଗ୍ରେସ ଭବନ ଠାରେ ସ୍ୱର୍ଗିୟ ଇନ୍ଦିରାଗାନ୍ଧୀଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l

ଇନ୍ଦିରାଗାନ୍ଧୀଙ୍କ ନୀତି ଆଦର୍ଶରେ ପ୍ରତେକ ନେତା ଓ କର୍ମୀ ଅନୁପ୍ରାଣିତ ହୋଇ ଦେଶ ଓ ଜାତିର ସେବା କରନ୍ତୁ ବୋଲି ଏହି ସଭାରେ ଆୱାନ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମରେ ସଂଗ୍ରାମ ସାହୁ, ଦଣ୍ଡ ପଣ୍ଡା, ସୁମିତ କୁମାର ପାତ୍ର, ନିରାକାର ପାଣିଗ୍ରାହୀ ଲବ ସାହୁ ଏସ ପାପା ରାଓ,ଏ ରବୀ କୁମାର, ପ୍ରମୁଖ ଉପସ୍ଥିତ ଥିଲେ, ଆଜିର ଏହି କାର୍ଯ୍ୟକ୍ରମକୁ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡାଙ୍କ ଦ୍ଵାରା ପରିଚାଳିତ ହୋଇଥିଲା ।

Exit mobile version