Home ଅପରାଧ ପାରଳାଖେମୁଣ୍ଡି ପୋଲିସର ସଫଳତା ୫ ଲକ୍ଷ ଟଙ୍କାର ଚୋରି ଅଳଙ୍କାର ଉଦ୍ଧାର : ୪ ଜଣ ଗିରଫ by Proprietor Abhimanyu Maharana 5 months ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସକୁ ମିଳିଛି ବଡ ସଫଳତା l ଚୋରି ୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୂପା ଅଳଙ୍କାରକୁ ଉଦ୍ଧାର କରିବା ସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରି କୋୖର୍ଟକୁ ଚାଲାଣ କରାଯାଇଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ହେଲେ ରାଣୀପେଣ୍ଠ ଗ୍ରାମର ଜି. ଲକ୍ଷ୍ମୀନାରାୟଣା ରାଓ (22). ଦାନାନା ଗଣେଶ (୨୫), ମିଶାଲା ବିବେକ (୨୭) ଏବଂ ପାରଳାଖେମୁଣ୍ଡି ସହରର କଣ୍ଡରା ସାହିର କିରଣ ଧବାଲ୍ (୨୦) ବୋଲି ଜଣା ପଡିଛି l ଘଟଣାରୁ ପ୍ରକାଶ, ଚଳିତ ମାସ ୧୦ ତାରିଖରେ ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ରାଣୀପେଣ୍ଠ ଗ୍ରାମର ପି ଚିନ୍ନପାଡୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ କିଛି ଦୁର୍ବୃତ୍ତ ପଶିଥିଲେ। ଆଲମିରା ତାଲା ଭାଙ୍ଗି ୨ ତୋଳା ସୁନାର ଗହଣା, ୫୦ ତୋଳାରୁ ଅଧିକ ରୁପା ଗହଣା ସହ ନଗଦ ୨୫ ହଜାର ଟଙ୍କା ଚୋରି କରିଥିବା ନେଇ ପାରଳା ଥାନାରେ ଅଭିଯୋଗ ହୋଇଥିଲା. ଏହାପରେ ପାରଳାଖେମୁଣ୍ଡି ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା l ତଦନ୍ତ ସମୟରେ, ତଦନ୍ତକାରୀ ଅଫିସର ଘଟଣାସ୍ଥଳକୁ ଯାଇ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ ଏବଂ ଘର ଚାରିପାଖର ଫୁଟେଜ ବିଶ୍ଳେଷଣ କରି ଦୁର୍ବୃତ୍ତଙ୍କ ପରିଚୟ ଜାଣିପାରିଥିଲେ l ମୁଖ୍ୟ ଦୁର୍ବୃତ୍ତଙ୍କୁ ଧରି ପୁଲିସ ପଚରାଉଚରା କଲାପରେ ସେ ଦୋଷ ସ୍ଵୀକାର କରି ତାଙ୍କ ସହଯୋଗୀଙ୍କ ନାମ ପ୍ରକାଶ କରିଥିଲେ I ଚୋରି ହୋଇଥିବା ସୁନା ଓ ରୂପା ଗହଣା ଅଭିଯୁକ୍ତ ମାନଙ୍କଠାରୁ ଜବତ କରାଯାଇଛି । ଜବତ ସାମଗ୍ରୀର ମୋଟ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି l Categories: ଅପରାଧ, ଓଡ଼ିଶା, ଗଜପତି, ହୋମ୍ Related Content ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ by Proprietor Abhimanyu Maharana May 1, 2026 ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା by Proprietor Abhimanyu Maharana May 1, 2026 ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ by Proprietor Abhimanyu Maharana May 1, 2026 ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା by Proprietor Abhimanyu Maharana May 1, 2026 ୟୁ.କେ. ଓଡ଼ିଶା ସାମଜ ପକ୍ଷରୁ ସପ୍ତମ ଉତ୍କଳ ଦିବସ ପାଳନ by Proprietor Abhimanyu Maharana May 1, 2026 Odisha Society of UK Celebrates Seventh Utkal Dibas by Proprietor Abhimanyu Maharana May 1, 2026