Home ଓଡ଼ିଶା ମହା ଲଗ ଇନ ଡ଼େରେ ଜିଲ୍ଲାରେ ରେକର୍ଡ଼ ରଖିଲା କଣ୍ଟାବାଞ୍ଜି by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗିର ଜିଲ୍ଲାରେ ଆଜି ଡ଼ାକ ସେବା କାର୍ଯ୍ୟାଳୟ ପକ୍ଷରୁ ନୂତନ ଖାତା ଖୋଲିବା ପାଇଁ ଏକ ସ୍ଵତନ୍ତ୍ର ପର୍ବ ରହିଥିବା ବେଳେ, ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ପୋଷ୍ଟମାଷ୍ଟର ଶ୍ରୀ ଗୌରାଙ୍ଗ ଚରଣ ସା ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସୂଚନା ଯୋଗ୍ଯ ପିପିଏଫ. ଏସବି. ଏସ୍ଏସ୍ଏ. ଟିଡ଼ି. ଏସସିଏସଏସ. ଆରଡ଼ି ଭଲି ବିଭିନ୍ନ ପ୍ରକାର ଯୋଜନାରେ ୨୫୬ ଟି ଖାତା ଖୋଲି ରେକର୍ଡ଼ ସୃଷ୍ଟି କରିଛନ୍ତି ବୋଲି ଜିଲ୍ଲା ମୁଖ୍ୟ ଡ଼ାକ ପ୍ରବନ୍ଧକ ଶ୍ରୀ ସଞ୍ଜୟ ବିଶ୍ଵାଳ ପ୍ରକାଶ କରିଛନ୍ତି । ଏନେଇ କଣ୍ଟାବାଞ୍ଜି ପୋଷ୍ଟ ମାଷ୍ଟର ଗୌରାଙ୍ଗ ଚରଣ ସାଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ, ମୋର ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟର ନବୀନ କୁମାର ବୋଏ, ରାଜ କୁମାର ମେହେର, ସରତ ସେଠ, ଅରବିନ୍ଦ ମେହେରଙ୍କ ସହଯୋଗ କ୍ରମେ ଆଜି ଏଭଲି ରେକର୍ଡ଼ କରିପାରିଥିବା ପ୍ରକାଶ କରିଛନ୍ତି । ପୂର୍ବରୁ ମଧ୍ୟ କଣ୍ଟାବାଞ୍ଜି ପୋଷ୍ଟ ଅଫିସ ନୂତନ ଖାତା ଖୋଲିବାରେ ଜିଲ୍ଲାର ପ୍ରଥମ ସ୍ଥାନରେ ରହିଥିବା ପ୍ରକାଶ । ଏନେଇ ସୁପରିଟେଣ୍ଡେଣ୍ଟ ଓଫ ବଲାଙ୍ଗିର ସଞ୍ଜୟ ବିଶ୍ଵାଳ ଶ୍ରୀ ସାଙ୍କୁ ପ୍ରସଂଶା କରିଥିବା ବେଳେ, ଅନ୍ୟ ପୋଷ୍ଟ ମାଷ୍ଟର ମାନେ ଶ୍ରୀ ସାଙ୍କ ଠାରୁ ଶିଖନ୍ତୁ ବୋଲି କହିଥିଲେ । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content Basic Pediatric Ventilation Workshop – A Pre-Conference Workshop of IAP ODIPEDICON 2026 by Proprietor Abhimanyu Maharana November 1, 2026 ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ କନ୍ଧମାଳ ପ୍ରଶାସନର ତତ୍ପରତା : ରବିବାର ମଧ୍ୟ ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ by Proprietor Abhimanyu Maharana November 1, 2026 ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ by Proprietor Abhimanyu Maharana November 1, 2026 ପ୍ରଧାନ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana November 1, 2026 RASHTRIYA EKTA DIWAS OBSERVED AT KHURDA ROAD DIVISION by Proprietor Abhimanyu Maharana November 1, 2026 ଖୋର୍ଦ୍ଧାରୋଡ ରେଳମଣ୍ଡଳରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ by Proprietor Abhimanyu Maharana November 1, 2026