Home ଓଡ଼ିଶା ମହା ଲଗ ଇନ ଡ଼େରେ ଜିଲ୍ଲାରେ ରେକର୍ଡ଼ ରଖିଲା କଣ୍ଟାବାଞ୍ଜି by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗିର ଜିଲ୍ଲାରେ ଆଜି ଡ଼ାକ ସେବା କାର୍ଯ୍ୟାଳୟ ପକ୍ଷରୁ ନୂତନ ଖାତା ଖୋଲିବା ପାଇଁ ଏକ ସ୍ଵତନ୍ତ୍ର ପର୍ବ ରହିଥିବା ବେଳେ, ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ପୋଷ୍ଟମାଷ୍ଟର ଶ୍ରୀ ଗୌରାଙ୍ଗ ଚରଣ ସା ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସୂଚନା ଯୋଗ୍ଯ ପିପିଏଫ. ଏସବି. ଏସ୍ଏସ୍ଏ. ଟିଡ଼ି. ଏସସିଏସଏସ. ଆରଡ଼ି ଭଲି ବିଭିନ୍ନ ପ୍ରକାର ଯୋଜନାରେ ୨୫୬ ଟି ଖାତା ଖୋଲି ରେକର୍ଡ଼ ସୃଷ୍ଟି କରିଛନ୍ତି ବୋଲି ଜିଲ୍ଲା ମୁଖ୍ୟ ଡ଼ାକ ପ୍ରବନ୍ଧକ ଶ୍ରୀ ସଞ୍ଜୟ ବିଶ୍ଵାଳ ପ୍ରକାଶ କରିଛନ୍ତି । ଏନେଇ କଣ୍ଟାବାଞ୍ଜି ପୋଷ୍ଟ ମାଷ୍ଟର ଗୌରାଙ୍ଗ ଚରଣ ସାଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ, ମୋର ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟର ନବୀନ କୁମାର ବୋଏ, ରାଜ କୁମାର ମେହେର, ସରତ ସେଠ, ଅରବିନ୍ଦ ମେହେରଙ୍କ ସହଯୋଗ କ୍ରମେ ଆଜି ଏଭଲି ରେକର୍ଡ଼ କରିପାରିଥିବା ପ୍ରକାଶ କରିଛନ୍ତି । ପୂର୍ବରୁ ମଧ୍ୟ କଣ୍ଟାବାଞ୍ଜି ପୋଷ୍ଟ ଅଫିସ ନୂତନ ଖାତା ଖୋଲିବାରେ ଜିଲ୍ଲାର ପ୍ରଥମ ସ୍ଥାନରେ ରହିଥିବା ପ୍ରକାଶ । ଏନେଇ ସୁପରିଟେଣ୍ଡେଣ୍ଟ ଓଫ ବଲାଙ୍ଗିର ସଞ୍ଜୟ ବିଶ୍ଵାଳ ଶ୍ରୀ ସାଙ୍କୁ ପ୍ରସଂଶା କରିଥିବା ବେଳେ, ଅନ୍ୟ ପୋଷ୍ଟ ମାଷ୍ଟର ମାନେ ଶ୍ରୀ ସାଙ୍କ ଠାରୁ ଶିଖନ୍ତୁ ବୋଲି କହିଥିଲେ । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ୩୧୧ କୋଟି ଟଙ୍କାର ବଜେଟ୍ ଏବଂ ବ୍ୟାପକ ସ୍କ୍ରିନିଂ ସହିତ କର୍କଟ ଚିକିତ୍ସାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ : ସ୍ୱାସ୍ଥ୍ୟ ମନ୍ତ୍ରୀ by Proprietor Abhimanyu Maharana August 25, 2026 ବେଣ୍ଟରେ ନରକଙ୍କାଳ ଚିହ୍ନଟକୁ ନେଇ ବଢ଼ିଲା ଦ୍ୱନ୍ଦ : ସାମ୍ୱାଦିକଙ୍କୁ ବାଟବଣା କରୁଛି ପୋଲିସ ପ୍ରଶାସନ by Proprietor Abhimanyu Maharana August 25, 2026 ପୂର୍ବତନ ବିଧାୟକ କରେନ୍ଦ୍ର ମାଝିଙ୍କ ପ୍ରଥମ ଶ୍ରଦ୍ଧାବର୍ଷିକ ପାଳିତ : ଅଞ୍ଚଳର ବିକାଶ ପୁରୁଷ ଥିଲେ : ସାଂସଦ by Proprietor Abhimanyu Maharana August 25, 2026 ଲଗାଣ ବର୍ଷାରେ ଗ୍ରାମାଞ୍ଚଳ ର ବିଭିନ୍ନ ରାସ୍ତା କେନାଲ ଧୋଇଗଲା : ମାତି ଅତଡ଼ା ଖସି ରାସ୍ତାରେ ବିରାଟ ଗର୍ତ୍ତ by Proprietor Abhimanyu Maharana August 25, 2026 ଶ୍ରାବଣ ଶେଷ ସୋମବାରରେ ଜଳାଭିଷେକ ପାଇଁ ଜାଲେଶପଟ୍ଟାର ଜଳେଶ୍ୱରରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ by Proprietor Abhimanyu Maharana August 25, 2026 ଶ୍ରୀମନ୍ଦିର ଶୃଙ୍ଖଳିତ ଧାଡ଼ି ଦର୍ଶନ ନେଇ ଉଚ୍ଚ ସ୍ତରୀୟ ବୈଠକ by Proprietor Abhimanyu Maharana August 25, 2026