Home ଓଡ଼ିଶା ଆସୋଚାମ ଇଷ୍ଟର୍ଣ୍ଣ ଇଣ୍ଡିଆ କ୍ଲିନ ଏନର୍ଜି ସମ୍ମିଳନୀରେ ବଡ ନିବେଶ ଓ ପ୍ରୋତ୍ସାହନ ଘୋଷଣା : ୨୦୩୦ ସୁଦ୍ଧା ୧୧ ଜିଡବ୍ଲ୍ୟୁ ଗ୍ରୀନ ଏନର୍ଜି ପାଇଁ ଲକ୍ଷ୍ୟ ରଖିଛି ଓଡିଶା by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ସ୍ୱଚ୍ଛ ଶକ୍ତି, ଦାୟିତ୍ୱପୂର୍ଣ୍ଣ ଶିଳ୍ପ ଏବଂ ଆଧୁନିକ ଉତ୍ପାଦନ ଦ୍ୱାରା ପରିଭାଷିତ ଅଭିବୃଦ୍ଧିର ଏକ ନୂତନ ଯୁଗରେ ପ୍ରବେଶ କରୁଛି ଓଡ଼ିଶା; ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଆସୋଚାମ) ପକ୍ଷରୁ ଭୁବନେଶ୍ୱରର ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ‘ପୂର୍ବ ଭାରତର ନେଟ୍ ଜିରୋ ଟ୍ରାନ୍ସମିଶନକୁ ସଶକ୍ତ କରିବା’ ବିଷୟବସ୍ତୁ ସହିତ ‘ଇଷ୍ଟର୍ଣ୍ଣ ଇଣ୍ଡିଆ କ୍ଲିନ ଏନର୍ଜି ସମିଟ୍’ର ଉଦ୍ଘାଟନ କରାଯାଇଛି । ଏହି ସମ୍ମିଳନୀରେ ଓଡିଶା ସରକାର ରାଜ୍ୟର ସ୍ୱଚ୍ଛ ଶକ୍ତି ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ ଉପସ୍ଥାପନ କରିଛନ୍ତି । ଏହି ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ବରିଷ୍ଠ ସରକାରୀ ଅଧିକାରୀ ଓ ଇଣ୍ଡଷ୍ଟ୍ରୀ ଲିଡରମାନେ ଉପସ୍ଥିତ ଥିଲେ ଯେଉଁମାନେକି ଏକ ସ୍ୱଚ୍ଛ ଶକ୍ତି କେନ୍ଦ୍ରରେ ପରିଣତ ହେବା ପାଇଁ ଓଡିଶାର ରଣନୈତିକ ପ୍ରୟାସଗୁଡିକୁ ରେଖାଙ୍କିତ କରିଥିଲେ । ଏହି ଅବସରରେ ନିଜର ସମ୍ବୋଧନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଓଡିଶାର ଉପମୁଖ୍ୟମନ୍ତ୍ରୀ ଏବଂ ଓଡିଶା ସରକାରଙ୍କ ଶକ୍ତି ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଘୋଷଣା କରିଥିଲେ ଯେ, “ଓଡିଶା ଏହାର ବିକାଶ ଯାତ୍ରାରେ ଏକ ନିର୍ଣ୍ଣାୟକ ମୁହୂର୍ତରେ ଉଭା ହୋଇଛି । ସେ ରାଜ୍ୟର ମହତ୍ୱାକାଂକ୍ଷୀ ଲକ୍ଷ୍ୟଗୁଡିକ ସମ୍ପର୍କରେ ବର୍ଣ୍ଣନା କରି କହିଥିଲେ, “ଆମେ ୨୦୩୦ ସୁଦ୍ଧା ୧୧ ଜିଡବ୍ଲ୍ୟୁ ଏନର୍ଜି କ୍ଷମତା ହାସଲ କରିବା ଏବଂ ସବୁଜ ଶକ୍ତିକୁ ଗ୍ରହଣ କରିବା ଲାଗି ଶିଳ୍ପଗୁଡିକୁ ସହଯୋଗ କରିବା ପାଇଁ ଲକ୍ଷ୍ୟ ରଖିଛୁ, ଆମେ ରାଜ୍ୟରେ ଗ୍ରୀନ ହାଇଡ୍ରୋଜେନ ଓ ଗ୍ରୀନ ଆମୋନିଆର ବୃହତ କ୍ଷମତାକୁ ଅନ୍ତର୍ଭୁକ୍ତ କରୁଛୁ । ” ରାଜ୍ୟ ସରକାରଙ୍କ ସକ୍ରିୟ ପଦକ୍ଷେପଗୁଡିକୁ ଉଲ୍ଲେଖ କରି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଘୋଷଣା କରିଛନ୍ତି ଯେ, “ନିକଟରେ ଆମ ସରକାର ୧୩୪୨୨ କୋଟି ଟଙ୍କା ମୂଲ୍ୟର ପ୍ରାୟ ୨୦୦୦ ଏମଡବ୍ଲ୍ୟୁର ୫୩ଟି ସବୁଜ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ।” ଲୋକପ୍ରିୟ ପିଏମ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନା ଉପରେ ସେ କହିଛନ୍ତି, “ରାଜ୍ୟରେ ୩ ଘରକୁ କଭର କରିବାର ଏକ ଲକ୍ଷ୍ୟ ସହିତ ଆମେ କେନ୍ଦ୍ର ସରକାରଙ୍କ ୭୬,୦୦୦ ଟଙ୍କା ବ୍ୟତୀତ ପ୍ରତି ଘର ପିଛା ଅତିରିକ୍ତ ୬୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛୁ । ଜମି ଉପଲବ୍ଧତା ଭଳି ପ୍ରମୁଖ ଆହ୍ୱାନଗୁଡିକୁ ସମ୍ବୋଧିତ କରି ସେ ସୂଚିତ କରିଛନ୍ତି ଯେ, ରେଳ ଓ କେନାଲ-ଟପ୍ ସୋଲାର ପ୍ରକଳ୍ପ ଭଳି ବିକଳ୍ପଗୁଡିକ ସମ୍ପର୍କରେ ବିଚାର କରାଯାଉଛି । କାର୍ଯ୍ୟକ୍ରମର ଉଦ୍ଘାଟନୀ ଅଧିବେଶନରେ ମତବ୍ୟକ୍ତ କରି ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚରଣ ସ୍ୱାଇଁ କହିଛନ୍ତି, “ଓଡିଶା ସ୍ୱଚ୍ଛ ଶକ୍ତି, ଦାୟିତ୍ୱବାନ ଶିଳ୍ପ ଓ ଆଧୁନିକ ଉତ୍ପାଦନ ଦ୍ୱାରା ପରିଭାଷିତ ଅଭିବୃଦ୍ଧିର ଏକ ନୂତନ ଯୁଗରେ ପ୍ରବେଶ କରୁଛି । ସେ ଓଡିଶା ରିନେୱେବୁଲ ଏନର୍ଜି ପଲିସି ୨୦୨୨ର ବିଭିନ୍ନ ଲାଭ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି ଯାହା ବିଦ୍ୟୁତ ଶୁଳ୍କ, ହ୍ୱିଲିଙ୍ଗ ଚାର୍ଜ, କ୍ରସ-ସବ୍ସିଡି ସର୍ଚାର୍ଜ ଏବଂ ଗ୍ରୀନ ହାଇଡ୍ରୋଜେନ ଓ ଗ୍ରୀନ ଆମୋନନିଆ ପ୍ରକଳ୍ପ ପାଇଁ ଜମି ଶୁଳ୍କ ଉପରେ ଦୀର୍ଘକାଳିନ ଛାଡ ପ୍ରଦାନ କରୁଛି । ସେ କହିଛନ୍ତି, ୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ୧୬ଟି ପ୍ରମୁଖ ଗ୍ରୀନ ହାଇଡ୍ରୋଜେନ ଓ ଗ୍ରୀନ ଆମୋନିଆ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି, ଅନେକ ପ୍ରକଳ୍ପ ଅନୁମୋଦନ ଅପେକ୍ଷାରେ ରହିଛି । ରାଜ୍ୟର ବଡ ନିବେଶମାନେ ହେଉଛନ୍ତି ଜେଏସଡବ୍ଲ୍ୟୁ, ରିନ୍ୟୁ, ଅଭାଡା, ୱାରି, ଆମ୍ପିନ, ଏସିଏମଇ, ୱେସ୍ପୁନ, ସେମ୍ବକର୍ପ, ଏଲ୍ଆଣ୍ଡଟି ଏନର୍ଜି ଗ୍ରୀନଟେକ, ଆଇନକ୍ସ ୱାଇଣ୍ଡ, ହିମାଦ୍ରୀ, କ୍ୱାଂଟ ସୋଲାର ଇତ୍ୟାଦି ।” ଏଥିସହିତ ସେ ସବୁଜ ବନ୍ଦ ଅଭିଯାନ ଓ ଭବିଷ୍ୟତ ପ୍ରସ୍ତୁତ କର୍ମବଳ ଉପରେ ମଧ୍ୟ ଆଲୋକପାତ କରିଥିଳେ । ସେ ଶିଳ୍ପ, ନିବେଶକ, ଶିକ୍ଷାନୁଷ୍ଠାନ ଓ ବିକାଶ ସହଯୋଗୀମାନଙ୍କୁ ଏକ ଖୋଲା ଆମନ୍ତ୍ରଣ ମଧ୍ୟ ଦେଇଥିଲେ । ସେ କହିଥିଲେ, “ଓଡିଶା ସହଭାଗିତା, ଉଦ୍ଭାବନ ଓ ନେତୃତ୍ୱ ପାଇଁ ପ୍ରସ୍ତୁତ ରହିଛି । ଆସନ୍ତୁ ମିଳିତ ଭାବେ ଏକ ସବୁଜ ଓ ଅଧିକ ସମୃଦ୍ଧ ଭବିଷ୍ୟତ ନିର୍ମାଣ କରିବା ।” Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଯୁବ ରେଡକ୍ରସ୍ ପକ୍ଷରୁ ଜିଲ୍ଲା ସ୍ତରୀୟ ଅନ୍ଧବିଶ୍ୱାସ, କୁ-ସଂସ୍କାର ଦୂରିକରଣ କୁ ନେଇ ସଚେତନତା ଶିବିର by Proprietor Abhimanyu Maharana August 26, 2026 "ବିକଶିତ କନ୍ଧମାଳ-ଦାଦନମୁକ୍ତ କନ୍ଧମାଳ" ପାଇଁ ଦାଦନ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ଆପ୍ ଉନ୍ମୋଚନ by Proprietor Abhimanyu Maharana August 26, 2026 ଯନ୍ତ୍ରୀ ନିଷ୍କ୍ରିୟ,ଠିକାଦାର ବେଫିକର୍ : କେନାଲ ସଫାକୁ ୨ ମାସ ପୁରିଲା - ରାସ୍ତାକଡରୁ ହଟୁନି କୁଢ଼ କୁଢ଼ ଅଳିଆ by Proprietor Abhimanyu Maharana August 26, 2026 ଉତ୍କଳ ସଂସ୍କୃତି ବିସ୍ୱବିଦ୍ୟାଳୟରେ ପି. ଏଚ. ଡି. ଏଣ୍ଟରାନ୍ସରେ ମହାଦୁର୍ନୀତି by Proprietor Abhimanyu Maharana August 26, 2026 ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଘରୋଇକରଣ ପ୍ରସଙ୍ଗ ରାଜ୍ୟର ସମ୍ପଦ ଲୁଟ ହେଉଥିବା ବେଳେ ପାଟି ଖୋଲୁନି ରାଜ୍ୟ ସରକାର : ବିଜେଡି by Proprietor Abhimanyu Maharana August 26, 2026 Delhi hosts Workshop on Financial Freedom by Proprietor Abhimanyu Maharana August 26, 2026