ବିଭୁବୈଭବ – ଶୁଭକାମୀ ମନୁଷ୍ୟର ମାର୍ଗଦର୍ଶକ

କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବିଛା ସଂକ୍ରାନ୍ତିର ଶୁଭ ଅବସରରେ କଟକ ବିଡାନାସି ଚହଟାଘାଟ ସ୍ଥିତ ଅସୀମାନନ୍ଦ ମିସନ ପରିସରରେ ଅନୁଷ୍ଠିତ ସତସଙ୍ଗରେ ପୌରୋହିତ୍ୟରେ ପୂଜ୍ୟ ବ୍ରହ୍ମଚାରୀ ସତ୍ୟଚୈତନ୍ୟ “ଯୋଗ ଦେଇ ବିଭୁବୈଭବ ପତ୍ରିକା ଲେଖାଗୁଡିକ ମାଧ୍ୟମରେ ସଭିଙ୍କ ମନରେ ଭଗବତ୍ ଚେତନା ସୃଷ୍ଟି କରି ଭଗବାନଙ୍କ ପ୍ରତି କୃତଜ୍ଞ ରହିବାର ପର୍ବ ଆରମ୍ଭ କରିଛି ବୋଲି ପ୍ରକାଶ କରିଥିଲେ।ଇତ୍ୟବସରରେ ବିଭୁବୈଭବ ପରିବାର ତରଫରୁ ସମ୍ପାଦକ ଲୋକଶିକ୍ଷକ ଲଷ୍ମୀପ୍ରସାଦ ଆଚାର୍ଯ୍ଯ “ଶ୍ରେଷ୍ଠ ସାଧକ ବ୍ରହ୍ମଚାରୀ ସତ୍ୟଚୈତନ୍ୟ”ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।


ବିଭୁବୈଭବ ପରିବାରର ସଦସ୍ୟ ସର୍ବଶ୍ରୀ ଅବସରପ୍ରାପ୍ତ ଶିକ୍ଷାବିତ୍ ନରେନ୍ଦ୍ରନାଥ ଓଝା,କିଟ୍ ୟୁନିଭରସିଟିର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ନାୟକ,ପ୍ରାକ୍ତନ ଶିକ୍ଷକ ଧୀରେନ୍ଦ୍ରନାଥ ନାୟକ,ଆଧ୍ୟାତ୍ମିକ ସାଧକ ମାନସ ରଞ୍ଜନ ବିଶ୍ଵାଳ, ସମାଜସେବୀ ସମରେଶ ଭୂୟାଁ, ପଣ୍ଡିତ ନୀଳମଣି ଦାଶ,ସମାଜସେବୀ ତଥା ଫାର୍ମାସିଷ୍ଟ ତାପସ କୁମାର ପଣ୍ଡା,ଅଧ୍ୟାପିକା ସସ୍ମିତା ଆଚାର୍ଯ୍ଯ, ଅଧ୍ୟାପକ କୃତିବଲ୍ଲଭ, ସମାଜସେବୀ ଦିନବନ୍ଧୁ ବାରିକ,

ଦୀନେଶ ପଟ୍ଟନାୟକ, ଅଜୟ ଦାସ, ଶମ୍ଭୁଜୀ ବାରିକ ଓ ବରିଷ୍ଠ ନାଗରିକ ମୁକୁନ୍ଦଦେବ ମହାରଣାଙ୍କୁ ବିଭୁ ଆଶୀର୍ବାଦ ପ୍ରଦାନ କରି ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।ପରିଶେଷରେ “ବିଭୁବୈଭବ”ର ପରିକ୍ରମା ସଂଯୋଜକ ପ୍ରଭୁଦତ୍ତ ପ୍ରଧାନ “ବ୍ରହ୍ମଚାରୀ” ମହୋଦୟଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ଉପସ୍ଥିତ ସମସ୍ତେ ବିଭୁ-ପ୍ରେମୀ ମାନଙ୍କୁ ସାଧୁବାଦ ଜଣାଇଥିଲେ। ଏଥିରେ ବହୁ ଭକ୍ତିପୂତ ଆଧ୍ୟାତ୍ମିକ ପ୍ରେମୀମାନେ ଯୋଗ ଦେଇଥିଲେ ।

Exit mobile version