Home ଓଡ଼ିଶା ଶୌଚାଳୟ ନାମରେ ବଡଦାଣ୍ଡ ମାଡି ବସିବା ଅଭିଯୋଗ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପବିତ୍ର ବଡଦାଣ୍ଡ ଉପରେ ଘରୋଇ ଶୌଚାଳୟ ନିର୍ମାଣ କରିବା ପାଇଁ ସୁଚିନ୍ତିତ ଉପାୟରେ ଜାତୀୟ ରାଜପଥ ଉପରେ ଲାଟିନ ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି । ଯୁବ ସାମାଜିକ କର୍ମୀ ସ୍ବାଧୀନ ପଣ୍ଡା ଏହାକୁ ଘୋର ବିରୋଧ କରି କହିଛନ୍ତି ଯଦି ଏଠାରେ ଘରୋଇ ଅନୁଷ୍ଠାନ ଭକ୍ତଙ୍କୁ ଶୋଷଣ କରିବ ତେବେ ଆମେ ତାକୁ ବିରୋଧ କରିବୁ ବୋଲି ସାମାଜିକ ଗଣମାଧ୍ୟମରେ ଭିଡିଓ ଜାରି କରିଛନ୍ତି । ପୁରୀକୁ ଆସୁଥିବା ଭକ୍ତ, ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ମାନେ ଝାଡା ପରିସ୍ରା ଓ ଗାଧୋଇବା ପାଇଁ ସୁଲଭ ମୂଲ୍ଯରେ ଶୌଚାଳୟ ଖୋଜିଥାନ୍ତି । ବଗଲା ଧର୍ମଶାଳା ଭିଆଇପି ସୁଟ ସମ୍ମୁଖ ପାଚେରୀ ନିକଟରେ ଏକ ସୁଲଭ ଶୌଚାଳୟ ରହିଥିଲା । ତାହାର ସମ୍ମୁଖ ସ୍ଥାନକୁ ଡ୍ରେନ ସହ ବଡଦାଣ୍ଡକୁ ମିଶାଇ ବାଲି ସିମେଣ୍ଟ ଗୋଡି ପକାଇ ଟାଇଲ ବିଛାଇବା ପାଇଁ କାର୍ଯ୍ୟ କରାଯାଉଛି । ଏହାକୁ ଶ୍ରୀପଣ୍ଡା ଘୋର ବିରୋଧ କରିଛନ୍ତି । ରଥଯାତ୍ରା ସମୟରେ ଘରୋଇ ଶୌଚାଳୟରେ ପରିସ୍ରା ଯିବାପାଇଁ ୮୦ ଟଙ୍କା, ଝାଡା ଯିବା ପାଇଁ ୧୦୦ ଟଙ୍କା ଓ ଗାଧୋଇବା ପାଇଁ ୧୫୦ ଟଙ୍କା ଦେଇ ଅତିଷ୍ଠ ହୋଇଥିଲେ । ସେହି ବ୍ଯବସ୍ଥା ପୁଣି ଚାଲୁ କରିବା ପାଇଁ ନେଳି ଜରି ଘୋଡାଇ କାର୍ଯ୍ୟ କରାଯାଉଛି । ପବିତ୍ର ବଡଦାଣ୍ଡ ମହାପ୍ରଭୁଙ୍କ ରଥଦାଣ୍ଡ । ମହାପ୍ରଭୁ ସ୍ବଂୟ ରଥରେ ବିଜେ କରିବା ସମୟରେ ବଡଦାଣ୍ଡର ଦୁଇ ପାର୍ଶ୍ବରେ ପାଇଖାନା ଓ ପରିସ୍ରାଗାର ରହିବା ଉଚିତ ନୁହେଁ ବୋଲି ଧାର୍ମିକ ବ୍ଯକ୍ତି ମାନେ କହିଛନ୍ତି । ରଥ ଯିବା ସମୟରେ ରଥ ଯଦି ବଗଲା ପାଖରେ ମୋଡ ଖାଏ ତେବେ ତାହା ଭଙ୍ଗା ହେବାର ସମ୍ଭାବନା ରହିଛି । ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ଉଠା ଦୋକାନୀଙ୍କୁ ଉଠାଇ କାର ବାଇକ ପାର୍କିଙ୍ଗ ଓ ଶୌଚାଳୟ ନିର୍ମାଣକୁ ଶ୍ରୀପଣ୍ଡା ଘୋର ବିରୋଧ କରିଛନ୍ତି । ଯଦି ପ୍ରଶାସନ ଏହି ଘରୋଇକରଣ ବ୍ଯବସ୍ଥାକୁ ବଡଦାଣ୍ଡରୁ ନଉଠାଏ ତେବେ ଅନଶନରେ ବସିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ପୁରୀ, ହୋମ୍ Related Content ୩୧୧ କୋଟି ଟଙ୍କାର ବଜେଟ୍ ଏବଂ ବ୍ୟାପକ ସ୍କ୍ରିନିଂ ସହିତ କର୍କଟ ଚିକିତ୍ସାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ : ସ୍ୱାସ୍ଥ୍ୟ ମନ୍ତ୍ରୀ by Proprietor Abhimanyu Maharana August 25, 2026 ବେଣ୍ଟରେ ନରକଙ୍କାଳ ଚିହ୍ନଟକୁ ନେଇ ବଢ଼ିଲା ଦ୍ୱନ୍ଦ : ସାମ୍ୱାଦିକଙ୍କୁ ବାଟବଣା କରୁଛି ପୋଲିସ ପ୍ରଶାସନ by Proprietor Abhimanyu Maharana August 25, 2026 ପୂର୍ବତନ ବିଧାୟକ କରେନ୍ଦ୍ର ମାଝିଙ୍କ ପ୍ରଥମ ଶ୍ରଦ୍ଧାବର୍ଷିକ ପାଳିତ : ଅଞ୍ଚଳର ବିକାଶ ପୁରୁଷ ଥିଲେ : ସାଂସଦ by Proprietor Abhimanyu Maharana August 25, 2026 ଲଗାଣ ବର୍ଷାରେ ଗ୍ରାମାଞ୍ଚଳ ର ବିଭିନ୍ନ ରାସ୍ତା କେନାଲ ଧୋଇଗଲା : ମାତି ଅତଡ଼ା ଖସି ରାସ୍ତାରେ ବିରାଟ ଗର୍ତ୍ତ by Proprietor Abhimanyu Maharana August 25, 2026 ଶ୍ରାବଣ ଶେଷ ସୋମବାରରେ ଜଳାଭିଷେକ ପାଇଁ ଜାଲେଶପଟ୍ଟାର ଜଳେଶ୍ୱରରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ by Proprietor Abhimanyu Maharana August 25, 2026 ଶ୍ରୀମନ୍ଦିର ଶୃଙ୍ଖଳିତ ଧାଡ଼ି ଦର୍ଶନ ନେଇ ଉଚ୍ଚ ସ୍ତରୀୟ ବୈଠକ by Proprietor Abhimanyu Maharana August 25, 2026