Home ଓଡ଼ିଶା ଭୁବନେଶ୍ୱରରେ ପ୍ରଥମ ନୋଭା ଆଇଭିଏଫ ଫର୍ଟିଲିଟି କେନ୍ଦ୍ରର ଶୁଭାରମ୍ଭ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଆନ୍ତର୍ଜାତୀୟ ମାନର ଫର୍ଟିଲିଟି ଚିକିତ୍ସା ସୁବିଧାଥିବା ଭାରତର ଅଗ୍ରଣୀ ଫର୍ଟିଲିଟି ଚେନ, ନୋଭା ଆଇଭିଏଫ ଫର୍ଟିଲିଟି ଭୁବନେଶ୍ୱରରେ ନିଜର ପ୍ରଥମ ସେଂଟର୍ର ଶୁଭାରମ୍ଭ କରିଛି । ଉଭୟ ଟିୟର ୧ ଓ ଟିୟର ୨ ସହର ଗୁଡିକରେ ନିଃସନ୍ତାନ ସମସ୍ୟା ବୃଦ୍ଧି ପାଉଥିବାବେଳେ ଏହି ଫର୍ଟିଲିଟି ଚେନର ୪୦% ସେଂଟର ଟିୟର ୨ ଓ ଟିୟର ୩ ସହରଗୁଡିକରେ ରହିଛି । ଏହି ଜାତୀୟସ୍ତରୀୟ ଫର୍ଟିଲିଟି ଚେନ ଦମ୍ପତିଙ୍କ ପାଇଁ ଖୁବ କମ ମୂଲ୍ୟରେ ଚିକିତ୍ସା ସୁବିଧା ପ୍ରଦାନ କରୁଛି । ନୋଭା ଆଇଭିଏଫ ଭୁବନେଶ୍ୱର ସେଂଟରକୁ ଏମ୍ବ୍ରୋ (ଭୃଣ)ସିଲେକ୍ସନ କ୍ଷେତ୍ରରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଭଳି ନୂତନ ଟେକ୍ନୋଲୋଜି ଆଣିଛି । ଏହି ଅବସରରେ ଓଡ଼ିଶା ଚାପ୍ଟର ଇଣ୍ଡିଆନ ମେଡିକାଲ ଆସୋସିଏସନର ସେକ୍ରେଟାରୀ ଡା.ପ୍ରତ୍ୟୁଷ କୁମାର ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଏସମ୍ପର୍କରେ ନୋଭା ଆଇଭିଏଫ ଫର୍ଟିଲିଟିର ମେଡିକାଲ ଡାଇରେକ୍ଟର, ଡକ୍ଟର ରୋହିତ ଗୁଟ୍ଗୁଟିଆ କହିଛନ୍ତି, “ଆମେ ସଠିକ୍ ଚିକିତ୍ସା ଓ ସଫଳତା ହାର ବୃଦ୍ଧି କରିବା ପାଇଁ ଆର୍ଟିଫିସିଆଲ ଇଂଟେଲିଜେନ୍ସକୁ ବ୍ୟବହାର କରୁଛୁ । ନୋଭା ଆଇଭିଏଫ ଫର୍ଟିଲିଟିରେ ଆମେ ବାରମ୍ବାର ଆଇଭିଏଫ ବିଫଳତା, ଗର୍ଭପାତ କିମ୍ବା ଜେନେଟିଭ ସ୍ଥିତି ଆଦି ସମସ୍ୟା ସହ ଆସୁଥିବା ପ୍ରତ୍ୟେକ ଦମ୍ପତିଙ୍କ ପାଇଁ ଏକ ବ୍ୟକ୍ତିଗତ ଚିକିତ୍ସା ଅନୁସରଣ କରିଥାଉ । ଆମର ଲ୍ୟାବଗୁଡିକରେ ଆମେ ଇଲେକ୍ଟ୍ରୋନିକ ୱିଟନେସିଙ୍ଗ ସିଷ୍ଟମଗୁଡିକର ବ୍ୟବହାର କରିଥାଉ ଯାହା ଲ୍ୟାବ୍ ବୈଜ୍ଞାନିକମାନଙ୍କୁ (ଏମ୍ବ୍ରୋଲୋଜିଷ୍ଟ) କୌଣସି ପ୍ରକାରର ଡିମ୍ବାଣୁ ଓ ଶୁକ୍ରାଣୁ ମିଶ୍ରଣ କ୍ଷେତ୍ରରେ ଏକ ଆଲାରାମ ସିଷ୍ଟମ ଭଳି ସତର୍କ କରିଥାଏ । ଆର୍ଟିଫିସିଆଲ ଇଂଟେଲିଜେନ୍ସ ଏମ୍ବ୍ରୋଲୋଜିଷ୍ଟଙ୍କ ପାଇଁ ଲ୍ୟାବରେ ଦ୍ୱିତୀୟ ଚକ୍ଷୁ ଭଳି କାର୍ଯ୍ୟ କରିଥାଏ ଓ ସର୍ବୋତମ ଭୃଣ ଚୟନ କରିଥାଏ, ଯାହା ଆଇଭିଏଫ ଚିକିତ୍ସାରେ ସଫଳତା ହାରକୁ ଉନ୍ନତ କରିବାରେ ସାହାଯ୍ୟ କରିପାରିଥାଏ ।” ସେହିପରି ନୋଭା ଆଇଭିଏଫ ଫର୍ଟିଲିଟି, ଭୁବନେଶ୍ୱରର ଫର୍ଟିଲିଟି ସ୍ପେଶାଲିଷ୍ଟ, ଡକ୍ଟର ଗାୟତ୍ରୀ ଶତପଥୀ କହିଛନ୍ତି, “ଏକ ବଡ ସମସ୍ୟା ହେଉଛି ଦମ୍ପତିମାନେ ଫର୍ଟିଲିଟି ସ୍ପେଶାଲିଷ୍ଟ ପରାମର୍ଶ ନେବାରେ ବହୁ ବିଳମ୍ବ କରିଥାନ୍ତି । ବୟସ ମଧ୍ୟ ଫର୍ଟିଲିଟି ଚିକିତ୍ସା ସଫଳତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କାରଣ ଦମ୍ପତିଙ୍କ ବୟସ ଅଧିକ ଥିଲେ ସେମାନେ ଅଧିକ ଆଇଭିଏଫ ଚକ୍ରର ଆବଶ୍ୟକ କରିପାରନ୍ତି । ପୁରୁଷ ବନ୍ଧ୍ୟାପଣ ମଧ୍ୟ ବହୁମାତ୍ରାରେ ବୃଦ୍ଧି ପାଉଛି, ଯାହାକି ଫର୍ଟିଲିଟି କ୍ଷେତ୍ରରେ ୪୦% ପୁରୁଷମାନେ ସନ୍ତାନହୀନତାର ଶୀକାର ହେଉଛନ୍ତି । ଆମେ ମଧ୍ୟ ୩୦% ଅସ୍ପଷ୍ଟ ବନ୍ଧ୍ୟାତ୍ୱ ମାମଲା ଦେଖିଛୁ ଯେଉଁଠାରେ ବନ୍ଧ୍ୟାପଣ ପାଇଁ ଚାପ ମଧ୍ୟ ଏକ କାରଣ ହୋଇଥାଇପାରେ । ଅନ୍ୟ ଏକ କାରଣ ହେଉଛି ଥାଲାସେମିଆ, କ୍ୟାନ୍ସର ଓ ମେଟାବୋଲିକ ରୋଗ ଭଳି ଜେନେଟିକ ସ୍ଥିତିଗୁଡିକ ପାଇଁ ସ୍କ୍ରିନିଙ୍ଗ ଯାହା ଓଡିଶାରେ ବହୁମାତ୍ରାରେ ପ୍ରଚଳିତ ରହିଛି । ଆସିଷ୍ଟେଡ ରିପ୍ରଡକ୍ଟିଭ ଟେକ୍ନୋଲୋଜିଗୁଡିକ ସହିତ ଏଭଳି ରୋଗଗୁଡିକୁ ସ୍କ୍ରିନ କରାଯାଇପାରିବ ଏବଂ ପରବର୍ତୀ ପିଢି ପାଇଁ ଅଧିକ ସଂକ୍ରମଣକୁ ରୋକାଯାଇପାରିବ । ନୋଭା ଆଇଭିଏଫ ଫର୍ଟିଲିଟିର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀଯୁକ୍ତ ବିଶ୍ୱନାଥ ଗାଙ୍ଗୁଲି କହିଛନ୍ତି, “ଭୁବନେଶ୍ୱରକୁ ଆମର ସମ୍ପ୍ରସାରଣ ଭାରତରେ ଗୁଣାତ୍ମକ ଫର୍ଟିଲିଟି ଚିକିତ୍ସାକୁ ପହଂଚଯୋଗ୍ୟ କରିବା ଉପରେ ଆମର ନିରନ୍ତର ମହତ୍ୱକୁ ପ୍ରତିଫଳିତ କରୁଛି । ଆମର ୬୮ରୁ ଅଧିକ ସହରରେ ୧୨୦ରୁ ଅଧିକ କେନ୍ଦ୍ର ରହିଛି ଏବଂ ଆମେ ବର୍ତମାନ ସୁଦ୍ଧା ୧ ଲକ୍ଷରୁ ଅଧିକ ଆଇଭିଏଫ ସାଇକେଲ ସମ୍ପୂର୍ଣ୍ଣ କରିଛୁ । ନୋଭାରେ ଏହାର ଆଇଭିଏଫ ଲ୍ୟାବ ପ୍ରତ୍ୟେକ ଚିକିତ୍ସାର କେନ୍ଦ୍ରବିନ୍ଦୁ ଅଟେ ଏବଂ ଆମର ସମସ୍ତ କେନ୍ଦ୍ରଗୁଡିକରେ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ସ୍ଥାୟୀ ଫଳାଫଳ ନିଶ୍ଚିତ କରିବା ପାଇଁ ଦକ୍ଷ ଚିକିତ୍ସକ ଓ ଏମ୍ବ୍ରୋଲୋଜିଷ୍ଟଙ୍କ ଦ୍ୱାରା ସମର୍ଥିତ ଆନ୍ତର୍ଜାତୀୟ ମାନଦଣ୍ଡଗୁଡିକୁ ଅନୁସରଣ କରିଥାଉ । ଓଡିଶାରେ ଆମର ଉପସ୍ଥିତି ସହିତ ଆମେ ନିଜର ଫର୍ଟିଲିଟି ଯାତ୍ରାରେ ସହଯୋଗ ଆବଶ୍ୟକ କରୁଥିବା ପ୍ରତ୍ୟେକ ଦମ୍ପତିଙ୍କୁ ନୈତିକ, ସ୍ୱଚ୍ଛ ଓ ମାନକ ଚିକିତ୍ସା ପ୍ରଦାନ କରିବା ପ୍ରତି ପ୍ରତିବଦ୍ଧ ରହିଛୁ ।” ଭୁବନେଶ୍ୱର ସେଂଟରର ଶୁଭାରମ୍ଭରେ ଫର୍ଟିଲିଟି ବିଶେଷଜ୍ଞମାନେ ବର୍ତମାନ ପ୍ରଚଳିତ ଆଂଚଳିକ ଟ୍ରେଣ୍ଡଗୁଡିକ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏଠାକାର ଖାଦ୍ୟ କାର୍ବୋହାଇଡ୍ରେଟ ସମୃଦ୍ଧ ଅଟେ କାରଣ ଅଧିକାଂଶ ଲୋକ ବହୁମାତ୍ରାରେ ଭାତ ଖାଇଥାନ୍ତି, କିନ୍ତୁ ବ୍ୟାୟାମ କମ୍ କରିଥାନ୍ତି । ଏହା ପୁରୁଷ ଓ ମହିଳାଙ୍କଠାରେ ମେଦ ବହୁଳତା ଭଳି ସମସ୍ୟାର କାରଣ ହୋଇଥାଏ, ଯାହା ପ୍ରଜନନ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ । ଭୁବନେଶ୍ୱରରେ ନୋଭା ଆଇଭିଏଫ ଫର୍ଟିଲିଟି ଷ୍ଟେଟ-ଅଫ୍-ଦ-ଆର୍ଟ ଲାବ୍ରୋଟେରୀ ଇନ୍ଫ୍ରାଷ୍ଟ୍ରକ୍ଚର, ଏଆଇ ଏମ୍ବ୍ରୋ ସିଲେକ୍ସନ, ଇଲେକ୍ଟ୍ରୋନିକ ୱିଟନେସିଙ୍ଗ ସିଷ୍ଟମ ଓ ଆନ୍ତର୍ଜାତୀୟ ପ୍ରୋଟୋକଲଗୁଡିକର ଅନୁପାଳନ ସହିତ ଏକ ସୁବ୍ୟବସ୍ଥିତ କେନ୍ଦ୍ରରେ ବିସ୍ତୃତ ଫର୍ଟିଲିଟି ଚିକିତ୍ସା ପ୍ରଦାନ କରିଥାଏ । Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍ Related Content ନର୍ଲା ଅଞ୍ଚଳରୁ ପୁଣି ଚୋରି by Proprietor Abhimanyu Maharana June 16, 2026 ତିନିରଥରେ ସେଟିଙ୍ଗ କାର୍ଯ୍ୟ ଶେଷ by Proprietor Abhimanyu Maharana June 16, 2026 ଗୁରୁଗ୍ରାମରେ ମହା ସମାରୋହରେ ରଜ ମହୋତ୍ସବ ଆୟୋଜନ by Proprietor Abhimanyu Maharana June 16, 2026 Gurugram hosts Raja Mahotsava with Grandeur by Proprietor Abhimanyu Maharana June 16, 2026 କନ୍ଧମାଳ ଜିଲ୍ଲା ରେ ହାଇୱା ଆସୋସିଏସନ୍ ଗଠିତ : ସଭାପତି ଦେବେନ୍ଦ୍ର ଓ ସମ୍ପାଦକ ଅନୁରାଗ ମନୋନୀତ by Proprietor Abhimanyu Maharana June 15, 2026 ଦ୍ୱିତୀୟ ବାର୍ଷିକ ରଜ ମଉଜ ଉତ୍ସବ ଉଦଘାଟିତ by Proprietor Abhimanyu Maharana June 15, 2026