ଏସୟୁଜେ ଦାନଗଦି ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ ଓ ପ୍ରଦ୍ୟୁଷଣ ନେଇ ଆଲୋଚନା ଚକ୍ର

ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କଳିଙ୍ଗନଗର ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଓଡ଼ିଶା ଯାଜପୁର ଜିଲ୍ଲା ଶାଖା ଏବଂ ଏହାର ଦାନଗଦି ବ୍ଲକ ୟୁନିଟ ତରଫରୁ ସ୍ଥାନୀୟ ଦାନଗଦି ଭବନ ଠାରେ ଜାତୀୟ ପ୍ରେସ ଦିବସ, ଆଂଚଳିକ ସମାବେଶ ଏବଂ ପ୍ରଦ୍ୟୁଷଣ ଜ୍ୱାଳାରେ ଝଡି ପଡୁଛି ଅନେକ ଅମୂଲ୍ୟ ଜୀବନ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସୁବାଷ ଧଳଙ୍କ ଅଧ୍ୟକ୍ଷତା କ୍ରମେ ମାନ୍ୟବର ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଡଃ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଶ୍ରୀଯୁକ୍ତ ବଳ ତାଙ୍କ ବକ୍ତବ୍ୟରେ ସାମ୍ବାଦିକତା ଏକ ପେଶା ନୁହେଁ ବରଂ ଏହା ଏକ ବ୍ରତ ଅଟେ।ସତ୍ୟକୁ ଉଜାଗର କରାଇବା ହେଉଛି ସାମ୍ବାଦିକଙ୍କ ପବିତ୍ର କର୍ତ୍ତବ୍ୟ ବୋଲି କହିବା ସହିତ ପରିବେଶ ସଙ୍କଟକୁ ନୀରବ ଦୁର୍ଘଟଣା ବୋଲି ଅଭିହିତ କରିଥିଲେ। ସେହିପରି ମୁଖ୍ୟ ବକ୍ତା ସ୍ତମ୍ଭକାର ବିରଂଚି ନାରାୟଣ ଦାସ ଔଦ୍ୟୋଗିକ ଅଞ୍ଚଳର ପ୍ରଦୂଷଣର ଭୟାବହ ପରିଣାମ, ସ୍ୱାସ୍ଥ୍ୟ ସଙ୍କଟ, ଜନଜୀବନର ଅ’ସୁରକ୍ଷା ଆଦି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରି ବକ୍ତା ପ୍ରଦୂଷଣ ଏକ ନିରବ ହତ୍ୟାକାରୀ ଓ ଏହା ଧୀରେ ଧୀରେ ମନୁଷ୍ୟ ଓ ପରିବେଶକୁ ଭୟଙ୍କର ପ୍ରଭାବିତ କରିଚାଲିଛି ବୋଲି କହିଥିଲେ ।

ଅନ୍ୟତମ ଅତିଥି ଭାବେ ଏସୟୁଜେ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ବରିଷ୍ଠ ପ୍ରଶାସନିକ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ,କଳିଙ୍ଗ ନଗର ଅତିରିକ୍ତ ଏସପି ସୁପ୍ରସନ୍ନ ମଲ୍ଲିକ, ଜାତୀୟ ସାମ୍ବାଦିକ ୟୁନିୟନର ସାଂଗଠାନିକ ସମ୍ପାଦକ ଡଃ ଚିନ୍ତାମଣି ପାଢ଼ୀ, ଦାନଗଦି ବ୍ଲକ ବିଡିଓ ପ୍ରଦୀପ କୁମାର ସେଠୀ ପ୍ରମୁଖ ଯୋଗ ଦେଇ ଜାତୀୟ ପ୍ରେସ ଦିବସ ପାଳନର ଉଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଅବିନେଶ୍ଵର ଶତପଥୀ ବିବରଣୀ ପ୍ରଦାନ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଜିଲ୍ଲା ସମ୍ପାଦକ ଅକ୍ଷୟ କୁମାର ଧଳ ପ୍ରାକ୍ ସୂଚନା ରଖିଥିଲେ।

ଏହି ଅବସରରେ ଡା ଜ୍ୟୋତି ରଞ୍ଜନ ମହାପାତ୍ର, ଆରକ୍ଷୀ ଅଧିକାରୀ ଆଶିଷ କୁମାର ସାହୁ,ଡ଼ଃ ଆଲେକଜାଣ୍ଡାର ଦାସ, ବୈଜ୍ଞାନିକ ସମାଜସେବୀ ଉଦୟ କୁମାର ଦେଓ ଏବଂ ପଙ୍କଜିନୀ ସାହୁ,ସନ୍ଦୀପ ବରୁଣ ଜେନା, ଚିତ୍ରଶିଳ୍ପୀ ଲକ୍ଷ୍ମୀ ପ୍ରିୟା ଦାସ, ଶିକ୍ଷୟତ୍ରୀ ଯୁଗପ୍ରଭା ସାବତ,ଆଦର୍ଶ ଚିକିତ୍ସିକା ଡାକ୍ତର ରଶ୍ମିତା, ମେଧାବୀ ଛାତ୍ର ତୁଷାରକାନ୍ତ ମହାନ୍ତ,ଡ଼ଃ ବସନ୍ତ ବାରିକ, ଓମ୍ ପ୍ରକାଶ ସ୍ଵାଇଁ ପ୍ରମୁଖ ଙ୍କୁ ସମ୍ମାନିତ କରାଯାଇଥିଲା ।

ବରିଷ୍ଠ ସଭ୍ୟ ନୀଳମାଧବ ନାୟକ,ଅନୁଜ ମଲ୍ଲିକ,ସେକ ଅବତାର ଅଲ୍ଲୀ, ନରୋତ୍ତମ ବେହେରା, ବିପ୍ଳବ ବିଜୟ ପଣ୍ଡା,ମନୋଜ କୁମାର ଜେନା, ଶ୍ରୀକାନ୍ତ ମହାପାତ୍ର,ଅନୀଲ କୁମାର ଦାସ,ଅଜୟ ଦେହୁରୀ,ରଶ୍ମି ରଞ୍ଜନ ତ୍ରିପାଠୀ, ଚିତ୍ତରଞ୍ଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ଦିଲିପ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୧ ଟି ଜିଲ୍ଲାରୁ ୩୦୦ରୁ ଉର୍ଦ୍ଧ ସାମ୍ବାଦିକ ଯୋଗ ଦେଇଥିଲେ ।

Exit mobile version