Home ଓଡ଼ିଶା ସମର୍ପଣ ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ ଯତ୍ନ ବିଷୟରେ ସଚେତନତା ଶିବିର ଅନୁଷ୍ଠିତ by Proprietor Abhimanyu Maharana 11 months ago Share on FacebookShare on TwitterWhatsapp ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନୟାଗଡ଼ ସହର ନିକଟସ୍ଥ ଲେଖନପୁର ଠାରେ ଗଢିଉଠିଥିବା ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅନୁଷ୍ଠାନ ତରଫରୁ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ ଯତ୍ନ ବିଷୟରେ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ତଥା ସିନିୟର ବିଭାଗ ବିଚାରପତି ଅଞ୍ଜଳୀ ମଛଖଣ୍ଡ ମୁଖ୍ଯ ଅତିଥି ଭାବେ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ କାମାକ୍ଷା ପ୍ରସାଦ ଦାଶ ଯୋଗଦେଇ ବୟସ୍କ ମାନଙ୍କ ମୌଳିକ ଅଧିକାର ଓ କର୍ତ୍ତବ୍ଯ ବିଷୟରେ ଅତି ସୁନ୍ଦର ଭାବେ ଆଲୋଚନା କରିଥିଲେ । ଜିଲ୍ଲା ଆଇନସେବା ପ୍ରାଧିକରଣର ସାମାଜିକକର୍ମୀ କ୍ଷଣପ୍ରଭା କର ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ପ୍ରତି ସମସ୍ତଙ୍କର କି ପ୍ରକାର ଉତ୍ତର ଦାୟିତ୍ୱ ଓ କର୍ତ୍ତବ୍ଯ ଅଛି କବିତା ଆବୃତ୍ତି କରି ସେ ବିଷୟରେ ବୁଝାଇଥିଲେ। ବରିଷ୍ଠ ନାଗରିକ ମାନଙ୍କୁ ଉତ୍ତମ ବ୍ଯବହାର ପ୍ରଦର୍ଶନ କରିବା, ସେମାନଙ୍କର ସେବା ସୂଷୁଶ୍ରା କରିବା ଆଦି ବହୁ ଉପାଦେୟ ବିଷୟରେ ଅତିଥି ମାନେ ପରାମର୍ଶ ଦେଇଥିଲେ। ପୁଅବୋହୂ ମାନେ ବୃଦ୍ଧବୃଦ୍ଧା ପିତାମାତାଙ୍କୁ ନିର୍ଯ୍ୟାତନା ଦେଲେ ଆଇନ୍ ର ବିଭିନ୍ନ ବ୍ଯବସ୍ଥା ସହିତ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ କିପରି ପଦକ୍ଷେପ ଗ୍ରହଣ କରେ ସେ ସମ୍ପର୍କରେ ସୁନ୍ଦର ଆଲୋଚନା ହୋଇଥିଲା। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀମତୀ ମଛଖଣ୍ଡ ମହୋଦୟା ଅନ୍ତେବାସୀ ମାନଙ୍କ ବାର୍ଦ୍ଧକ୍ଯ ଜନିତ ବିଭିନ୍ନ ସମସ୍ଯାର ସମାଧାନ ପାଇଁ ଉତ୍ତମ ପରାମର୍ଶ ଦେବା ସହିତ ଆଇନ୍ ସମ୍ପର୍କିତ ସମସ୍ତ ପ୍ରକାର ସେବା ଓ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅନୁଷ୍ଠାନର ସାମାଜିକ କର୍ମୀ ପ୍ରମିଳା ମଲ୍ଲିକ, ଗଦାଧର ବିଶ୍ବାଳ ଓ ପ୍ରଶାନ୍ତ ସାହୁ ବରିଷ୍ଠ ନାଗରିକଙ୍କ ପ୍ରତି ସନ୍ତାନ ମାନଙ୍କ କର୍ତ୍ତବ୍ଯ ବିଷୟରେ ଆଲୋଚନା କରିବା ସହିତ ନିଜ ନିଜର ମତାମତ ରଖିଥିଲେ। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ କର୍ମଚାରୀ ପବନ କୁମାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲା ବେଳେ ସମର୍ପଣ ସଂପାଦକ ଶ୍ରୀଧର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ। Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content International Girl Child Day Celebrated at Sovaniya Kanya Centre by Proprietor Abhimanyu Maharana October 16, 2026 ପୂର୍ବ ଶତ୍ରୁତାକୁ ନେଇ ପଥର ମାଡ କରିବା ମାମଲାର ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ by Proprietor Abhimanyu Maharana October 16, 2026 ସୋଲାର ପ୍ୟାନେଲ ଲଗାଇବା ଆଳରେ ଠକେଇ ଦୁଇବର୍ଷ ସଶ୍ରମ କାରାଦଣ୍ଡ ମାତ୍ର ଚାରି ମାସରେ ଆସିଲା ଚୂଡାନ୍ତ ରାୟ by Proprietor Abhimanyu Maharana October 16, 2026 ଗଜପତି ଜିଲ୍ଲାରେ ଜନସାଧାରଣଙ୍କ ଅଧିକାର, ନ୍ୟାୟ ଓ ସଚେତନତା ପାଇଁ କାମ କରିବାକୁ ନେଇ ମାନବାଧିକାର କର୍ମକର୍ତ୍ତାଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 16, 2026 ଆଇଟିଆଇ କଲେଜରେ ପ୍ରବେଶ କରିବାରେ କଟକଣା ଜାରି କରି ମୁଖ୍ୟ ଫାଟକରେ ତାଲା ପକାଉ ଥିବା ଘଟଣା ନେଇ ଗତ ୧୫ ଦିନ ଧରି ପାଠପଢାରୁ ବଞ୍ଚିତ by Proprietor Abhimanyu Maharana October 16, 2026 ବିଫଳତା ହିଁ ସଫଳତାର ପ୍ରଥମ ପାହାଚ : ଡ. କଲାମଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 16, 2026