
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଜନନେତା ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜୀବନୀ, ସେବା ଓ ମୂଲ୍ୟବୋଧ ଅନ୍ୟମାନଙ୍କ ପାଇଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି । ସୋମବାର ଦିନ ଭୁବନେଶ୍ଵରସ୍ଥିତ ଜୟଦେବ ଭବନରେ ଆୟୋଜିତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୯୨ତମ ଜନ୍ମ ବାର୍ଷିକୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିବା ସହିତ ସ୍ୱର୍ଗତ ବକ୍ସିପାତ୍ରଙ୍କ ଜୀବନୀ, ମୂଲ୍ୟବୋଧ, ସାହସ, ନମ୍ରତା ଏବଂ ଜନସେବାରେ ଅଟଳ ସମର୍ପଣରୁ ପ୍ରେରଣା ନେବାକୁ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଥିଲେ ।

