Home ଓଡ଼ିଶା ଭାପୁର ପ୍ରେସ କ୍ଲବର ଦଶମ ବାର୍ଷିକ ଉତ୍ସବ ଓ ଜାତୀୟ ସାମ୍ବାଦିକତା ଦିବସ ପାଳିତ by Proprietor Abhimanyu Maharana 11 months ago Share on FacebookShare on TwitterWhatsapp ଭାପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଭାପୁର ବ୍ଲକ ସଦର ମହକୁମାରେ ଅବସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ‘ଭାପୁର ପ୍ରେସ କ୍ଲବ’ ଭାପୁରର ଦଶମ ବାର୍ଷିକ ଉତ୍ସବ ଓ ଜାତୀୟ ସାମ୍ବାଦିକତା ଦିବସ କ୍ଲବର ସଭାପତି ରଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ଵରେ ନୀରାଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଆଜିର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ ଯୋଗଦେଇ ସାମ୍ୱାଦିକମାନେ ନିର୍ଭିକ ଓ ସତ୍ୟ ଆଧାରିତ ଖବର ପରିବେଷଣ କରିବାକୁ ଉପଦେଶ ଦେବା ସହ ସେମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ କରିବାପାଇଁ ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଭାବେ ଭାପୁର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ପଣ୍ଡା, ସମ୍ମାନୀତ ଅତିଥି ଭାବେ କଟକ ସାଂସଦଙ୍କ ନୟାଗଡ଼ ଜିଲ୍ଲା ପ୍ରତିନିଧି ଗୟାଧର ପରିଡା ଓ ବ୍ଲକ ପ୍ରତିନିଧି ତୋଫାନ କୁମାର ପ୍ରଧାନ, ଜିଲ୍ଲା ଗୁଇନ୍ଦା ବିଭାଗ ଅଧିକାରିଣୀ ବିଦ୍ୟୁତ୍ ପ୍ରଭା ପ୍ରଧାନ, ଖଣ୍ଡପଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମଦନ ମୋହନ ପ୍ରଧାନ, ଫତେଗଡ଼ ଥାନା ଅଧିକାରୀ ପଞ୍ଚାନନ ପରିଡା, ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ବିଶ୍ୱନାଥ ସାହୁ, ଡାକ୍ତର ପ୍ରଦୀପ କୁମାର ପାଇକରାୟ, ବିଧାୟକଙ୍କ ବ୍ଲକ ପ୍ରତିନିଧି ଜିତେନ୍ଦ୍ର କୁମାର ରଣସିଂହ, ଗୋଷ୍ଠୀ ପ୍ରାଣୀ ଚିକିତ୍ସା କେନ୍ଦ୍ର ଅଧିକାରୀ ବିଭୁ ପ୍ରସାଦ ଶତପଥୀ, ଗୋଷ୍ଠୀ ଶିକ୍ଷା ସାଧନା କେନ୍ଦ୍ର ସଂଯୋଜକ ପ୍ରଭାକର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଭାପୁର ବରିଷ୍ଠ ନାଗରିକ ସଂଘର ସମ୍ପାଦକ ପ୍ରଭାକର ସାହୁ, ଭାପୁର ବଣିକ ସଂଘ ସମ୍ପାଦକ ସନାତନ ସାହୁ ଓ ପୂର୍ବତନ ସଭାପତି ଗଙ୍ଗାଧର ବାରିକ, ସୋସିଆଲ ମିଡ଼ିଆ ସଂଘର ସଭାପତି ଶଶୀଭୂଷଣ ରାଉତରାୟ, ଭାପୁର ବନପାଳ ସୁବାଷ ଚନ୍ଦ୍ର ନାୟକ, ସମାଜସେବୀ ପ୍ରଫୁଲ୍ଲ କୁମାର ସାହୁ, ଭାପୁର ବିଟ୍ ହାଉସ ଅଧିକାରୀ ସୁଶାନ୍ତ ବେହେରା, ଓସ୍ତାର ଜିଲ୍ଲା ଉପ ସଭାପତି ନିତ୍ୟାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସଭା ପ୍ରାରମ୍ଭରୁ ମଞ୍ଚାସୀନ ଅତିଥିମାନେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପରେ ଅତିଥିମାନଙ୍କ ପରିଚୟ ପ୍ରଦାନ କରାଯିବା ସହ କ୍ଳବର ସମ୍ପାଦକ ଶିଶିର ସାହୁଙ୍କ ଦ୍ୱାରା ସଂପାଦକୀୟ ବିବରଣୀ ପଠନ କରାଯାଇଥିଲା । ପରେ ଅତିଥିମାନେ ସେମାନଙ୍କ ଅଭିଭାଷଣ ରଖିଥିବା ବେଳେ ସଂଘର ସଭାପତି ଶ୍ରୀ ମହାପାତ୍ର ସାମ୍ୱାଦିକମାନେ କିଭଳି ଭାବରେ ସମାଜରେ ନିଷ୍ପେସିତ, ଭୟଭୀତ ଓ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି ତାହା ଉପରେ ବକ୍ତବ୍ୟ ରଖିଥିଲେ । ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଚଳିତ ବର୍ଷର ୧. ଶ୍ରେଷ୍ଠ ପ୍ରଶାସକ ସମ୍ମାନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଦା ପ୍ରସାଦ ପଣ୍ଡା ଓ ଅତିରିକ୍ତ ତହସିଲଦାର ରାଜାରାମ ଛତ୍ରିଆ, ୨. ଶ୍ରେଷ୍ଠ ଜନ ସେବକ ସମ୍ମାନ ସମାଜସେବୀ ସୋମନାଥ ସାହୁ ଓ ରାଜସ୍ବ ନୀରିକ୍ଷକ ସଞ୍ଜୟ କୁମାର ପ୍ରଧାନ, ୩. ଶ୍ରେଷ୍ଠ ଲୋକ କଲ୍ୟାଣକାରୀ ସମ୍ମାନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମଦନ ମୋହନ ପ୍ରଧାନ ଓ ବ୍ୟାଙ୍କ ପରିଚାଳକ ସଞ୍ଜୟ କୁମାର ସ୍ବାଇଁ, ୪. ଶ୍ରେଷ୍ଠ କାର୍ଯ୍ୟଦକ୍ଷ ବ୍ୟକ୍ତି ସମ୍ମାନ ରବୀନ୍ଦ୍ର କୁମାର ପଣ୍ଡା, ୫. ଶ୍ରେଷ୍ଠ ମାନବବାଦୀ ଯନ୍ତ୍ରୀ ସମ୍ମାନ ଇଂ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ପ୍ରତିଭାମାନଙ୍କୁ ଟ୍ରଫି, ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ମଞ୍ଚାସିନ ଅତିଥିମାନଙ୍କ ଦ୍ଵାରା ଭାପୁର ବ୍ଲକ ଅଞ୍ଚଳର ୩୦ ଜଣ ଗରିବ ମହିଳାମାନଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା । ଆଜିର ସଭାକୁ ସଂଯୋଜନା କରିଥିଲେ ଭାପୁର ପ୍ରେସ କ୍ଲବର ଉପଦେଷ୍ଟା ତଥା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ମନୋଜ କୁମାର ଶତପଥୀ । ଭାପୁର ପ୍ରେସ କ୍ଲବର ଏଭଳି ମହତ ଉଦ୍ଦେଶ୍ୟକୁ ଭାପୁର ଅଞ୍ଚଳର ସମାଜସେବୀ, ଶିକ୍ଷାବିତ,ବୁଦ୍ଧିଜୀବୀ ଓ ଯୁବଗୋଷ୍ଠୀମାନଙ୍କ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ପ୍ରେସ କ୍ଲବର ସମସ୍ତ ସଦସ୍ୟ, ଖଣ୍ଡପଡ଼ା ସାମ୍ବାଦିକ ସଂଘର ସଦସ୍ୟ, ସୋସିଆଲ ମିଡ଼ିଆର ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ ! ପରିଶେଷରେ କ୍ଲବର ଉପ ସଭାପତି ଜୟକୃଷ୍ଣ ବାରିକସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026 Utkal Hospital Observes World Heart Day by Proprietor Abhimanyu Maharana October 1, 2026