Home ଓଡ଼ିଶା କିସରେ ଜନଜାତୀୟ ଗୌରବ ଦିବସ ଓ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ନଭେମ୍ବର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଥିବା ବେଳେ କିସ ବିଶ୍ୱବିଦ୍ୟାଳୟ ପରିସରରରେ ଏହି ମହାନ୍ ବିପ୍ଳବୀ ଶହୀଦ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ ପ୍ରଶାନ୍ତ ରାଉତରାୟ, କିଟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତିଙ୍କ ସମେତ କିସର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। କିସ ପରିସରରେ ଥିବା ଶହୀଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ସ୍ମୃତିଚାରଣ କରିଥିଲେ। ଛାତ୍ରଛାତ୍ରୀଙ୍କୁ ବିର୍ସା ମୁଣ୍ଡାଙ୍କ ଆଦର୍ଶ ଉପରେ ସୂଚନା ଦେଇ ଅତିଥିମାନେ ତାଙ୍କର ସାହସ, ତ୍ୟାଗ, ଦେଶ ଓ ରାଜ୍ୟ ପ୍ରତି ସମର୍ପଣ ତଥା ବ୍ରିଟିଶ ଶାସନ ସମୟରେ ସେ ଯେଉଁ ସ୍ୱାଧୀନ ଚେତନା ଓ ସାମାଜିକ ସଂସ୍କାରର ବାର୍ତ୍ତା ଦେଇଥିଲେ, ତାହା ଚିର ସ୍ମରଣୀୟ ହୋଇ ରହିବ ବୋଲି ଅତିଥିମାନେ କହିଥିଲେ। ଛାତ୍ରଛାତ୍ରୀମାନେ ବିର୍ସା ମୁଣ୍ଡାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସ୍ୱପ୍ନର ସମାଜ ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପରାମର୍ଶ ଦେଇଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ୩୧୧ କୋଟି ଟଙ୍କାର ବଜେଟ୍ ଏବଂ ବ୍ୟାପକ ସ୍କ୍ରିନିଂ ସହିତ କର୍କଟ ଚିକିତ୍ସାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ : ସ୍ୱାସ୍ଥ୍ୟ ମନ୍ତ୍ରୀ by Proprietor Abhimanyu Maharana August 25, 2026 ବେଣ୍ଟରେ ନରକଙ୍କାଳ ଚିହ୍ନଟକୁ ନେଇ ବଢ଼ିଲା ଦ୍ୱନ୍ଦ : ସାମ୍ୱାଦିକଙ୍କୁ ବାଟବଣା କରୁଛି ପୋଲିସ ପ୍ରଶାସନ by Proprietor Abhimanyu Maharana August 25, 2026 ପୂର୍ବତନ ବିଧାୟକ କରେନ୍ଦ୍ର ମାଝିଙ୍କ ପ୍ରଥମ ଶ୍ରଦ୍ଧାବର୍ଷିକ ପାଳିତ : ଅଞ୍ଚଳର ବିକାଶ ପୁରୁଷ ଥିଲେ : ସାଂସଦ by Proprietor Abhimanyu Maharana August 25, 2026 ଲଗାଣ ବର୍ଷାରେ ଗ୍ରାମାଞ୍ଚଳ ର ବିଭିନ୍ନ ରାସ୍ତା କେନାଲ ଧୋଇଗଲା : ମାତି ଅତଡ଼ା ଖସି ରାସ୍ତାରେ ବିରାଟ ଗର୍ତ୍ତ by Proprietor Abhimanyu Maharana August 25, 2026 ଶ୍ରାବଣ ଶେଷ ସୋମବାରରେ ଜଳାଭିଷେକ ପାଇଁ ଜାଲେଶପଟ୍ଟାର ଜଳେଶ୍ୱରରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ by Proprietor Abhimanyu Maharana August 25, 2026 ଶ୍ରୀମନ୍ଦିର ଶୃଙ୍ଖଳିତ ଧାଡ଼ି ଦର୍ଶନ ନେଇ ଉଚ୍ଚ ସ୍ତରୀୟ ବୈଠକ by Proprietor Abhimanyu Maharana August 25, 2026