Home ଓଡ଼ିଶା ବାଇକ-ସ୍କୁଟି ମୁହାଁମୁହିଁ – ୫ଜଣ ଆହତ,୩ ଜଣ ଗୁରୁତର by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ମୋହନା ଓ ଅଡ଼ବା ଥାନା ଅଞ୍ଚଳରେ ଶନିବାର ପୃଥକ ପୃଥକ ବାଇକ ଦୁର୍ଘଟଣା ଘଟି ୫ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଥିବା ବେଳେ ଅନ୍ୟ ୨ଜଣ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଅଡ଼ବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଲଦିଗୁଡ଼ା ଗ୍ରାମର ଅଜୟ ରଇତ (୨୨) ଏକ ବାଇକ୍ ଯୋଗେ ଭାଉଜ ବାସନ୍ତୀ ମଣ୍ଡଳ(୨୫)ଙ୍କ ସହ କୌଣସି କାମରେ ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମକୁ ଯାଉଥିଲେ। ଗ୍ରାମଠାରୁ କିଛି ଦୂର ଲଦିଗୁଡ଼ା ଘାଟି ବୁଲାଣିରେ ଏକ ଅଟୋକୁ ଅତିକ୍ରମ କରି ଆଗକୁ ଯିବା ବେଳେ ଭାରସାମ୍ୟ ରକ୍ଷା କରି ନ ପାରି ରାସ୍ତାକଡକୁ ଉଭୟେ ଛିଟିକି ପଡ଼ିଥିଲେ। ଫଳରେ ଉଭୟେ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ ପରିବାର ଲୋକେ ଖବର ପାଇ ଏକ ଅଟୋ ଦ୍ୱାରା ଦୁହିଁଙ୍କୁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଡ।କ୍ତର ରୀତେଶ ପାଢ଼ୀ ସ୍ଥାନାନ୍ତର କରିଛନ୍ତି । ସେହିପରି ମଧ୍ୟାହ୍ନରେ ବାଇକ୍ ସହ ସ୍କୁଟି ଧକ୍କା ହୋଇ ଜଣେ ଗୁରୁତର ଓ ୨ଜଣ ଆହତ ହୋଇଛନ୍ତି । ମୋହନା ଥାନା ଅନ୍ତର୍ଗତ ନିଜୁମା ଗାଁର ଜଗନ୍ନାଥ ମଳିକ ଓ ଆର. ଉଦୟଗିରି ଥାନା ଅନ୍ତର୍ଗତ ବରେଇ ଗାଁର ସଲିମ ରଇତ (୨୪) ଏକ ବାଇକ ଯୋଗେ ବ୍ରହ୍ମପୁରରୁ ନିଜ ଗାଁକୁ ଯାଉଥିବା ବେଳେ ଅପରପାର୍ଶ୍ୱ ଅଡବା ଥାନା ଅନ୍ତର୍ଗତ ନିଧିଗୁଡ଼ି ଗ୍ରାମରୁ ମହଞ୍ଜୟ ରଇତ ( ୨୨) ଏକ ସ୍କୁଟି ଯୋଗେ ଖଜୁରିପଦା ଗାଁକୁ ଯାଉଥିବା ବେଳେ ଚାନ୍ଦିପୁଟ ଅଧୀନ ଖାରିଢ଼େପ ଗ୍ରାମ ନିକଟ ବୁଲାଣି ରାସ୍ତାରେ ବାଇକ ସହ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ମହଞ୍ଜୟ ଗୁରୁତର ହୋଇଥିଲେ। ଚନ୍ଦ୍ରଗିରି ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଡା. ସିମରାନ ବିଷୋୟୀ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିଛନ୍ତି । ଅନ୍ୟ ୨ ଜଣ ଚନ୍ଦ୍ରଗିରିରେ ଚିକିତ୍ସାଧୀନ ଅଛନ୍ତି। ପୋଲିସ ଉଭୟ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । Categories: ଓଡ଼ିଶା, ଗଜପତି, ହୋମ୍ Related Content ୩୧୧ କୋଟି ଟଙ୍କାର ବଜେଟ୍ ଏବଂ ବ୍ୟାପକ ସ୍କ୍ରିନିଂ ସହିତ କର୍କଟ ଚିକିତ୍ସାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ : ସ୍ୱାସ୍ଥ୍ୟ ମନ୍ତ୍ରୀ by Proprietor Abhimanyu Maharana August 25, 2026 ବେଣ୍ଟରେ ନରକଙ୍କାଳ ଚିହ୍ନଟକୁ ନେଇ ବଢ଼ିଲା ଦ୍ୱନ୍ଦ : ସାମ୍ୱାଦିକଙ୍କୁ ବାଟବଣା କରୁଛି ପୋଲିସ ପ୍ରଶାସନ by Proprietor Abhimanyu Maharana August 25, 2026 ପୂର୍ବତନ ବିଧାୟକ କରେନ୍ଦ୍ର ମାଝିଙ୍କ ପ୍ରଥମ ଶ୍ରଦ୍ଧାବର୍ଷିକ ପାଳିତ : ଅଞ୍ଚଳର ବିକାଶ ପୁରୁଷ ଥିଲେ : ସାଂସଦ by Proprietor Abhimanyu Maharana August 25, 2026 ଲଗାଣ ବର୍ଷାରେ ଗ୍ରାମାଞ୍ଚଳ ର ବିଭିନ୍ନ ରାସ୍ତା କେନାଲ ଧୋଇଗଲା : ମାତି ଅତଡ଼ା ଖସି ରାସ୍ତାରେ ବିରାଟ ଗର୍ତ୍ତ by Proprietor Abhimanyu Maharana August 25, 2026 ଶ୍ରାବଣ ଶେଷ ସୋମବାରରେ ଜଳାଭିଷେକ ପାଇଁ ଜାଲେଶପଟ୍ଟାର ଜଳେଶ୍ୱରରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ by Proprietor Abhimanyu Maharana August 25, 2026 ଶ୍ରୀମନ୍ଦିର ଶୃଙ୍ଖଳିତ ଧାଡ଼ି ଦର୍ଶନ ନେଇ ଉଚ୍ଚ ସ୍ତରୀୟ ବୈଠକ by Proprietor Abhimanyu Maharana August 25, 2026