ନୟାଗଡରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ସଚେତନତା ରଥ ଉଦଘାଟିତ

ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନୟାଗଡ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୂନ୍ୟ ମୃତାହତ ପକ୍ଷ ସଚେତନତା ରଥ ଉଦଘାଟିତ ହୋଇ ଯାଇଛି l ନଭେମ୍ବର ୧୬ ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲା ବୁଲିବାକୁ ଥିବା ଏହି ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଜୟନନ୍ଦ ନାୟକ ପତାକା ହଲାଇ ଉଦଘାଟନ କରିଥିଲେ l ତେବେ ଏହି ଅବସରରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିର୍ମଳ ମହାନ୍ତିଙ୍କ ପୌରହିତ ରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇ ଥିଲା l ଶ୍ରୀ ମହାନ୍ତି ସ୍ବାଗତ ଭାଷଣ ସହିତ ପ୍ରତି ବର୍ଷ ଭାରତରେ ଦେଢ ଲକ୍ଷ ଲୋକ ଦୁର୍ଘଟଣାରେ ମୂର୍ତ୍ତାହତ ହୋଇଛନ୍ତି ,

ଏବଂ ଓଡ଼ିଶାରେ ଶେଷ ଦଶ ବର୍ଷରେ ୪୮ ହଜାର ଦୁର୍ଘଟଣା ଜନିତ ମୃତ୍ୟୁ ବରଣ କରିଥିବାର ବିବରଣୀ ପ୍ରଦାନ କରିଥିଲେ, ତତସହିତ ସମସ୍ତ ସଚେତନତା ଏବଂ ସହଯୋଗ ରେ ଦୁର୍ଘଟଣା ହାର ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଆଶା ପ୍ରକଟ କରିଥିଲେ ଏବଂ ସଭାସ୍ଥଳରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ସଡ଼କ ସୁରକ୍ଷା ନିମନ୍ତେ ସପଥ ପାଠ କରିବା ସହ ଶେଷରେ ଉପସ୍ଥିତ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଯୋଗଦେଇ ଗାଡି ଚଳାଚଳର ସାବଧାନତା ଉପରେ ଆଲୋକପାତ କହିଥିବାବେଳେ ସମ୍ମାନିତ ଅତିଥି ଭାବେ ଏସଡିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟ ଯାନ ର ଯାନ୍ତ୍ରିକ ସଚେତନତା ସହିତ ଯାନ ସଂକ୍ରାନ୍ତିୟ ବାଧ୍ୟତାମୂଳକ ଆଇନ କୁ ପାଳନ କରାଯିବା ସହ ଆଇନ କୁ ସର୍ବସାଧାରଣ ମାନିବା ସହ ସଡ଼କ ସୁରକ୍ଷା ରେ ସମସ୍ତ ସହଯୋଗ କାମନା କରିଥିଲେ ।

ଏଥିରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ଯୋଗ ଦେଇଥିଲେ l ଏହି ଅବସରରେ ସିଭିଲ ସୋସାଇଟିର କାର୍ଯ୍ୟକର୍ତ୍ତା, ଘରୋଇ ବସ ମାଲିକ ସଙ୍ଘ ସଭାପତି, ସମ୍ପାଦକ,ସହାୟକ ଆଞ୍ଚଳିକ ପରିବହନ ଅଧିକାରୀ,କନିଷ୍ଠ ଯାନନିରୀକ୍ଷକ,ଟି.ଆଇ ଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଏବଂ ସମସ୍ତ ଯାନ ଚାଳକ ସମିତି ର ସଭ୍ୟ ଯୋଗ ଦେଇଥିଲେ। ଶେଷରେ ସଚେତନତା ରଥ ସମଗ୍ର ଜିଲ୍ଲାରେ ପରିକ୍ରମା କରିବା ସହିତ ସଭା ସ୍ଥଳରୁ ଦୁଇ ଚକିଆ ଯାନ ରେ ସମସ୍ତେ ହେଲମେଟ ପିନ୍ଧି ସହର ପରିକ୍ରମା କରିଥିଲେ ।

Exit mobile version