Home ଓଡ଼ିଶା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସଭା ଗୃହ ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲା ସଦର ମହକୁମା ସ୍ଥିତ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରସାଶନ ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଅଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଯୋଗଦାନ କରି ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ, ଗଜପତି ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଗଣ ଜିଲ୍ଲାର ଅପହଞ୍ଚ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିଭିନ୍ନ ଖବର ସଂଗ୍ରହ କରି ପ୍ରସାର ପ୍ରଚାର କରି ସମସ୍ତ କ୍ଷେତ୍ରରେ ଆଗକୁ ନେବାରେ ସଫଳ କରୁଛନ୍ତି ।. ଯେଉଁଭଳି ଭାବରେ ଖରା, ବର୍ଷା ଓ ଶୀତକୁ ଖାତିର୍ ନକରି ନିଜର କର୍ତ୍ତବ୍ୟ ନିଷ୍ଠା ସହିତ ଜନସାଧାରଣଙ୍କ ନିକଟଙ୍କ ନିକଟରେ ସଚେତନତାର ବାର୍ତ୍ତା ପହଞ୍ଚାଇବାରେ ଗଣମାଧ୍ୟମର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ, ସେହିପରି ପ୍ରଶାସନକୁ ପ୍ରତି ସମୟରେ ସହଯୋଗ କରୁଥିବାରୁ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବେଶ୍ ପ୍ରଶଂସା କରିଥିଲେ । ଏହି ଉପଲକ୍ଷେ “ ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ୱସନୀୟତା ସଂରକ୍ଷଣ” ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସମ୍ମାନିତ ଅତିଥି ଭାବରେ ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନୀନ୍ଦ୍ର ହୋନ୍ନାଗା, ଗଜପତି କହିଥିଲେ ସମାଜ ବିକାଶରେ ଗଣମାଧ୍ୟମର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ,ତୃଣମୂଳ ସ୍ତରରୁ ଲୋକଙ୍କର ବିଭିନ୍ନ ସମସ୍ୟାର ଲୋଲାଳଚନ ଆଣିବାରେ ଗଣମାଧ୍ୟମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଅଛି ବୋଲି ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଶ୍ରୀ ଗରୁଡ଼ଧ୍ଵଜ ଚୌଧୁରୀ, ଶ୍ରୀ ବସନ୍ତ କୁମାର ପଣ୍ଡା, ଯୋଗ ଦେଇଥିବା ବେଳେ ଶ୍ରୀ ଡିଜେନ୍ଦ୍ର ନାଥ ପାଢ଼ୀ, ବରିଷ୍ଠ ସାମ୍ୱାଦିକ ସଭା ପରିଚାଳନା କରିଥିବା ବେଳେ ଶ୍ରୀ ରୂପେଶ କୁମାର ସାହୁ ସାମ୍ବାଦିକ ଧନ୍ୟବାଦ୍ ଅର୍ପଣ କରିଥିଲେ । ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଏହି ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ନିଜ ନିଜର ଅଭିଭାଷଣ ରଖିଥିଲେ l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଭାଗର ବରିଷ୍ଠ କର୍ମଚାରୀ ଅପରାନନ୍ଧ ଆନନ୍ଦ ଓ ପ୍ରଦୀପ କୁମାର ରଥ ସହଯୋଗ କରିଥିଲେ। Categories: ଓଡ଼ିଶା, ଗଜପତି, ହୋମ୍ Related Content ନେପାଳ ପାଇଁ ପ୍ରାର୍ଥନା ମାନବିକତା ପାଇଁ ଏକ ବାଲୁକା ଆନିମେସନ by Proprietor Abhimanyu Maharana August 28, 2026 ବିକଶିତ ଭାରତ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ। ଯୁବ ଶକ୍ତି ର ଉନ୍ମେଷ ହିଁ ବିକଶିତ ଭାରତର ପରିଚୟ ହେବ : ସାଂସଦ ଡ ତରାଇ by Proprietor Abhimanyu Maharana August 28, 2026 ଜଟଣୀରେ ଇଦ୍-ଏ-ମିଲାଦ୍-ଉନ୍-ନବୀ' ଧୁମ ଧାମରେ ପାଳିତ by Proprietor Abhimanyu Maharana August 28, 2026 ନବୀନ ନିବାସ ରେ ରକ୍ଷାବନ୍ଧନ ପର୍ବ by Proprietor Abhimanyu Maharana August 28, 2026 ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଏକ ପ୍ରଦର୍ଶନୀ ଫୁଟବଲ୍ ପ୍ରତିଯୋଗୀତା by Proprietor Abhimanyu Maharana August 27, 2026 Vedanta Aluminium Coal Mines Brings Solar-Powered Lighting to 22,000 Residents Across Jharsuguda and Sundargarh Districts under Project Jyoti by Proprietor Abhimanyu Maharana August 27, 2026