Home ଓଡ଼ିଶା ସବଜୁନିୟର ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଜାତୀୟ ଚାମ୍ପିଅନସିପ୍ ରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଏଚପିସି ଆଥଲେଟମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଏଚପିସି) ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ସମ୍ପ୍ରତି ଅନୁଷ୍ଠିତ ସବ୍ ଜୁନିଅର ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ନ୍ୟାସନାଲ୍ ଚାମ୍ପିଅନସିପ୍ ୨୦୨୫-୨୬ରେ ପ୍ରଭାବୀ ପ୍ରଦର୍ଶନ କରିଛି, ଯେଉଁଠାରେ ଏହାର ଯୁବ ଖେଳାଳିମାନେ ବ୍ୟକ୍ତିଗତ ଇଭେଣ୍ଟରେ ଦୁଇଟି ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିବା ସହିତ ପୁରୁଷ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ (ଏମ୍ଏଜି) ୧୨ ବର୍ଷରୁ କମ୍ ଦଳ ବର୍ଗରେ ଓଡ଼ିଶାକୁ କାଂସ୍ୟ ପଦକ ଜିତାଇବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ଏଚପିସିରୁ ୧୦ ଜଣ ଏବଂ ପୁରୀ ଗ୍ରାସରୁଟ୍ସ ସେଣ୍ଟରରୁ ଜଣଙ୍କୁ ମିଶାଇ ଏହି ଇଭେଣ୍ଟରେ ମୋଟ ୧୧ ଜଣ ଜିମ୍ନାଷ୍ଟ, ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ । ୧୨ ବର୍ଷରୁ କମ୍ ଦଳ ବର୍ଗରେ ପୁରୁଷ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ (ଏମ୍ଏଜି) ରେ ଓମ୍ ଶ୍ରୀ ରୁଦ୍ର ନାରାୟଣ ସାହୁ, ଶ୍ରୀ ପିକ୍କୀ ସକେତ ଏବଂ ଶ୍ରୀ ସାୟନ ଛାଟୋଇ ଅଂଶଗ୍ରହଣ କରିଥିବାବେଳେ ୧୪ ବର୍ଷରୁ କମ୍ ଦଳ ବର୍ଗରେ ଶ୍ରୀ ପ୍ରିୟମ ମଲ୍ଲିକ, ଶ୍ରୀ ସୁଭମ୍ ଖେତୋ, ଶ୍ରୀ ସିଦ୍ଧେଶ୍ୱର ଦାସ, ଶ୍ରୀ ଅଭୟ କୁମାର ଦାସ ଏବଂ ଶ୍ରୀ ଅଭିଜିତ ପ୍ରଧାନ ପ୍ରତିନିଧିତ୍ୱ କରିଥିଲେ। ସେହିପରି ସୁଶ୍ରୀ ରେଶମ ଖାନ, ସୁଶ୍ରୀ ଶୌମ୍ୟଶ୍ରୀ ପ୍ରିୟଦର୍ଶିନୀ ଏବଂ ସୁଶ୍ରୀ ସଙ୍ଗିତା ହାଲଦର ୧୪ ବର୍ଷରୁ କମ୍ ଦଳ ବର୍ଗରେ ମହିଳା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ (ଡବ୍ଲ୍ୟୁଏଜି) ବର୍ଗରେ ଅଂଶଗ୍ରହଣ କରିଥିଲେ l ପ୍ରତିଯୋଗିତାରେ ଓଡ଼ିଶାର ଯୁବ ଜିମ୍ନାଷ୍ଟମାନେ ଉଲ୍ଲେଖନୀୟ ପ୍ରତିଭା ଏବଂ ଶୃଙ୍ଖଳିତ ଖେଳର ପ୍ରଦର୍ଶନ କରି ସେମାନଙ୍କର ପଦକ ବିଜୟୀ ପ୍ରଦର୍ଶନ ସହିତ ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି । ସାୟନ ଛାଟୋଇ ୧୨ ବର୍ଷରୁ କମ୍ ବୟସ ବର୍ଗରେ ଏକ ଅସାଧାରଣ ବ୍ୟକ୍ତିଗତ ପ୍ରଦର୍ଶନ କରି ଉଭୟ ଫ୍ଲୋର୍ ଏକ୍ସରସାଇଜ୍ ଏବଂ ଷ୍ଟିଲ୍ ରିଙ୍ଗସ୍ ବିଭାଗରେ ରୌପ୍ୟ ପଦକ ଅର୍ଜନ କରିଥିଲେ। ଅଭୟ କୁମାର ଦାସ ୧୪ ବର୍ଷରୁ କମ୍ ବୟସ ବର୍ଗରେ ଫ୍ଲୋର୍ ଏକ୍ସରସାଇଜ୍ ବିଭାଗରେ ବ୍ରୋଞ୍ଜ ପଦକ ସହିତ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ଏମ୍ଏଜି ୧୨ ବର୍ଷରୁ କମ୍ ବୟସ ବର୍ଗର ଦଳଗତ ଇଭେଣ୍ଟରେ ଓଡ଼ିଶା ଏକ ବ୍ରୋଞ୍ଜ ପଦକ ହାସଲ କରିଥିଲା, ଯେଉଁଥିରେ ଓମ୍ ଶ୍ରୀ ରୁଦ୍ର ନାରାୟଣ ସାହୁ ଏବଂ ଶ୍ରୀ ସାୟନ ଛାଟୋଇଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଏଏମ୍/ଏନ୍ଏସ୍ ଇଣ୍ଡିଆର ସିଏସଆର ବିଭାଗ ମୁଖ୍ୟ ଡକ୍ଟର ବିକାଶ ଯାଦଭେନ୍ଦୁ କହିଛନ୍ତି “ଜିମ୍ନାଷ୍ଟିକ୍ସରେ ଆମର ଖେଳାଳିମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଏଏମ୍/ଏନ୍ଏସ୍ ଇଣ୍ଡିଆର କ୍ରୀଡ଼ାର ବିକାଶ ପ୍ରତି ପ୍ରତିବଦ୍ଧତାର ଏକ ଦୃଷ୍ଟାନ୍ତ। ଏହି ଯୁବ ଚମ୍ପିଆନ୍ ମାନେ କେବଳ କ୍ରୀଡ଼ାବିତ ନୁହଁନ୍ତି ବରଂ ଶୃଙ୍ଖଳା, ଦଳଗତ କାର୍ଯ୍ୟ ଏବଂ ଆତ୍ମବିଶ୍ୱାସରେ ପ୍ରେରିତ ଭବିଷ୍ୟତର ଲିଡର ।“ Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ନେପାଳ ପାଇଁ ପ୍ରାର୍ଥନା ମାନବିକତା ପାଇଁ ଏକ ବାଲୁକା ଆନିମେସନ by Proprietor Abhimanyu Maharana August 28, 2026 ବିକଶିତ ଭାରତ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ। ଯୁବ ଶକ୍ତି ର ଉନ୍ମେଷ ହିଁ ବିକଶିତ ଭାରତର ପରିଚୟ ହେବ : ସାଂସଦ ଡ ତରାଇ by Proprietor Abhimanyu Maharana August 28, 2026 ଜଟଣୀରେ ଇଦ୍-ଏ-ମିଲାଦ୍-ଉନ୍-ନବୀ' ଧୁମ ଧାମରେ ପାଳିତ by Proprietor Abhimanyu Maharana August 28, 2026 ନବୀନ ନିବାସ ରେ ରକ୍ଷାବନ୍ଧନ ପର୍ବ by Proprietor Abhimanyu Maharana August 28, 2026 ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଏକ ପ୍ରଦର୍ଶନୀ ଫୁଟବଲ୍ ପ୍ରତିଯୋଗୀତା by Proprietor Abhimanyu Maharana August 27, 2026 Vedanta Aluminium Coal Mines Brings Solar-Powered Lighting to 22,000 Residents Across Jharsuguda and Sundargarh Districts under Project Jyoti by Proprietor Abhimanyu Maharana August 27, 2026