ବାଇମୁଣ୍ଡି ବରିଷ୍ଠ ନାଗରିକ ସଂଘ ତରଫରୁ ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ସେବା ଶିବିର

କଟକ  (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  ଶତାବ୍ଦୀ ବିହାରସ୍ଥିତ ଗୋଷ୍ଠୀ କେନ୍ଦ୍ରରେ ବାଇମୁଣ୍ଡି ବରିଷ୍ଠ ନାଗରିକ ସଂଘର ଆନୁକୂଲ୍ୟରେ ସଭାପତି ଶ୍ରୀ ବସନ୍ତ କୁମାର ସେଠୀଙ୍କ ଅଧକ୍ଷତାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଶିବିରର ଆୟୋଜନ କରାଯାଇଥିଲା l ବାରବାଟୀ କଟକର ମାନ୍ୟବର ବିଧାୟିକା ଶ୍ରୀମତୀ ସୋଫିଆ ଫିର୍ଦୋଷ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ସେବା ଶିବିର ଉଦଘାଟନ କରିଥିଲେ l

ମୁଖ୍ୟ ଅତିଥି ସଙ୍ଘ ଦ୍ୱାରା ବରିଷ୍ଠ ନାଗରିକ ମାନଙ୍କ ପାଇଁ ଆୟୋଜନ କରାଯାଉଥିବା ସାମାଜିକ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମ ଗୁଡିକର ଉଚ୍ଚ ପ୍ରଶଂସା କରିଥିଲେ ଏବଂ ସଂଘର ଉନତି ପାଇଁ ସମସ୍ତ ପ୍ରକାରର ସହଯୋଗ ଏବଂ ସହାୟତା ପ୍ରଦାନ କରିବା ପାଇଁ ଦୃଢ଼ ନିଶ୍ଚିତ କରିଥିଲେ l

କଳିଙ୍ଗ ରତ୍ନ ଶ୍ରୀ ବ୍ରହ୍ମlନନ୍ଦ ମହାନ୍ତି ଏବଂ ବରିଷ୍ଠ ଶିକ୍ଷାବିତ ଡ଼କ୍ଟର ସିଦ୍ଧାର୍ଥ ସାହୁ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଆପୋଲୋ ହସ୍ପିଟାଲର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ଶତାଧିକ ବରିଷ୍ଠ ନାଗରିକ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା l ସଂଗଠନ ସମ୍ପାଦକ ଶ୍ରୀ ବସନ୍ତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଉପସଭାପତି ଶ୍ରୀ ନିବାସ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l

l ପରାମର୍ଶଦାତା ଗୋପାଳ ଚନ୍ଦ୍ର ମିଶ୍ର, ଶ୍ରୀ ଦେବେନ୍ଦ୍ର କୁମାର ସାହୁ,ବିକ୍ରମ କୁମାର ଲେଙ୍କା, ଆଇନଜୀବୀ ସଂଯୋଜ କୁମାର ସାମନ୍ତରାୟ, ମନୋଜ କୁମାର ସାହୁ, ଅଭୟ କୁମାର ସେଠୀ,ବସନ୍ତ କୁମାର ସେଠୀ(ଖ)ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l ଶେଷରେ କାର୍ଯ୍ୟକାରୀ ସଭାପତି ଶ୍ରୀ ସୋମନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version