ଆଦର୍ଶ ଶିଶୁ ନିକେତନ ବନମାଳୀପୁର ପକ୍ଷରୁ ଶିଶୁ ଦିବସ ଉତ୍ସବ ପାଳିତ

ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ସ୍ଥିତ ଆଦର୍ଶ ଶିଶୁ ନିକେତନ ପକ୍ଷରୁ ଶିଶୁ ଦିବସ ଅବସରରେ ଶିଶୁ ମହୋତ୍ସବ ୨୦୨୫ ଶିକ୍ଷା ଅନୁଷ୍ଠାନ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପୁଣ୍ୟ ଜନ୍ମଦିନ ଅବସରରେ ଆୟୋଜିତ ଏହି ଶିଶୁ ମହୋତ୍ସବ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ନୃତ୍ୟ, ସଂଗୀତ, ଓ ଅଭିନୟ ପରିବେଷଣ କରାଯାଇଥିଲା ।

ପ୍ରଥମେ ବିଦ୍ୟା ପ୍ରଦାୟିନୀ ମା,ସରସ୍ୱତୀଙ୍କ ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ୟୋଳନ କରାଯିବା ପରେ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ସଂପାଦକ ସୁରେନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲିପାଟଣା ବ୍ଲକ ସିଡିପିଓ ରୁନୁବାଳା ସାହୁ, ମୁଖ୍ୟ ବକ୍ତା ଭାବେ ସମାଜସେବୀ ମାଗୁଣି ଚରଣ ସେଠୀ, ଏଵଂ ସମ୍ମାନୀତ ଅତିଥି ଭାବେ ଶିଶୁ ସାହିତ୍ୟିକ ଜ୍ୟୋସ୍ନାରାଣୀ ସିଂହ,

ବିଦ୍ୟାଳୟର ଅଧ୍ୟକ୍ଷା ଶୈଳବାଳା ମେକାପ, ଅଙ୍ଗନୱାଡ଼ି ସୁପର ଭାଇଜର ଚନ୍ଦନା ସିଂହ ପ୍ରମୁଖ ଯୋଗ ଦେଇ କୁନି କୁନି ପିଲାମାନଙ୍କୁ ଆଶ୍ରିବଚନ ପ୍ରଦାନ କରିବା ସହ ପିତାମାତା ଏଵଂ ଶିକ୍ଷା ଗୁରୁଙ୍କର ଉପଦେଶ ମାନି ଚଳିରେ ପିଲାମାନେ ଦୁନିଆଁରେ ଭଲ ମଣିଷ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନାରେ ଆଇନଜୀବୀ ସେଖ୍ ଅବଦୁଲ ବାରି ସଂଯୋଜନା କରିଥିଲାବେଳେ ଏଥିରେ ପରିଚାଳନା କମିଟିର ପ୍ରଦୀପ୍ତ ପାତ୍ର,

ଦୈତାରି ମାଣିକ, ଉମେଶ ସାହୁଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଉତ୍ସବ ପରିଚାଳନରେ ସହଯୋଗ କରିଥିଲେ, । ଏହି କାର୍ଯ୍ୟକ୍ରମରେ ବହୁ ଅଭିଭାବକ, ମାନ୍ୟଗଣ୍ୟ ବ୍ୟକ୍ତି, ଛାତ୍ର ଛାତ୍ରୀମାନେ ଉପସ୍ଥିତ ରହିଥିଲେ । ଉକ୍ତ ଶିକ୍ଷାନୁଷ୍ଠାନ ପକ୍ଷରୁ ଶିକ୍ଷୟତ୍ରୀମାନଙ୍କୁ ଭଲ ଶିକ୍ଷାଦାତା ରୂପେ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।

Exit mobile version