କୋରାଇ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବ୍ୟାସନଗର ପ୍ରେସ ଫୋରମର ପକ୍ଷରୁ ଆୟୋଜିତ ବ୍ୟାସ ମିଡିଆ କପ କ୍ରିକେଟ୍ ମେଟ-୨୦୨୫ ଆଜି ଉଦ୍ଘାଟିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ଉଦ୍ଘାଟନୀ ସଭା ଫୋରମର ସଭାପତି ଉକ୍ଟର ଅଭୟ ପତିଙ୍କ ଅଧ୍ୟକ୍ଷତାରେ ହୋଇଥିଲା ବେଳେ ମୁଖ୍ୟଅତିଥି ଭାବେ ବ୍ୟାସନଗର ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ ଯୋଗଦେଇଥିଲେ ।
ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ଅଧ୍ୟକ୍ଷା ସବିତା ରାଉତ, ବରିଷ୍ଠ ସାମ୍ବାଦିକ ବାବୁରାମ ଜେନା, ସୁଜିତ କୁମାର ମଲ୍ଲିକ, ହର୍ଷବର୍ଦ୍ଧନ ବେହେରାଙ୍କ ସମେତ ଫୋରମର ମୁଖ୍ୟମାର୍ଗକ ଉଦୟ ନାଥ ଖଣ୍ଡାଇ ଓ ସମ୍ପାଦକ ମଳୟ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଖେଳକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।