ବଙ୍ଗୋମୁଣ୍ଡା ରେ କ୍ରିଷ୍ଣା ଲର୍ଣ୍ଣିଙ୍ଗ ସ୍କୁଲ ପକ୍ଷରୁ ରକ୍ତଦାନ ଓ ରକ୍ତଗ୍ରୁପ ଚିହ୍ନଟ ଶିବିର – ୩୧ ୟୁନିଟ ରକ୍ତ ସଂଗ୍ରହ

ବେଲପଡ଼ା  (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା କ୍ରିଷ୍ଣା ଲର୍ଣ୍ଣିଙ୍ଗ ସ୍କୁଲ ପକ୍ଷରୁ ରକ୍ତଦାନ ଓ ରକ୍ତ ଗ୍ରୁପ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସ୍କୁଲ ର ନିର୍ଦ୍ଦେଶକ ରାଜେଶ ଜୈନ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ଉପସଭାପତି ଶିବାଜୀ ମହାନ୍ତି,ସମ୍ମାନୀୟ ଅତିଥି ଭାବେ ସମାଜସେବୀ ଧରମପାଲ ଜୈନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସ୍ବେଚ୍ଛାକୃତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଏଥିରେ ୩୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

ଏଥିରେ କଣ୍ଟାବାଞ୍ଜି ରକ୍ତ ଭଣ୍ଡାର ର କର୍ମଚାରୀ ବିଶ୍ୱଜିତ ଦେବତା, କୁନାଲ ଦାସ, ଦୁର୍ଗା ତାଣ୍ଡି, ଗୁରୁବାରୁ ରଣା, ପ୍ରଦୀପ ମହାପାତ୍ର, ଶିବ କୁମାର ସାହୁ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରିନ୍ସିପଲ୍ ଉମାଶାଙ୍କର ପାଣିଗ୍ରାହୀ ଙ୍କ ସହ ଶିକ୍ଷୟତ୍ରୀ ପ୍ରଗତୀ ଧର, ପୁଷ୍ପା ସିନ୍ଦୁର, ନଳିନୀ ପାଣିଗ୍ରାହୀ,ପ୍ରତିମା ବାଗ, ସୀମା ସାହୁ, ଅଭିଲିପ୍ସା ମେହେର, ରୋଶନି ଦୀପ, ଚୁମକି ବିନ୍ଧାଣି ଜୟ କୃଷ୍ଣ ମେହେର, ଯମୁନା ସେଠି, ସସ୍ମିତା ପ୍ରଧାନୀ, ଜଗନ୍ନାଥ ପୋଡ଼, ଦୀପକ ବାଗ ପ୍ରମୁଖ ଙ୍କ ସହ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Exit mobile version