Home Uncategorized ବଙ୍ଗୋମୁଣ୍ଡାରେ ଶିକ୍ଷୟତ୍ରୀ ଘୋଷାଦ୍ରୀ ତାଣ୍ଡି ସ୍ମାରକୀ କ୍ରିକେଟ ଲିଗ – ଗ୍ଲାଡିଏଟର ଟିମ୍ ଚାମ୍ପିଆନ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ଭାରତୀୟ ଇଂରାଜୀ ମିଡିୟମ ସ୍କୁଲ ପକ୍ଷରୁ ଚାଲିଥିବା ଶିକ୍ଷୟତ୍ରୀ କୁମାରୀ ଘୋଷାଦ୍ରୀ ତାଣ୍ଡି ସ୍ମାରକୀ କ୍ରିକେଟ ଲିଗ ଉଦଯାପିତ ହୋଇଯାଇଛି । ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରଥମେ ଶ୍ରୀ ଗଣେଶ ଙ୍କ ମୂର୍ତ୍ତି ରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ପରେ ଖେଳ ଆରମ୍ଭ ହୋଇଥିଲା। ଏଥିରେ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ଆଇଆଇସି ସଞ୍ଜୀବ ପ୍ରଧାନ, ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ବଲାଙ୍ଗୀର ର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଲି ମାନଙ୍କୁ ଉତ୍ସାହିତ କରିଥିଲେ। ବିଜେତା ଓ ଉପ ବିଜେତା ଦଳ କୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ । ଗ୍ଲାଡିଏଟର ଟିମ ଓ ଟିଚର୍ କିଙ୍ଗସ ଇଲେଭେନ ଟିମ ଫାଇନାଲ୍ ମ୍ୟାଚରେ ଉତ୍ତୀର୍ଣ୍ଣ ହୋଇଥିଲେ। ପ୍ରଥମେ ଗ୍ଲାଡିଏଟର ଟିମ ବ୍ୟାଟିଂ କରି ୮ ଓଭର ରେ ୩ ଉଇକେଟ ହରାଇ ୧୦୩ ରନ ସଂଗ୍ରହ କରିଥିଲା ଜବାବ ରେ ଟିଚର୍ କିଙ୍ଗସ ଇଲେଭେନ ଟିମ ବ୍ୟାଟିଂ କରି ୮ ଓଭର ରେ ୪ ଉଇକେଟ ହରାଇ ୬୦ ରନ କରି ପରାଜିତ ହୋଇଥିଲା।ୟସ ଖମାରୀ ଓ ଚିନୁ ବିଶ୍ୱାଳ ଖେଳ ପରିଚାଳନା କରିଥିଲେ । ବିକାଶ ରଞ୍ଜନ ପନିକା ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଉଦିତ ମେହେର ସ୍କୋର ବୋର୍ଡ ଦାୟିତ୍ବ ରେ ଥିଲେ ।ଏଥିରେ ସ୍କୁଲ ର ଶିକ୍ଷୟତ୍ରୀ କଞ୍ଜନେତ୍ରୀ ଦାସ, ସଂଘମିତ୍ରା ପଣ୍ଡା, ସୁଜାତା ବାଗ, ବେବି ହଂସ, ରିମା ସାହୁ ରାଜଶ୍ରୀ ବେହେରା, ଆଇସା ତାଣ୍ଡି, ବାଗେଶ୍ରୀ ସୁଲକ୍ଷଣା ଦାସ, ସଂଯୁକ୍ତା ଚଳାନ, ଶିକ୍ଷକ ବିକାଶ ସରାଫ, ମନୋଜ ସାହୁ, ସତ୍ୟନାରାୟଣ ପୁଟେଲ, ରବୀନ୍ଦ୍ର ପୁଟେଲ, ଘନଶ୍ୟାମ ସାହୁ ପ୍ରମୁଖ ଙ୍କ ସମେତ ଅନୁଷ୍ଠାନ ର କର୍ମଚାରୀ ମାନେ ସହଯୋଗ କରିଥିଲେ । Categories: Uncategorized Related Content ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି by Proprietor Abhimanyu Maharana August 15, 2026 ରଥଯାତ୍ରା ୨୦୨୬ ପ୍ରସ୍ତୁତି ନେଇ ଛତିଶା ନିଯୋଗ ସହ ସମନ୍ୱୟ ବୈଠକ by Proprietor Abhimanyu Maharana July 3, 2026 Preparations on for Ratha Yatra at Delhi’s Hauz Khas Temple by Proprietor Abhimanyu Maharana June 27, 2026 ପୁରୀରେ ପଞ୍ଚମୁଖୀ ମହାବୀରଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା, ତିନିଦିନିଆ ଯଜ୍ଞରେ ଭକ୍ତିମୟ ପରିବେଶ by Proprietor Abhimanyu Maharana April 8, 2026 କୁଦିଆରୀ ମା ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ : ସ୍କାଳରାତ୍ରି ବେଶରେ ଦର୍ଶନ ଦେଲେ ମା' by Proprietor Abhimanyu Maharana March 25, 2026 ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୁକ୍ତଙ୍କ ଘର ଉଚ୍ଛେଦ କଲା ପୁରୀ ପୋଲିସ by Proprietor Abhimanyu Maharana March 8, 2026