Home ଓଡ଼ିଶା କୋଷ୍ଟାଲ୍ ସିକ୍ୟୁରିଟି କମ୍ୟୁନିଟି ପୋଲିସିଙ୍ଗ୍ ଚନ୍ଦ୍ରଭାଗା ସାମୁଦ୍ରିକ ଥାନାରେ ଆୟୋଜିତ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପୁରୀ ପୋଲିସ ପକ୍ଷରୁ ସମୁଦ୍ରତଟୀୟ ସୁରକ୍ଷାକୁ ସୁଦୃଢ଼ କରିବା, ଲୋକମାନଙ୍କ ସହ ପୋଲିସ ସମ୍ପର୍କକୁ ବୃଦ୍ଧି କରିବା ଓ ସଚେତନତା ବୃଦ୍ଧିକୁ ଲକ୍ଷ୍ୟ କରି କୋଷ୍ଟାଲ୍ ସିକ୍ୟୁରିଟି କମ୍ୟୁନିଟି ପୋଲିସିଙ୍ଗ୍ କାର୍ଯ୍ୟକ୍ରମ ଶନିବାର ଚନ୍ଦ୍ରଭାଗା ମେରାଇନ ପୋଲିସ ଷ୍ଟେସନ୍ରେ ଆୟୋଜିତ ହୋଇଯାଇଛି । ସମୁଦ୍ରତଟୀୟ ଅଞ୍ଚଳର ଲୋକଙ୍କୁ ସଚେତନ କରିବା, ବିପଦ ସମୟରେ ସ୍ଥାନୀୟଙ୍କ ସହଯୋଗ ବୃଦ୍ଧି କରିବା, ଯୁବ ସମାଜରେ ସ୍ପୋର୍ଟସ୍ ଓ ସାଂସ୍କୃତିକ ମନୋଭାବ ଗଢ଼ି ତୋଳିବା, ପୋଲିସ ଓ ପବ୍ଲିକ୍ ସମ୍ପର୍କକୁ ଦୃଢ କରିବା ସମ୍ପକରେ ପ୍ରତିଯୋଗିତା କରାଯାଇଥିଲା । ଖେଳରେ ଭଲିବଲ୍ ମ୍ୟାଚ୍ ସ୍ଥାନୀୟ ଯୁବମାନଙ୍କ ମଧ୍ୟରେ ଉତ୍ସାହଜନକ ଖେଳ, ଚିତ୍ରକଳା ପ୍ରତିଯୋଗିତା, ପିଲାମାନେ ସମୁଦ୍ର, ପରିବେଶ, ପୁଲିସିଙ୍ଗ୍ ଆଦି ବିଷୟରେ ଅଦ୍ଭୁତ ଚିତ୍ର ପ୍ରସ୍ତୁତ କରିଥିଲେ। ଗୀତ ଓ ନୃତ୍ୟ ପ୍ରତିଯୋଗିତା ସ୍ଥାନୀୟ ସଂସ୍କୃତିକୁ ଅନୁଭବ କରାଇଥିବା ଅନେକ ପ୍ରଦର୍ଶନ କରିଥିଲେ । କଳା ଓ ସାହିତ୍ୟ ମଞ୍ଚ ପିଲାମାନେ ତାଙ୍କ ସ୍ୱରଚିତ କବିତା ଓ ଭାଷଣ ଦେଇଥିଲେ । ସମସ୍ତ ପ୍ରତିଯୋଗିମାନେ ଉତ୍ସାହର ସହିତ ଯୋଗଦେଇ, ଯାହା ସମାଜରେ ଏକ ସ୍ୱସ୍ଥ ସଂସ୍କୃତିକ ପରିବେଶ ସୃଷ୍ଟି କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାର କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସ୍ଥାନୀୟ ଆବଶ୍ୟକତାପୂର୍ଣ୍ଣ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ବିଭିନ୍ନ ସ୍କୁଲର ଓ ଯୁବକ ଓ ଯୁବତୀଙ୍କୁ ସଙ୍ଗୀତ ସାମଗ୍ରୀ ବଣ୍ଟନ କରାଯାଇଥିଲା । ସ୍ୱାସ୍ଥ୍ୟ ଶିବିରରେ ଶତାଧିକ ଲୋକଙ୍କୁ ଚିକିତ୍ସା, ପରୀକ୍ଷା ଓ ଔଷଧ ସେବା ଯୋଗାଇ ଦିଆଯାଇଥିଲା । ଏହି ପ୍ରୟାସ ଦ୍ୱାରା ସମୁଦ୍ରତଟୀୟ ଅଞ୍ଚଳର ସମାଜକୁ ସଜାଗ, ସୁସ୍ଥ ଓ ସଶକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା । କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ସଚିନ ପଟେଲ, ନିମାପଡା ଏସଡିପିଓ ଜନାର୍ଦ୍ଦନ ପାଢୀ, ଅସିଷ୍ଟାଣ୍ଟ ଫିଶରି ଅଫିସର ସୁବୀତ ପଟେଲ, ସୁତନ ହେଡ଼ମାଷ୍ଟର ସୁରେନ୍ଦ୍ରନାଥ ପାଢୀ, ରାମଚଣ୍ଡୀ ଥାନା ଆଇଆଇସି ଓ ଚନ୍ଦ୍ରଭାଗା ମେରାଇନ ଥାନା ଆଇଆଇସି ଅତିଥି ଭାବେ ଯୋଗଦେଇ କମ୍ୟୁନିଟି ପୋଲିସିଙ୍ଗ୍ର ଗୁରୁତ୍ୱ, ସମୁଦ୍ର ସୁରକ୍ଷା, ବିପଦ ପ୍ରବନ୍ଧନ ଓ ଯୁବଶକ୍ତିର ଭୂମିକା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋକପାତ କରିଥିଲେ। ପୁରୀ ପୋଲିସ ଦ୍ୱାରା ଏହା ଯୁବ ସଶକ୍ତିକରଣ, ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁବିଧା ବୃଦ୍ଧି ପାଇଁ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଦ୍ବାରା ସମାଜ ସହ ପୋଲିସ ମଧ୍ୟରେ ବିଶ୍ୱାସ, ସମ୍ପର୍କ ଓ ସହଯୋଗକୁ ଆହୁରି ମଜବୁତ କରିବ । Categories: ଓଡ଼ିଶା, ପୁରୀ, ହୋମ୍ Related Content ନେପାଳ ପାଇଁ ପ୍ରାର୍ଥନା ମାନବିକତା ପାଇଁ ଏକ ବାଲୁକା ଆନିମେସନ by Proprietor Abhimanyu Maharana August 28, 2026 ବିକଶିତ ଭାରତ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ। ଯୁବ ଶକ୍ତି ର ଉନ୍ମେଷ ହିଁ ବିକଶିତ ଭାରତର ପରିଚୟ ହେବ : ସାଂସଦ ଡ ତରାଇ by Proprietor Abhimanyu Maharana August 28, 2026 ଜଟଣୀରେ ଇଦ୍-ଏ-ମିଲାଦ୍-ଉନ୍-ନବୀ' ଧୁମ ଧାମରେ ପାଳିତ by Proprietor Abhimanyu Maharana August 28, 2026 ନବୀନ ନିବାସ ରେ ରକ୍ଷାବନ୍ଧନ ପର୍ବ by Proprietor Abhimanyu Maharana August 28, 2026 ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଏକ ପ୍ରଦର୍ଶନୀ ଫୁଟବଲ୍ ପ୍ରତିଯୋଗୀତା by Proprietor Abhimanyu Maharana August 27, 2026 Vedanta Aluminium Coal Mines Brings Solar-Powered Lighting to 22,000 Residents Across Jharsuguda and Sundargarh Districts under Project Jyoti by Proprietor Abhimanyu Maharana August 27, 2026