ଏକଲବ୍ଯ ପାଠଶାଳାରେ ଶିଶୁ ଦିବସ ପାଳିତ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଳିଆପଣ୍ଡା ଦାମୋଦର ରୋଡ ସ୍ଥିତ ଭାରତ ଯୋଗ କେନ୍ଦ୍ରରେ ଚାଲୁଥିବା ଏକଲବ୍ଯ ପାଠଶାଳାରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପୁରୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଦି ବେଲର ୟୁଥ କ୍ଲବ ପକ୍ଷରୁ ଆୟୋଜିତ ଏହି ଦିବସରେ ୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏଥିରେ ଅତିଥି ଭାବେ ଦି ବେଲର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ, ସ୍ବେଛାସେବୀ ସଂଗଠକ ସଞ୍ଜୟ ପ୍ରଧାନ, ବରିଷ୍ଠ ସାମ୍ବାଦିକ ବିଜୟ ମିଶ୍ର,

ସମାଜସେବୀ ବନିତା ଦୀକ୍ଷିତ, ବରିଷ୍ଠ ସ୍ବେଚ୍ଛାସେବୀ ରାଜଲକ୍ଷ୍ମୀ ଦାସ, ଯୁବ ଆଇନଜୀବୀ ସ୍ମୃତିରଞ୍ଜନ ପତି, ମଳୟ ଗଜେନ୍ଦ୍ର, ଆକାଶ ସିଂହ, ପ୍ରୀତି ପ୍ରିୟଦର୍ଶନୀ ରାୟ,ଅନୁଷ୍ଠାନର ଗୁରୁ ଉମେଶ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଶିଶୁମାନଙ୍କ ବୌଦ୍ଧିକ ଶକ୍ତି ବୃଦ୍ଧି ପାଇଲେ ଅନେକ ସଫଳତା ଆଣିଦେବ ।

ପ୍ରାରମ୍ଭରୁ ଚାଚା ନେହେରୁଙ୍କ ଫଟୋଚିତ୍ରରେ ଶିଶୁମାନେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଶିଶୁମାନଙ୍କ ଓଡିଶୀନୃତ୍ଯ, ସମ୍ବଲପୁରୀ ନୃତ୍ଯ, ମରାଠୀ ନୃତ୍ଯ ବେଶ ଚିତାକର୍ଷକ ହୋଇଥିଲା । ପରେ ଯୋଗ କରିବା ସହ ଗଣପତି ବାବା ଡ୍ଯାନ୍ସ ଓ ଭଜନ ପରିବେଷଣ କରିଥିଲେ । ଛୋଟ ଶିଶୁ ଜୀବନଙ୍କ ଯୋଗ ଡ୍ଯାନ୍ସ ଅତିଥି ଓ ଅଭିଭାବକଙ୍କୁ ବିମୋହିତ କରିଥିଲା ।

ଏହି ଅବସରରେ ବେଙ୍ଗ ଡିଆଁ,ଲେମ୍ବୁ ଚାମୁଚ, ଗଣିତ, ଦୌଡ ଓ ଦଉଡି ଡିଆଁ ଖେଳ ପ୍ରତିଯୋଗିତା କରାଯାଇଥିଲା । କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା ।
କାର୍ଯ୍ୟକ୍ରମକୁ ୟୁଥ କ୍ଲବର ମୋନାଲିସା ଜେନା ସଂଯୋଜନା କରିଥିଲେ । ଶେଷରେ ଶିଶୁମାନଙ୍କୁ ଖାତା, ପେନ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା ।

Exit mobile version