ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର) :- ଶିଶୁ ଦିବସ ଉପଲକ୍ଷେ ଚାଇଲ୍ଡ ହେଲ୍ପଲାଇନ୍ ପୁରୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପୁରୀର ମିଳିତ ସହଯୋଗରେ ଶିଶୁ ସୁରକ୍ଷା ଏବଂ ଶିଶୁ ଶ୍ରମ ବିରୋଧରେ ଦୁଇଟି ସ୍ଥାନରେ ଏକ ବିଶେଷ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ଶିଶୁମାନଙ୍କୁ ସଚେତନ କରିବା ଏବଂ ୧୦୯୮ ଚାଇଲ୍ଡ ହେଲ୍ପଲାଇନ୍ ବିଷୟରେ ବ୍ୟାପକ ପ୍ରଚାର ପ୍ରସାର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।
କାର୍ଯ୍ୟକ୍ରମରେ କୁଇଜ୍ ପ୍ରତିଯୋଗିତା ସହ ‘ଶିଶୁ ଶ୍ରମ’ ବିଷୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ବିଜେତା ଶିଶୁମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ପେଣ୍ଠକଟା ଅଞ୍ଚଳର ତାରିଣୀ ବସ୍ତିରେ ଏବଂ ବାଳିଆପଣ୍ଡା ଅଞ୍ଚଳରେ ଏହି ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି। ଦୁଇଟି କାର୍ଯ୍ୟକ୍ରମରେ ମୋଟ ୧୬୦ ରୁ ଉର୍ଦ୍ଧ୍ବ ଶିଶୁ ଉତ୍ସାହର ସହ ଯୋଗଦାନ କରିଥିଲେ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶିଶୁ କଲ୍ୟାଣ କମିଟି, ପୁରୀର ଅଧ୍ୟକ୍ଷ ଅଜିତ କୁମାର ମହାପାତ୍ର ଯୋଗ ଦେଇ ଶିଶୁ ସୁରକ୍ଷା ଏବଂ ‘୧୦୯୮’ର ଉପଯୋଗିତା ଉପରେ ଆଲୋକପାତ କରିଥିଲେ ।

