ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଶିଶୁ ଦିବସ ଅବସରରେ ବିଶ୍ବମ୍ଭର ବିଦ୍ୟାପୀଠ ଠାରେ ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର ସମ୍ପର୍କରେ ଏକ କର୍ମଶାଳା ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା।ଶିଶୁ ସୁରକ୍ଷା ୟୁନିଟ ଓ ସଂପର୍କ ଅନୁଷ୍ଠାନ ପକ୍ଷରୁ ବିଶ୍ୱମ୍ଭର ବିଦ୍ୟାପୀଠ ରେ ଆୟୋଜିତ ଏହି କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଅଜିତ କୁମାର ମହାପାତ୍ର ଶିଶୁ କୁ ତାହାର ଅଧିକାର ରୁ ବଞ୍ଚିତ ନ କରିବା ଓ ଶିଶୁର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ।ଏହାର ବ୍ୟାପକ ସଚେତନତା ପାଇଁ ସମସ୍ତ ସ୍ତରରେ ଉଦ୍ୟମ ହେଉଛି ବୋଲି ସେ କହିଥିଲେ ।

