Home ଓଡ଼ିଶା ବାଇକ ଚୋର କୋର୍ଟ ଚାଲାଣ ୫ ଟି ବାଇକ ଉଦ୍ଧାର ମୋହରା ଗାଁ’ର ବାଇକ ଚୋର କଣ୍ଟାବାଞ୍ଜି ପକ୍ଷରୁ ଗିରଫ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରକୁ ଚୋର ମାନେ କିଛି ବର୍ଷ ହେଲା ଚୋର ଡ଼କାୟତର ଏକ ସୁରକ୍ଷିତ ସହର ଭାବି ନେଇଥିଲେ । ଓ ଚୋରି ପରେ ଚୋରି କରିଚାଲିଥିଲେ, ତଥା ଅନ୍ୟ ଅଞ୍ଚଳରୁ ଚୋରି କରି ଆଣି କଣ୍ଟାବାଞ୍ଜି ସହରରେ ଆଶ୍ରୟ ନେଉଥିଲେ । କାରଣ ସେତେବେଳକୁ ଯେଉଁ ସବୁ ଦାୟିତ୍ଵ ହୀନତା ପୁଲିସ ଅଧିକାରୀ ମାନେ ରହିଥିଲେ, ତେଣୁକରି ଚୋର ମାନେ କଣ୍ଟାବାଞ୍ଜି ସହରକୁ ନିଜର ଆଶ୍ରୟ ସ୍ଥଳୀ ଭାବି ନେଇଥିଲେ । କିନ୍ତୁ ବର୍ତ୍ତମାନ ଯେଉଁ ଜଣେ ଦାୟିତ୍ୱବାନ ପୁଲିସ ଅଧିକାରୀ ଶ୍ରୀ ଗୋପାଳ ଚନ୍ଦ୍ର କର୍ଣ୍ଣ କଣ୍ଟାବାଞ୍ଜି ଥାନାର ଦାୟିତ୍ଵ ଗ୍ରହଣ କରିଛନ୍ତି, ସେବେଠାରୁ ଏହି ଚୋର ମାନଙ୍କ ପାଇଁ ଅଭିଶପ୍ତ ସହରରେ ପରିଣତ ହୋଇ ଯାଇଛି କଣ୍ଟାବାଞ୍ଜି । ସୂଚନା ଯୋଗ୍ୟ ଯେ କଣ୍ଟାବାଞ୍ଜି ଥାନାରେ ଯେବେ ଠାରୁ ଗୋପାଳ ଚନ୍ଦ୍ର କର୍ଣ୍ଣ ଯୋଗଦେଲେଣି, ସେବେଠାରୁ ସମସ୍ତ ଚୋରି ଘଟଣାର ପର୍ଦ୍ଦାଫାସ କରି ଜନସାଧାରଣଙ୍କ ପ୍ରିୟ ହେବାରେ ସଫଳତା ହାସଲ କରିଛନ୍ତି । କିଛି ଦିନ ତଳେ ସୁଶାନ୍ତ ମହାନ୍ତିଙ୍କ ଘରେ ଚୋରି ହୋଇଥିବା ଘଟଣାର ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ନିକଟରେ ୧୫୦ ତେଲ ଟିଣ ଗୋଦାମରୁ ଚୋରି ଘଟଣାର ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ, ବର୍ତ୍ତମାନ କଣ୍ଟାବାଞ୍ଜି ସହରରେ ମୋଟର ସାଇକେଲ ଚୋରୀ କରୁଥିବା ବେଳେ ଜଣେ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଅଭିଯୁକ୍ତ ଚୋର ଜଣକ ହେଉଛନ୍ତି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ମହରା ଗାଁ’ରେ ସ୍ୱର୍ଗୀୟ ପ୍ରକାଶ ପୁଟେଲଙ୍କ ପୁଅ କିଷନ ପୁଟେଲ (ଓରଫ ରାଜ) ୧୮ ବର୍ଷକୁ ଗିରଫ କରି କୋର୍ଟ ଚାଲାଣ କରିଛି କଣ୍ଟାବାଞ୍ଜି ପୁଲିସ । ଅଭିଯୁକ୍ତ ଚୋର ଠାରୁ ୫ ଟି ମୋଟର ସାଇକେଲ ଉଦ୍ଧାର କରାଯାଇଛି, ଅନ୍ୟ ପକ୍ଷରେ ଅଭିଯୁକ୍ତ ଚୋରର ଅନେକ ଚୋର ସାଙ୍ଗ ମାନେ କଣ୍ଟାବାଞ୍ଜିରେ ରହିଛନ୍ତି ବୋଲି କୁହାଯାଉଛି । ତେଣୁକରି ପୁଲିସ ଏଦିଗରେ ମଧ୍ଯ ଦୃଷ୍ଟି ଦେଇ ଅନ୍ୟ ଚୋର ମାନଙ୍କୁ ଗିରଫ କରିବା ପାଇଁ ଦାବି ହେଉଛି । ଏନେଇ କଣ୍ଟାବାଞ୍ଜି ସଚେତନ ନାଗରିକ ସମାଜ ପକ୍ଷରୁ ଏହି ଚୋର ମାନଙ୍କ ପ୍ରତି ସଚେତନ ରହିବା ପାଇଁ କୁହାଯାଇଛି । ଯେମିତି ନିଜର କୌଣସି ସମ୍ପତ୍ତି କେମିତି ଚୋରି ନହେବ, ସେଥି ପ୍ରତି ଧ୍ୟାନ ଦେବା ସହ, ଏହି ଚୋର ବ୍ୟକ୍ତି ବିଶେଷଙ୍କ ପ୍ରତି ସଦାବେଳେ ସତର୍କ ଅବଲମ୍ବନ ରହିବା ପାଇଁ ମତ ପ୍ରକାଶ ପାଇଛି I Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ନେପାଳ ପାଇଁ ପ୍ରାର୍ଥନା ମାନବିକତା ପାଇଁ ଏକ ବାଲୁକା ଆନିମେସନ by Proprietor Abhimanyu Maharana August 28, 2026 ବିକଶିତ ଭାରତ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ। ଯୁବ ଶକ୍ତି ର ଉନ୍ମେଷ ହିଁ ବିକଶିତ ଭାରତର ପରିଚୟ ହେବ : ସାଂସଦ ଡ ତରାଇ by Proprietor Abhimanyu Maharana August 28, 2026 ଜଟଣୀରେ ଇଦ୍-ଏ-ମିଲାଦ୍-ଉନ୍-ନବୀ' ଧୁମ ଧାମରେ ପାଳିତ by Proprietor Abhimanyu Maharana August 28, 2026 ନବୀନ ନିବାସ ରେ ରକ୍ଷାବନ୍ଧନ ପର୍ବ by Proprietor Abhimanyu Maharana August 28, 2026 ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଏକ ପ୍ରଦର୍ଶନୀ ଫୁଟବଲ୍ ପ୍ରତିଯୋଗୀତା by Proprietor Abhimanyu Maharana August 27, 2026 Vedanta Aluminium Coal Mines Brings Solar-Powered Lighting to 22,000 Residents Across Jharsuguda and Sundargarh Districts under Project Jyoti by Proprietor Abhimanyu Maharana August 27, 2026